ଲାଲବାହିନୀର ବର୍ବରତା; ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା

The Sakala Picture
Published On

ବାଲିଗୁଡ଼ା: ସବୁଠି ଚାଲିଥିଲା ଦୀପାବଳୀ ଉତ୍ସବର ପାର୍ବଣ। ଲୋକେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଉଥିଲେ। କିନ୍ତୁ ସେତେବେଳେ ଉପାନ୍ତ ଆଦିବାସୀ ଅଞ୍ଚଳର ଆଦିବାସୀ ପରିବାରରେ ଶୋକ ଓ ଆତଙ୍କର ବାତାବରଣ। କନ୍ଧମାଳରେ ପୁଣି ମାଓବାଦୀଙ୍କ ଲାଲ କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ଘରୁ ଡାକି ନେଇ ଗୁଳି କରି ନିର୍ମମ ଭାବେ ହତ୍ୟା କଲେ ଲାଲ ବାହିନୀ । ବାଲିଗୁଡା ଥାନା ସୁଡ୍ରା ପଂଚାୟତର ଟୁପୁଡି ଗାଁ ନିକଟରେ ଗୁଳି କରି […]

ବାଲିଗୁଡ଼ା: ସବୁଠି ଚାଲିଥିଲା ଦୀପାବଳୀ ଉତ୍ସବର ପାର୍ବଣ। ଲୋକେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଉଥିଲେ। କିନ୍ତୁ ସେତେବେଳେ ଉପାନ୍ତ ଆଦିବାସୀ ଅଞ୍ଚଳର ଆଦିବାସୀ ପରିବାରରେ ଶୋକ ଓ ଆତଙ୍କର ବାତାବରଣ। କନ୍ଧମାଳରେ ପୁଣି ମାଓବାଦୀଙ୍କ ଲାଲ କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ଘରୁ ଡାକି ନେଇ ଗୁଳି କରି ନିର୍ମମ ଭାବେ ହତ୍ୟା କଲେ ଲାଲ ବାହିନୀ । ବାଲିଗୁଡା ଥାନା ସୁଡ୍ରା ପଂଚାୟତର ଟୁପୁଡି ଗାଁ ନିକଟରେ ଗୁଳି କରି ହତ୍ୟା କଲେ ମାଓବାଦୀ । ମୃତ ଯୁବକ ହେଲେ କୁନାସୋଲ ଗାଁର ନୀଳକଣ୍ଠ ମଳିକ । ପୋଲିସ ଖବରଦାତା ଭାବେ କାର୍ଯ୍ୟ କରୁଥିବାରୁ ପ୍ରଜା କୋର୍ଟରେ ଦଣ୍ଡ ଦିଆଯାଇଥିବା କେ. କେ. ବି. ଏନ ମାଓବାଦୀ ସଙ୍ଘଠନ ପକ୍ଷରୁ ସ୍ପଷ୍ଟ କରା ଯାଇଛି ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ହତ୍ୟା ପରେ ଘଟଣା ସ୍ଥଳରେ ହାତ ଲେଖା ପୋଷ୍ଟର ଓ ମାଓ ବେନ୍ନର ମଧ୍ୟ ଛାଡିଛନ୍ତି କେ. କେ. ବି. ଏନ ମାଓବାଦୀ । ଗତ 11 ତାରିଖରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ କୁନାସଲ ଜଙ୍ଗଲରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ । ଏହାକୁ ବିରୋଧ କରି ୨୫ ଅକ୍ଟୋବରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କେକେବିଏନ ମାଓବାଦୀ ସଂଗଠନ । ଶହୀଦ ମହିଳା ମାଓବାଦୀ ପୋୟାମ ପାଣ୍ଡ୍ରାମ ଓରଫ ସାବିତ୍ରୀକୁ ବଳିଦାନ ଅର୍ପଣ କରିବାକୁ ଆହ୍ୱାନ ଦେଇଛି ଲାଲ ବାହିନୀ । ସୁଡ୍ରା ଗ୍ରାମର ଟୁନା ସାହୁ, ବବୁଲ, ବାପି – ପାଟମାସ୍କା ବିଦ୍ୟାଳୟର ଶିକ୍ଷକୟତ୍ରୀ ସୁମିତ୍ରା ସହିତ ଖମନଖୋଲ, ଟିକରବାଜୁ, ଲଣ୍ଡାଗାଁ, ଢାକା ଗ୍ରାମରେ ଥିବା ପୋଲିସ ଖବରଦାତାମାନଙ୍କୁ ଖବରଦାତା କାର୍ଯ୍ୟ ଛାଡିବାକୁ ମାଓବାଦୀ ସଙ୍ଘଠନ ପକ୍ଷରୁ ଜାରି କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି | ଏବେ ଆତଙ୍କିତ ଅଞ୍ଚଳବାସୀ। ପୁଲିସ ମଧ୍ୟ ଯିବାକୁ ନାରାଜ୍। କାହା ଭରସାରେ ବଞ୍ଚିବେ ଆଦିବାସୀ ଅଞ୍ଚଳର ଲୋକେ ତାହା ସାଧାରଣରେ ପ୍ରଶ୍ନବାଚୀ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

25 Oct 2022 By The Sakala

ଲାଲବାହିନୀର ବର୍ବରତା; ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା

ବାଲିଗୁଡ଼ା: ସବୁଠି ଚାଲିଥିଲା ଦୀପାବଳୀ ଉତ୍ସବର ପାର୍ବଣ। ଲୋକେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଉଥିଲେ। କିନ୍ତୁ ସେତେବେଳେ ଉପାନ୍ତ ଆଦିବାସୀ ଅଞ୍ଚଳର ଆଦିବାସୀ ପରିବାରରେ ଶୋକ ଓ ଆତଙ୍କର ବାତାବରଣ। କନ୍ଧମାଳରେ ପୁଣି ମାଓବାଦୀଙ୍କ ଲାଲ କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ଘରୁ ଡାକି ନେଇ ଗୁଳି କରି ନିର୍ମମ ଭାବେ ହତ୍ୟା କଲେ ଲାଲ ବାହିନୀ । ବାଲିଗୁଡା ଥାନା ସୁଡ୍ରା ପଂଚାୟତର ଟୁପୁଡି ଗାଁ ନିକଟରେ ଗୁଳି କରି ହତ୍ୟା କଲେ ମାଓବାଦୀ । ମୃତ ଯୁବକ ହେଲେ କୁନାସୋଲ ଗାଁର ନୀଳକଣ୍ଠ ମଳିକ । ପୋଲିସ ଖବରଦାତା ଭାବେ କାର୍ଯ୍ୟ କରୁଥିବାରୁ ପ୍ରଜା କୋର୍ଟରେ ଦଣ୍ଡ ଦିଆଯାଇଥିବା କେ. କେ. ବି. ଏନ ମାଓବାଦୀ ସଙ୍ଘଠନ ପକ୍ଷରୁ ସ୍ପଷ୍ଟ କରା ଯାଇଛି ।

ହତ୍ୟା ପରେ ଘଟଣା ସ୍ଥଳରେ ହାତ ଲେଖା ପୋଷ୍ଟର ଓ ମାଓ ବେନ୍ନର ମଧ୍ୟ ଛାଡିଛନ୍ତି କେ. କେ. ବି. ଏନ ମାଓବାଦୀ । ଗତ 11 ତାରିଖରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ କୁନାସଲ ଜଙ୍ଗଲରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ । ଏହାକୁ ବିରୋଧ କରି ୨୫ ଅକ୍ଟୋବରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କେକେବିଏନ ମାଓବାଦୀ ସଂଗଠନ । ଶହୀଦ ମହିଳା ମାଓବାଦୀ ପୋୟାମ ପାଣ୍ଡ୍ରାମ ଓରଫ ସାବିତ୍ରୀକୁ ବଳିଦାନ ଅର୍ପଣ କରିବାକୁ ଆହ୍ୱାନ ଦେଇଛି ଲାଲ ବାହିନୀ । ସୁଡ୍ରା ଗ୍ରାମର ଟୁନା ସାହୁ, ବବୁଲ, ବାପି – ପାଟମାସ୍କା ବିଦ୍ୟାଳୟର ଶିକ୍ଷକୟତ୍ରୀ ସୁମିତ୍ରା ସହିତ ଖମନଖୋଲ, ଟିକରବାଜୁ, ଲଣ୍ଡାଗାଁ, ଢାକା ଗ୍ରାମରେ ଥିବା ପୋଲିସ ଖବରଦାତାମାନଙ୍କୁ ଖବରଦାତା କାର୍ଯ୍ୟ ଛାଡିବାକୁ ମାଓବାଦୀ ସଙ୍ଘଠନ ପକ୍ଷରୁ ଜାରି କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି | ଏବେ ଆତଙ୍କିତ ଅଞ୍ଚଳବାସୀ। ପୁଲିସ ମଧ୍ୟ ଯିବାକୁ ନାରାଜ୍। କାହା ଭରସାରେ ବଞ୍ଚିବେ ଆଦିବାସୀ ଅଞ୍ଚଳର ଲୋକେ ତାହା ସାଧାରଣରେ ପ୍ରଶ୍ନବାଚୀ।

https://www.thesakala.in/latest-odisha-news/youth-was-shot-dead-by-maoist-on-suspicion-of-being-a-police-informer/article-16007
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର