ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ମୋନ୍ଥା, ଆଜି ପାଇଁ ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ରେଡ୍‌ ଆଲର୍ଟ....

Deviprasad Mohanty Picture
Published On

ଭୁବନେଶ୍ବର: ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ମୋନ୍ଥା ।ଏବେ ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ସିଷ୍ଟମ ଆନ୍ଧ୍ରପ୍ରଦେଶ ଉପକୂଳ ଉପର ଦେଇ ଗତି କରୁଛି । ବର୍ତ୍ତମାନ ଏହାର ବେଗ ୧୦ କିଲୋମିଟର ରହିଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଏବେ ବାତ୍ୟା ଆନ୍ଧ୍ରର ନର୍ସାପୁରଠାରୁ ୨୦ କିଲୋମିଟର ଓ ମଛଲିପଟନମଠାରୁ ୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । 

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ମଙ୍ଗଳବାର ବାତ୍ୟା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିବା ସହ ଘଣ୍ଟା ପ୍ରତି ୧୫ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରିଥିଲା। ସନ୍ଧ୍ୟା ୭.୩୦ ବେଳକୁ କାକିନାଡ଼ା ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୩ରୁ ୪ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ପବନର ବେଗ ୯୦ରୁ ୧୧୦ କି.ମି. ପର୍ଯ୍ୟନ୍ତ ରହିଥିଲା। ଏହା ଧୀରେଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ମଧ୍ୟରାତ୍ର ବେଳକୁ ଆନ୍ଧ୍ରପ୍ରଦେଶର ମଛଲିପଟନମ ଓ କଳିଙ୍ଗପଟନମ୍‌ ମଧ୍ୟରେ ଥିବା କାକିନାଡା ପାଖାପାଖି ସ୍ଥଳଭାଗ ଛୁଇଁଥିଲା। ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନ ଥିବାବେଳେ ବାତ୍ୟା ପ୍ରଭାବରେ ମଙ୍ଗଳବାର ଦିନତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ପବନ ଲାଗି ରହିଥିଲା। ଗଜପତି ଜିଲା ଆର. ଉଦୟଗିରି ବ୍ଲକ ଅନଘା ପଞ୍ଚାୟତର ରାସ୍ତାକଡ଼ ପାହାଡରୁ ବିରାଟକାୟ ପଥର ଖସି ୩୨୬ ନଂ. ଜାତୀୟ ରାଜପଥରେ ଯାତାୟାତ ଠପ୍‌ ହୋଇଯାଇଥିଲା। କାଶୀନଗର ବ୍ଲକ୍‌ ପାଡ଼ତଡ଼ା ପଞ୍ଚାୟତର ଲିଙ୍ଗାଠାରୁ ବାରଭା ଗ୍ରାମକୁ ଯାଉଥିବା କଚ୍ଚା ରାସ୍ତାରେ ମଧ୍ୟ ବଡ଼ବଡ଼ ପଥର ଖସିଥିଲା। ଏହାବାଦ୍‌ ଜିଲାର ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସେହିପରି କୋରାପୁଟ ଜିଲା ନାରାୟଣପାଟଣାରେ ତଳଗୁମାଣ୍ଡି ରାସ୍ତାରେ ପାହାଡ଼ରୁ ପଥର ଧସି କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥଲା। ନନ୍ଦପୁର ବ୍ଲକ୍‌ ପାଡୁଆ ବଡଦେବତା ମନ୍ଦିରଠାରୁ ଶୋଭାପୁଟ ସଂଯୋଗ କରୁଥିବା ଆରଡି ରାସ୍ତାର ଗେମେଲପୁଟ ନିକଟରେ ପାତାଳୀ ନଦୀ ଓ ଜଳଭଣ୍ଡାର ପାର୍ଶ୍ୱକୁ ଲାଗି ଥିବା ରାସ୍ତାକଡ଼ର ପ୍ରାୟ ୨୦୦ ମିଟର ଜମିରୁ ମାଟି ଅତଡା ଖସୁଥିବାରୁ ୪ଟି ପଞ୍ଚାୟତବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ବାତ୍ୟା ପ୍ରଭାବରେ ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଆଦି ୫ ଜିଲାକୁ ଭୀଷଣ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି ଏବଂ ଅନ୍ୟ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ନଭେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

29 Oct 2025 By Deviprasad Mohanty

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ମୋନ୍ଥା, ଆଜି ପାଇଁ ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ରେଡ୍‌ ଆଲର୍ଟ....

ଭୁବନେଶ୍ବର: ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ମୋନ୍ଥା ।ଏବେ ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ସିଷ୍ଟମ ଆନ୍ଧ୍ରପ୍ରଦେଶ ଉପକୂଳ ଉପର ଦେଇ ଗତି କରୁଛି । ବର୍ତ୍ତମାନ ଏହାର ବେଗ ୧୦ କିଲୋମିଟର ରହିଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଏବେ ବାତ୍ୟା ଆନ୍ଧ୍ରର ନର୍ସାପୁରଠାରୁ ୨୦ କିଲୋମିଟର ଓ ମଛଲିପଟନମଠାରୁ ୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । 

ମଙ୍ଗଳବାର ବାତ୍ୟା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିବା ସହ ଘଣ୍ଟା ପ୍ରତି ୧୫ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରିଥିଲା। ସନ୍ଧ୍ୟା ୭.୩୦ ବେଳକୁ କାକିନାଡ଼ା ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୩ରୁ ୪ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ପବନର ବେଗ ୯୦ରୁ ୧୧୦ କି.ମି. ପର୍ଯ୍ୟନ୍ତ ରହିଥିଲା। ଏହା ଧୀରେଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ମଧ୍ୟରାତ୍ର ବେଳକୁ ଆନ୍ଧ୍ରପ୍ରଦେଶର ମଛଲିପଟନମ ଓ କଳିଙ୍ଗପଟନମ୍‌ ମଧ୍ୟରେ ଥିବା କାକିନାଡା ପାଖାପାଖି ସ୍ଥଳଭାଗ ଛୁଇଁଥିଲା। ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନ ଥିବାବେଳେ ବାତ୍ୟା ପ୍ରଭାବରେ ମଙ୍ଗଳବାର ଦିନତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ପବନ ଲାଗି ରହିଥିଲା। ଗଜପତି ଜିଲା ଆର. ଉଦୟଗିରି ବ୍ଲକ ଅନଘା ପଞ୍ଚାୟତର ରାସ୍ତାକଡ଼ ପାହାଡରୁ ବିରାଟକାୟ ପଥର ଖସି ୩୨୬ ନଂ. ଜାତୀୟ ରାଜପଥରେ ଯାତାୟାତ ଠପ୍‌ ହୋଇଯାଇଥିଲା। କାଶୀନଗର ବ୍ଲକ୍‌ ପାଡ଼ତଡ଼ା ପଞ୍ଚାୟତର ଲିଙ୍ଗାଠାରୁ ବାରଭା ଗ୍ରାମକୁ ଯାଉଥିବା କଚ୍ଚା ରାସ୍ତାରେ ମଧ୍ୟ ବଡ଼ବଡ଼ ପଥର ଖସିଥିଲା। ଏହାବାଦ୍‌ ଜିଲାର ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା।

ସେହିପରି କୋରାପୁଟ ଜିଲା ନାରାୟଣପାଟଣାରେ ତଳଗୁମାଣ୍ଡି ରାସ୍ତାରେ ପାହାଡ଼ରୁ ପଥର ଧସି କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥଲା। ନନ୍ଦପୁର ବ୍ଲକ୍‌ ପାଡୁଆ ବଡଦେବତା ମନ୍ଦିରଠାରୁ ଶୋଭାପୁଟ ସଂଯୋଗ କରୁଥିବା ଆରଡି ରାସ୍ତାର ଗେମେଲପୁଟ ନିକଟରେ ପାତାଳୀ ନଦୀ ଓ ଜଳଭଣ୍ଡାର ପାର୍ଶ୍ୱକୁ ଲାଗି ଥିବା ରାସ୍ତାକଡ଼ର ପ୍ରାୟ ୨୦୦ ମିଟର ଜମିରୁ ମାଟି ଅତଡା ଖସୁଥିବାରୁ ୪ଟି ପଞ୍ଚାୟତବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ।

ବାତ୍ୟା ପ୍ରଭାବରେ ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଆଦି ୫ ଜିଲାକୁ ଭୀଷଣ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି ଏବଂ ଅନ୍ୟ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ନଭେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

https://www.thesakala.in/latest-odisha-news/-cyclone-montha-is-weakening-after-landfall-red-alert--issued-for-five-districts--heavy-rainfall/article-42872
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର