ବାତ୍ୟା ‘ମୋନ୍ଥା’ ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି
ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି ପାଇଛି। ନଭେମ୍ବର ୩ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣ ଶେଷ ତାରିଖ। ୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ। କଲେଜ କର୍ତ୍ତୃପକ୍ଷଙ୍କ ନିବେଦନ ପରେ ଉଚ୍ଚ ମାଧ୍ଯମିକ ଶିକ୍ଷା ପିରଷଦ ( CHSE ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।






