ବାତ୍ୟା 'ମୋନ୍ଥା': ଆସନ୍ତାକାଲିଠୁ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ, ପ୍ରଭାବିତ ହୋଇଛି ରାଜ୍ୟର ୩୩ ବ୍ଲକ ଓ ୧୧ଟି ସହରାଞ୍ଚଳ ...

Deviprasad Mohanty Picture
Published On

ଭୁବନେଶ୍ବର: ବାତ୍ୟା 'ମୋନ୍ଥା' ପରେ ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଖୁବ ଶୀଘ୍ର ଆକଳନ ହେବ କ୍ଷୟକ୍ଷତି। ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ। କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ। ୭୨ ଘଣ୍ଟାରେ ଦେବେ ରିପୋର୍ଟ। ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲାରୁ କର୍ମଚାରୀଙ୍କୁ ଅଣାଯିବ। ବହୁଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି। ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତି ପୂରଣ ଦିଆଯିବ। ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନଂ ମାଗିବେ ଅଧିକାରୀ। ଅନଲାଇନରେ ତୁରନ୍ତ ଦିଆଯିବ କ୍ଷତି ପୂରଣ । ୩୧ ତାରିଖ ଯାଏଁ ସତର୍କ ରହିବାକୁ ପଡିବ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଆସନ୍ତାକାଲି କିଛି ଜାଗାରେ ବର୍ଷା ଅଛି। ଗଜପତି ଜିଲ୍ଲାର ଗୋଶାଣୀ ବ୍ଲକରେ ସର୍ବାଧିବ ୧୫୦ ମିଲିମିଟର ବର୍ଷା ହୋଇଛି। ୫୬ଟି ବ୍ଲକରେ ୫୦ରୁ ୧୦୦ ମିଳିମିଟର ବର୍ଷା ହୋଇଛି। ୧୬୧ ଟି ଟିମ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଥିଲେ। ୨୧୬୪ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୧୯ ହଜାର ଲୋକଙ୍କୁ ସ୍ଥାନାନ୍ତିର କରାଯାଇଥିଲା । ୨୧୮୯ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ନିରବଛିନ୍ନ ବିଦ୍ୟୁତ ସେବା ଆହ୍ୱାନ ଥିଲା। ନିରବଛିନ୍ନ ହୋଇଥିବା ବିଦ୍ୟୁତ ସେବା ସଂଯୋଗ ସରିଲାଣି । ଗଛ କାଟି ରାସ୍ତା ସଫା କରାଯାଇଛି। ୩୩ଟି ବ୍ଲକ ଓ ୧୧ ଟି ସହରାଞ୍ଚଳ ପ୍ରଭାବିତ ହୋଇଛି। ୩୬୨ଟି ଜାଗାରେ ୧୮ ହଜାର ୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ୨୯ ଅକ୍ଟୋବର ଆଜିର ଦିନରେ ୧୯୯୯ ମସିହାରେ ମହାବାତ୍ୟା ଆସିଥିଲା। IMD ର ପୂର୍ବ ଆକଳନ ସଂଯୋଗ ବଶତଃ ବାତ୍ୟା ମନ୍ଥା ୨୯ତାରିଖ ରେ ହେବାର ଥିଲା। ସାମ୍ଭାବ୍ୟ ବାତ୍ୟାରୁ ଓଡ଼ିଶା ରକ୍ଷା ପାଇଛି। ବାତ୍ୟା ଦିଗ ପରିବର୍ତ୍ତନ କଲା। ଓଡ଼ିଶାର ସୀମା ଛୁଇଁ ଝାଡ଼ଖଣ୍ଡ ଗଲା ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର