ବାଇକ୍ ସହ ଧକ୍କା ହୋଇ ବସରେ ଲାଗିଗଲା ନିଆଁ, ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

Madhusudan Das Picture
Published On

ବିଶାଖାପାଟଣା: ବାଇକ୍ ସହ ଧକ୍କା ହୋଇ ବସରେ ଲାଗିଗଲା ନିଆଁ । ଜୀବନ୍ତ ଜଳିଗଲେ ୨୦ ଯାତ୍ରୀ । ହାଇଦ୍ରାବାଦ-ବେଙ୍ଗାଲୁରୁ ଏନ୍‌ଏଚ୍‌ରେ କାବେରୀ ଟ୍ରଭେଲସର ଏକ ଯାତ୍ରୀବାହୀ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗତକାଲି ରାତିରେ ଆନ୍ଧ୍ରର କର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ଏହି ଅଘଟଣ ଘଟିଛି । ବାଇକ୍‌ ସହ ଧକ୍କା ହେବାରୁ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଟି କିଛି ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ଜଳିଯାଇଥିଲା । ବସ୍‌ରେ ୪୨ ଜଣ ଯାତ୍ରୀ ଥିଲେ । ବସରେ ନିଆଁ ଲାଗିଯିବାରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ । ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା ଏହି ବସ୍ । 

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ପୋଲିସ ସୂତ୍ର ଅନୁଯାୟୀ, ବସଟି ଗୋଟିଏ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା ଏବଂ ବାଇକଟି ବସ ଚକାରେ ଚାପି ହୋଇ କିଛି ଦୂର ଘସି ହୋଇ ଯିବା ଦ୍ୱାରା ସାରା ବସରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ବସ ଝରକା ଭାଙ୍ଗି ୧୨ ଜଣ ଯାତ୍ରୀ ଖସି ପଳାଇବାରେ ସଫଳ ହୋଇଥିଲେ । ଡାକ୍ତରଖାନାରୁ ଚିକିତ୍ସାଧିନ ଜଣେ ଯାତ୍ରୀ କହିଛନ୍ତି ଯେ ସେ ଚାରି ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ , କିନ୍ତୁ ତାଙ୍କ ପରିବାରର କିଛି ସଦସ୍ୟ ନିଆଁରେ ଫସି ଯାଇଥିଲେ। ଏହି ଦୁର୍ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ହୃଦୟରୁ ସମବେଦନା ଜଣାଇଛି ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର