ବିଶ୍ବବ୍ୟାଙ୍କ୍‌ ରିପୋର୍ଟ: ୨୦୨୨-୨୩ରେ ଓଡ଼ିଶାରେ ବଢ଼ିଛି ଗ୍ରାମାଞ୍ଚଳ ଲୋକଙ୍କ ଖର୍ଚ୍ଚ କ୍ଷମତା

The Sakala Picture
Published On

ଭୁବନେଶ୍ୱର: ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ମଧ୍ୟରେ ଭାରତବର୍ଷରେ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଲୋକାଭିମୁଖୀ ଯୋଜନା ସାଧାରଣ ଜନତାଙ୍କର ସଞ୍ଚୟ ଓ କ୍ରୟ ଶକ୍ତି ବୃଦ୍ଧି କରିବାରେ ପ୍ରମୁଖ ଭାବେ ସହାୟକ ହୋଇଛି। ଓଡ଼ିଶା େକ୍ଷତ୍ରରେ ଏହାର ପ୍ରଭାବ ଜାତୀୟ ସ୍ତରରେ ସର୍ବାଧିକ ପରିଲକ୍ଷିତ ହୋଇଛି। ବିଶ୍ବବ୍ୟାଙ୍କର ୨୦୨୨-୨୩ ରିପୋର୍ଟରେ ଓଡ଼ିଶାର ଅଭିବୃଦ୍ଧିକୁ ନେଇ ଏଭଳି ଗୋଲାପୀ ଚିତ୍ର ଅଙ୍କାଯାଇଛି। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁଯାୟୀ ୨୦୧୧-୧୨ରୁ […]

ଭୁବନେଶ୍ୱର: ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ମଧ୍ୟରେ ଭାରତବର୍ଷରେ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଲୋକାଭିମୁଖୀ ଯୋଜନା ସାଧାରଣ ଜନତାଙ୍କର ସଞ୍ଚୟ ଓ କ୍ରୟ ଶକ୍ତି ବୃଦ୍ଧି କରିବାରେ ପ୍ରମୁଖ ଭାବେ ସହାୟକ ହୋଇଛି। ଓଡ଼ିଶା େକ୍ଷତ୍ରରେ ଏହାର ପ୍ରଭାବ ଜାତୀୟ ସ୍ତରରେ ସର୍ବାଧିକ ପରିଲକ୍ଷିତ ହୋଇଛି। ବିଶ୍ବବ୍ୟାଙ୍କର ୨୦୨୨-୨୩ ରିପୋର୍ଟରେ ଓଡ଼ିଶାର ଅଭିବୃଦ୍ଧିକୁ ନେଇ ଏଭଳି ଗୋଲାପୀ ଚିତ୍ର ଅଙ୍କାଯାଇଛି।
ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁଯାୟୀ ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ଭାରତରେ ୨୬୯ ନିୟୁତ ଅର୍ଥାତ୍‌ ପ୍ରାୟ ୨୭ କୋଟି ଲୋକ ଅତ୍ୟଧିକ ଦାରିଦ୍ର୍ୟତାରୁ ବାହାରକୁ ଆସିଛନ୍ତି। ୨୦୧୧-୧୨ରେ ଅତ୍ୟଧିକ ଗରିବୀ ହାର ୨୭.୧୨ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୫.୨୫ ପ୍ରତିଶତକୁ ହ୍ରାସ ପାଇଛି। ଅତ୍ୟଧିକ ଗରିବୀ ହ୍ରାସ କ୍ଷେତ୍ରରେ ଓଡ଼ିଶାର ମଧ୍ୟ ପ୍ରଭୁତଃ ଅବଦାନ ଥିବା ନେଇ ବିଶେଷଜ୍ଞ ମହଲ ମତ ପ୍ରକାଶ କରିଛନ୍ତି।

ଗତ ୧୦ ଦଶନ୍ଧିର କାଳଖଣ୍ଡରେ ବିଜେଡି ସରକାରଙ୍କ ଏକାଧିକ ଜନମଙ୍ଗଳକାରୀ ଯୋଜନାର ସଫଳ ରୂପାୟଣ ରାଜ୍ୟରେ ଲୋକଙ୍କ ସଞ୍ଚୟ ଏବଂ କ୍ରୟ ଶକ୍ତି ବୃଦ୍ଧି ଘଟାଇବାରେ ସକ୍ଷମ ହୋଇଛି। ଏପରିକି ଜାତୀୟ ସ୍ତରରେ ଏହା ମଧ୍ୟ ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇଛି। ଶନିବାର ପିଆଇବି ପକ୍ଷରୁ ଜାରି ବ୍ୟବହାରିକ ଖର୍ଚ୍ଚ ସର୍ବେକ୍ଷଣ (ଏଚସିଇଏସ)ରିପୋର୍ଟ ୨୦୨୩-୨୪ ଅନୁଯାୟୀ, ଦେଶର ପ୍ରମୁଖ ୧୮ ରାଜ୍ୟ ମଧ୍ୟରେ ଗ୍ରାମାଞ୍ଚଳରେ ଓଡ଼ିଶାର ହାରାହାରି ମାସିକ ମୁଣ୍ଡପିଛା ଖର୍ଚ୍ଚ(ଏମପସିଇ) ଦେଶରେ ସର୍ବାଧିକ ଥିବା ଜଣାପଡ଼ିଛି। ୨୦୨୨-୨୩ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାର ଗ୍ରାମାଞ୍ଚଳରେ ମାସିକ ମୁଣ୍ଡପିଛା ଖର୍ଚ୍ଚ ୨,୯୫୦ରୁ ୩,୩୫୭ ଟଙ୍କାରେ ପହଞ୍ଚିଛି। ବର୍ଷକ ମଧ୍ୟରେ ଓଡ଼ିଶାର ମୁଣ୍ଡ ପିଛା ଖର୍ଚ୍ଚ ୧୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏହା ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଖାଉଟିଙ୍କ ଉପରେ ଦରବୃଦ୍ଧି ପ୍ରହାର: କାର୍ତ୍ତିକରେ ବି ଖସୁନି ଆମିଷ ଦର, ପରିବା ଦର ଶୁଣି ମୁହଁ ଫେରାଉଛନ୍ତି ଗ୍ରାହକ

ସମାନ ଭାବେ ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ଦେଶରେ ମାସିକ ମୁଣ୍ଡପିଛା ହାରାହାରି ଖର୍ଚ୍ଚରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିବା ବେଳେ ଓଡ଼ିଶା ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ବିଶେଷଜ୍ଞ ମହଲର ଯୁକ୍ତି ଅନୁଯାୟୀ ସାଧାରଣ ଲୋକଙ୍କ କ୍ରୟ ଏବଂ ଖର୍ଚ୍ଚ କରିବାର ଶକ୍ତି ବଢ଼ିଥିବା କାରଣରୁ ଭାରତ ନିଜର ଅତ୍ୟଧିକ ଦାରିଦ୍ର୍ୟତାକୁ ହ୍ରାସ କରିବାରେ ସଫଳ ହୋଇଛି। ଜାତୀୟ ସ୍ତରରେ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା କାରଣରୁ ଲୋକଙ୍କର ସଞ୍ଚୟ ଶକ୍ତି ବଢ଼ିଥିବା ବେଳେ ସାଧାରଣ ଲୋକେ ଅଧିକ ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି। ସମାନ ଭାବରେ ଗତ ବିଜେଡି ସରକାରଙ୍କ ବହୁ ଜନକଲ୍ୟାଣକାରୀ କାର୍ଯ୍ୟକାରୀ କରିଥିବା ବେଳେ ଏଥିଯୋଗୁଁ ଗରିବ ଲୋକେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚରୁ ବର୍ତ୍ତି ଯାଇଥିବା ବେଳେ ନିଜ ସଞ୍ଚୟ ସାମର୍ଥ୍ୟ ବୃଦ୍ଧି କରିପାରିଛନ୍ତି। ଏକ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ଯୋଜନା, ମିଶନ ଶକ୍ତି, ମୋ ସ୍କୁଲ ପରି ସରକାରୀ ଯୋଜନା ରାଜ୍ୟବାସୀଙ୍କ ପାଇଁ ବରଦାନ ସାଜିଥିବା ବେଳେ ଲୋକେ ଅଯଥା ଖର୍ଚ୍ଚରୁ ବର୍ତ୍ତି ପାରିଛନ୍ତି। ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାରଣରୁ ଲୋକେ ସ୍ୱାସ୍ଥ୍ୟ ବାବଦରେ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରୁ ବର୍ତ୍ତିଥିବା ବେଳେ ଏହା ସେମାନଙ୍କର ସଞ୍ଚୟ ଶକ୍ତିକୁ ବୃଦ୍ଧି କରିପାରିଛି। ଯାହା ସେମାନଙ୍କର କ୍ରୟ ଏବଂ ଖର୍ଚ୍ଚ ଶକ୍ତିକୁ ବୃଦ୍ଧି କରିପାରିଛି। ସେହିପରି ପିଲାଙ୍କ ପାଠ ପଢ଼ାଟାରୁ ଆରମ୍ଭ କରି ମହିଳାଙ୍କୁ ଆତ୍ମନିର୍ଭର କରିବା ଯାଏଁ ବିଜେଡି ସରକାରଙ୍କ ପ୍ରଣୀତ ଏକାଧିକ ଯୋଜନା ରାଜ୍ୟବାସୀଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିପାରିଛି। ରାଜ୍ୟ ସରକାରଙ୍କ ଏହି ଯୋଜନାଗୁଡ଼ିକର ସୁଫଳତା ଏଚସିଇଏସ ରିପୋର୍ଟରେ ପ୍ରତିଫଳିତ ହୋଇଛି ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓୟୁଏଟିରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: କ୍ୟାମ୍ପସ୍‌ ସୁରକ୍ଷା ନେଇ ବିଜୁ ମହିଳା ଜନତା ଦଳର ଉଦ୍‌ବେଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର