ଅଗ୍ନିପଥ ଯୋଜନାକୁ ନେଇ ରାଜନାଥ ସିଂହଙ୍କ ଘୋଷଣା : କୋଷ୍ଟଗାର୍ଡ ଓ ପ୍ରତିରକ୍ଷା ଉଦ୍ୟୋଗରେ ଅଗ୍ନିବୀରଙ୍କ ପାଇଁ ରହିବ ୧୦% ସଂରକ୍ଷଣ

The Sakala Picture
Published On

ନୂଆଦିଲ୍ଲୀ : ସେନାରେ ସୈନିକ ନିଯୁକ୍ତି ପାଇଁ ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ହିଂସାତ୍ମକ ପ୍ରଦର୍ଶନ ହୋଇଛି। ଏଭଳି ପରିସ୍ଥିତିରେ ଆଶାୟୀ ଯୁବକଙ୍କ କ୍ରୋଧକୁ ପ୍ରଶମିତ କରିବା ପାଇଁ ସରକାର ଏହି ନିଯୁକ୍ତି ଯୋଜନାରେ କିଛି କୋହଳ କରିଛନ୍ତି । ଅଗ୍ନିବୀରମାନଙ୍କ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ସଂରକ୍ଷଣ ଘୋଷଣା କରାଯାଇଛି । ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କ ଅସନ୍ତୋଷକୁ […]

ନୂଆଦିଲ୍ଲୀ : ସେନାରେ ସୈନିକ ନିଯୁକ୍ତି ପାଇଁ ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ହିଂସାତ୍ମକ ପ୍ରଦର୍ଶନ ହୋଇଛି। ଏଭଳି ପରିସ୍ଥିତିରେ ଆଶାୟୀ ଯୁବକଙ୍କ କ୍ରୋଧକୁ ପ୍ରଶମିତ କରିବା ପାଇଁ ସରକାର ଏହି ନିଯୁକ୍ତି ଯୋଜନାରେ କିଛି କୋହଳ କରିଛନ୍ତି । ଅଗ୍ନିବୀରମାନଙ୍କ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ସଂରକ୍ଷଣ ଘୋଷଣା କରାଯାଇଛି । ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଦିନକୁ ଦିନ ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଏହାକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି। ଏହିକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଗ୍ନିବୀରଙ୍କ ପାଇଁ ନୂଆ ସଂରକ୍ଷଣ ନିୟମ ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି। ୪ ବର୍ଷ ପରେ ସେନାରୁ ଅବ୍ୟାହତି ନେଉଥିବା ଅଗ୍ନିବୀରଙ୍କୁ ପ୍ରତିରକ୍ଷା ବିଭାଗରେ ଚାକିରି ମିଳିବ। ସେମାନଙ୍କ ପାଇଁ ୧୦% ପଦ ସଂରକ୍ଷଣ କରି ରଖାଯିବ ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଆଜି ଶ୍ରୀ ସିଂହ ୩ ସେନା ବାହିନୀର ମୁଖ୍ୟଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଅଗ୍ନିବୀରଙ୍କ ପାଇଁ ପ୍ରତିରକ୍ଷା ବିଭାଗରେ ୧୦% ଚାକିରି ସଂରକ୍ଷଣ ହୋଇ ରହିବ ବୋଲି ନିଷ୍ପତ୍ତି ହୋଇଛି। ଅଗ୍ନିବୀରମାନଙ୍କ ପାଇଁ ତଟରକ୍ଷୀ ବାହିନୀ, ଡିଫେନ୍ସ ସିଭିଲିଆନ ପୋଷ୍ଟ ଓ ସମସ୍ତ ୧୬ଟି ଡିଫେନ୍ସ ପବ୍ଲିକ ସେକ୍ଟରରେ ୧୦% ଚାକିରି ସଂରକ୍ଷିତ ହୋଇ ରହିବ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଏହା ପୂର୍ବରୁ ଗୃହ ମନ୍ତ୍ରଣାଳୟ ମଧ୍ୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍) ଏବଂ ଆସାମ ରାଇଫଲ୍ସରେ ‘ଅଗ୍ନିବୀର’ଙ୍କୁ ୧୦% ସଂରକ୍ଷଣ ଦେବାକୁ ଘୋଷଣା କରିଥିଲା । ଅଗ୍ନିପଥ ଯୋଜନାରେ ଚାରି ବର୍ଷର କାର୍ଯ୍ୟକାଳ ପରେ ଅଗ୍ନିବୀର ମାନଙ୍କୁ ସିଏପିଏଫ୍ ଓ ଆସାମ ରାଇଫଲ୍ସରେ ନିଯୁକ୍ତି ମିଳିବ । ଏହା ସହିତ ପ୍ରାର୍ଥୀଙ୍କ ବୟସ ସୀମା ମଧ୍ୟ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି।ଏଥିସହ ‘ଅଗ୍ନିବୀର’ଙ୍କ ନିଯୁକ୍ତି ବେଳେ ବୟସ ସୀମାକୁ ୩ ବର୍ଷ ଯାଏ କୋହଳ କରାଯିବ। ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ବେଳେ ବୟସ ସୀମାକୁ ୫ ବର୍ଷ କୋହଳ କରାଯିବ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର