ଆଜି ଉତ୍କଳ ଦିବସ: କାହିଁକି ପାଳନ ହୁଏ ଏହି ମହାନ ଦିନ? ଏମିତି ଗଠନ ହୋଇଥିଲା ଆମ ଓଡ଼ିଶା

Suryakanta Picture
Published On

ଆପଣମାନେ ସମସ୍ତେ ଜାଣିଛନ୍ତି ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ପାଳନ କରାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ଆଜିର ଏହି ବିଶାଳ ଓଡ଼ିଶା ପ୍ରଦେଶ କିପରି ଗଠନ ହୋଇଥିଲା? କେତେ ସଂଗ୍ରାମ ଓ ତ୍ୟାଗ ପରେ ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ହୋଇଥିଲା ଆମ ଓଡ଼ିଶା। ଆସନ୍ତୁ ଜାଣିବା ଆମ ମାଟିର ଏହି ଗର୍ବ ଆଉ ଗୌରବର ପ୍ରେରଣାଦାୟକ କାହାଣୀ।

ଆହୁରି ପଢ଼ନ୍ତୁ: ଅପରାଧ ବୃଦ୍ଧି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହାସ୍ୟାସ୍ପଦ: ବିଜେଡି

ପ୍ରିୟ ଓଡ଼ିଶାବାସୀ ଆଜି ହେଉଛି ଏପ୍ରିଲ ଏକ ତାରିଖ ଅର୍ଥାତ ଆମର ପ୍ରିୟ ଉତ୍କଳ ଦିବସ। ଏହି ଦିନ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି କାହିଁକି ଏହି ଦିନଟି ଏତେ ଗୁରୁତ୍ୱପୂର୍ଣ୍ଣ? ଥରେ ଭାବି ଦେଖନ୍ତୁ ଏମିତି ଏକ ସମୟ ଥିଲା ଯେତେବେଳେ ଆମର ନିଜର କୌଣସି ସ୍ୱତନ୍ତ୍ର ପରିଚୟ ନଥିଲା। ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ବଙ୍ଗ ମାନ୍ଦ୍ରାଜ ଏବଂ ମଧ୍ୟପ୍ରଦେଶ ସହିତ ଯୋଡି ହୋଇ ରହିଥିଲା। ଆମ ଭାଷା ଓ ସଂସ୍କୃତି ନିଜ ମାଟିରେ ହିଁ ଅବହେଳିତ ହେଉଥିଲା।

ଆହୁରି ପଢ଼ନ୍ତୁ: ୮ମ ବେତନ ଆୟୋଗ ଅପଡେଟ୍: କେବେଠୁ ବଢ଼ିବ ଦରମା? ଜାଣନ୍ତୁ ସରକାରଙ୍କ ନୂଆ ଘୋଷଣା

ସେହି ଅନ୍ଧକାର ସମୟରେ ଆଲୋକର ବର୍ତ୍ତିକା ସାଜି ଆଗକୁ ଆସିଥିଲେ କିଛି ମହାନ ସଂଗ୍ରାମୀ। ମଧୁସୂଦନ ଦାସ ଫକୀର ମୋହନ ସେନାପତି ଗୋପବନ୍ଧୁ ଦାସ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ବରପୁତ୍ରମାନେ ଅନୁଭବ କଲେ ଯେ ଯେପର୍ଯ୍ୟନ୍ତ ଆମର ନିଜର ଏକ ସ୍ୱତନ୍ତ୍ର ରାଜ୍ୟ ନାହିଁ ସେପର୍ଯ୍ୟନ୍ତ ଆମ ଜାତିର ଉନ୍ନତି ଅସମ୍ଭବ। ସେମାନେ ଉତ୍କଳ ସମ୍ମିଳନୀ ଗଠନ କଲେ ଏବଂ ଓଡ଼ିଆ ଜାତିକୁ ଏକାଠି କରିବା ପାଇଁ ଅଣ୍ଟା ଭିଡିଲେ। ସେମାନଙ୍କର ଏହି ସ୍ୱପ୍ନ କେବଳ ଏକ ରାଜନୈତିକ ଦାବି ନଥିଲା ବରଂ ଥିଲା ଏକ ମହାନ ଜାତୀୟ ଆନ୍ଦୋଳନ।

ଆହୁରି ପଢ଼ନ୍ତୁ:  ଆଜି ଅଶୋକାଷ୍ଟମୀ, ରଥଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ତୀବ୍ର ରୂପ ନେଲା। ସେ ବ୍ରିଟିଶ ସରକାରଙ୍କ ସହ ଲଢ଼େଇ କଲେ ଏବଂ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଯୁକ୍ତି ବାଢିଲେ। ଗାଁ ଗାଁ ବୁଲି ଉତ୍କଳମଣି ଗୋପବନ୍ଧୁ ଦାସ ଲୋକଙ୍କ ମନରେ ଜାତୀୟତାର ନିଆଁ ଜଳାଇଲେ। ଏହି ସଂଗ୍ରାମ କାହାଣୀ କେବଳ ନେତାମାନଙ୍କର ନଥିଲା ଏଥିରେ ସାମିଲ ଥିଲେ ଆମର ଅଗଣିତ ପୂର୍ବପୁରୁଷ ଯେଉଁମାନେ ନିଜ ମାତୃଭାଷା ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ। ଏହା ଥିଲା ଆମର ମାତୃଭୂମିର ଅସ୍ମିତାର ଏକ ନିରବଚ୍ଛିନ୍ନ ଲଢ଼େଇ।

ଶେଷରେ ଦୀର୍ଘ ତିନି ଦଶନ୍ଧିର କଠୋର ସଂଗ୍ରାମ ପରେ ବ୍ରିଟିଶ ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାରତ ଇତିହାସରେ ଏକ ନୂଆ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡି ହେଲା। ଭାଷା ଭିତ୍ତିରେ ଗଠିତ ହେଲା ଦେଶର ପ୍ରଥମ ସ୍ୱତନ୍ତ୍ର ରାଜ୍ୟ ଆମ ଓଡ଼ିଶା। ହଁ ଆଜ୍ଞା କେବଳ ଭାଷାକୁ ନେଇ ଗୋଟିଏ ନୂଆ ପ୍ରଦେଶ ଗଠନ ହେବା ଏକ ସାଧାରଣ କଥା ନଥିଲା। ଏହା ଥିଲା ଆମ ଓଡ଼ିଆ ଜାତିର ଦୃଢ଼ ଇଚ୍ଛାଶକ୍ତି ଏବଂ ଅଦମ୍ୟ ସାହସର ବିଜୟ। ସେହି ଐତିହାସିକ ବିଜୟକୁ ମନେ ରଖିବା ପାଇଁ ଆମେ ଉତ୍କଳ ଦିବସ ପାଳନ କରୁ।

ଆଜି ଯେତେବେଳେ ଆମେ ବନ୍ଦେ ଉତ୍କଳ ଜନନୀ ଗାନ କରୁ ଆମ ଦେହର ଲୋମ ଟାଙ୍କୁରି ଉଠେ। ଉତ୍କଳ ଦିବସ କେବଳ ଏକ ସାଧାରଣ ଛୁଟି ଦିନ ନୁହେଁ। ଏହା ହେଉଛି ଆମର ପରିଚୟ ଆମ ଗର୍ବ ଏବଂ ଆମ ପୂର୍ବଜମାନଙ୍କ ବଳିଦାନର ଏକ ପବିତ୍ର ସ୍ମାରକୀ। ଯେଉଁ ଓଡ଼ିଆ ଭାଷା ପାଇଁ ସେମାନେ ନିଜର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କଲେ ଆଜି ଆମର ଦାୟିତ୍ୱ ହେଉଛି ସେହି ଭାଷା ଓ ସଂସ୍କୃତିକୁ ଆହୁରି ଆଗକୁ ନେବା। ଆମ କଳା ସାହିତ୍ୟ ଏବଂ ସଂସ୍କୃତି ବିଶ୍ୱ ଦରବାରରେ ଆଜି ନିଜର ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିପାରିଛି।

ତେଣୁ ଆସନ୍ତୁ ଆଜିର ଏହି ପବିତ୍ର ଉତ୍କଳ ଦିବସରେ ଆମେ ସମସ୍ତେ ମିଶି ଏହି ଶପଥ ନେବା ଯେ ଆମେ ଆମର ମାତୃଭାଷା ଓଡ଼ିଆକୁ ସବୁବେଳେ ସମ୍ମାନ କରିବା ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ନିଜର ପୂର୍ଣ୍ଣ ଯୋଗଦାନ ଦେବା। ଆମର ଆଗାମୀ ପିଢ଼ିକୁ ଆମର ଏହି ଗୌରବମୟ ଇତିହାସ ବିଷୟରେ ଜଣାଇବା। କାରଣ ଯେଉଁ ଜାତି ନିଜର ଇତିହାସକୁ ଭୁଲିଯାଏ ସେ କେବେବି ନିଜର ଭବିଷ୍ୟତ ଗଢିପାରେ ନାହିଁ। ଆପଣମାନଙ୍କୁ ସମସ୍ତଙ୍କୁ ଉତ୍କଳ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ବନ୍ଦେ ଉତ୍କଳ ଜନନୀ।

01 Apr 2026 By Suryakanta

ଆଜି ଉତ୍କଳ ଦିବସ: କାହିଁକି ପାଳନ ହୁଏ ଏହି ମହାନ ଦିନ? ଏମିତି ଗଠନ ହୋଇଥିଲା ଆମ ଓଡ଼ିଶା

ଆପଣମାନେ ସମସ୍ତେ ଜାଣିଛନ୍ତି ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ପାଳନ କରାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ଆଜିର ଏହି ବିଶାଳ ଓଡ଼ିଶା ପ୍ରଦେଶ କିପରି ଗଠନ ହୋଇଥିଲା? କେତେ ସଂଗ୍ରାମ ଓ ତ୍ୟାଗ ପରେ ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ହୋଇଥିଲା ଆମ ଓଡ଼ିଶା। ଆସନ୍ତୁ ଜାଣିବା ଆମ ମାଟିର ଏହି ଗର୍ବ ଆଉ ଗୌରବର ପ୍ରେରଣାଦାୟକ କାହାଣୀ।

ପ୍ରିୟ ଓଡ଼ିଶାବାସୀ ଆଜି ହେଉଛି ଏପ୍ରିଲ ଏକ ତାରିଖ ଅର୍ଥାତ ଆମର ପ୍ରିୟ ଉତ୍କଳ ଦିବସ। ଏହି ଦିନ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି କାହିଁକି ଏହି ଦିନଟି ଏତେ ଗୁରୁତ୍ୱପୂର୍ଣ୍ଣ? ଥରେ ଭାବି ଦେଖନ୍ତୁ ଏମିତି ଏକ ସମୟ ଥିଲା ଯେତେବେଳେ ଆମର ନିଜର କୌଣସି ସ୍ୱତନ୍ତ୍ର ପରିଚୟ ନଥିଲା। ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ବଙ୍ଗ ମାନ୍ଦ୍ରାଜ ଏବଂ ମଧ୍ୟପ୍ରଦେଶ ସହିତ ଯୋଡି ହୋଇ ରହିଥିଲା। ଆମ ଭାଷା ଓ ସଂସ୍କୃତି ନିଜ ମାଟିରେ ହିଁ ଅବହେଳିତ ହେଉଥିଲା।

ସେହି ଅନ୍ଧକାର ସମୟରେ ଆଲୋକର ବର୍ତ୍ତିକା ସାଜି ଆଗକୁ ଆସିଥିଲେ କିଛି ମହାନ ସଂଗ୍ରାମୀ। ମଧୁସୂଦନ ଦାସ ଫକୀର ମୋହନ ସେନାପତି ଗୋପବନ୍ଧୁ ଦାସ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ବରପୁତ୍ରମାନେ ଅନୁଭବ କଲେ ଯେ ଯେପର୍ଯ୍ୟନ୍ତ ଆମର ନିଜର ଏକ ସ୍ୱତନ୍ତ୍ର ରାଜ୍ୟ ନାହିଁ ସେପର୍ଯ୍ୟନ୍ତ ଆମ ଜାତିର ଉନ୍ନତି ଅସମ୍ଭବ। ସେମାନେ ଉତ୍କଳ ସମ୍ମିଳନୀ ଗଠନ କଲେ ଏବଂ ଓଡ଼ିଆ ଜାତିକୁ ଏକାଠି କରିବା ପାଇଁ ଅଣ୍ଟା ଭିଡିଲେ। ସେମାନଙ୍କର ଏହି ସ୍ୱପ୍ନ କେବଳ ଏକ ରାଜନୈତିକ ଦାବି ନଥିଲା ବରଂ ଥିଲା ଏକ ମହାନ ଜାତୀୟ ଆନ୍ଦୋଳନ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ତୀବ୍ର ରୂପ ନେଲା। ସେ ବ୍ରିଟିଶ ସରକାରଙ୍କ ସହ ଲଢ଼େଇ କଲେ ଏବଂ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଯୁକ୍ତି ବାଢିଲେ। ଗାଁ ଗାଁ ବୁଲି ଉତ୍କଳମଣି ଗୋପବନ୍ଧୁ ଦାସ ଲୋକଙ୍କ ମନରେ ଜାତୀୟତାର ନିଆଁ ଜଳାଇଲେ। ଏହି ସଂଗ୍ରାମ କାହାଣୀ କେବଳ ନେତାମାନଙ୍କର ନଥିଲା ଏଥିରେ ସାମିଲ ଥିଲେ ଆମର ଅଗଣିତ ପୂର୍ବପୁରୁଷ ଯେଉଁମାନେ ନିଜ ମାତୃଭାଷା ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ। ଏହା ଥିଲା ଆମର ମାତୃଭୂମିର ଅସ୍ମିତାର ଏକ ନିରବଚ୍ଛିନ୍ନ ଲଢ଼େଇ।

ଶେଷରେ ଦୀର୍ଘ ତିନି ଦଶନ୍ଧିର କଠୋର ସଂଗ୍ରାମ ପରେ ବ୍ରିଟିଶ ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାରତ ଇତିହାସରେ ଏକ ନୂଆ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡି ହେଲା। ଭାଷା ଭିତ୍ତିରେ ଗଠିତ ହେଲା ଦେଶର ପ୍ରଥମ ସ୍ୱତନ୍ତ୍ର ରାଜ୍ୟ ଆମ ଓଡ଼ିଶା। ହଁ ଆଜ୍ଞା କେବଳ ଭାଷାକୁ ନେଇ ଗୋଟିଏ ନୂଆ ପ୍ରଦେଶ ଗଠନ ହେବା ଏକ ସାଧାରଣ କଥା ନଥିଲା। ଏହା ଥିଲା ଆମ ଓଡ଼ିଆ ଜାତିର ଦୃଢ଼ ଇଚ୍ଛାଶକ୍ତି ଏବଂ ଅଦମ୍ୟ ସାହସର ବିଜୟ। ସେହି ଐତିହାସିକ ବିଜୟକୁ ମନେ ରଖିବା ପାଇଁ ଆମେ ଉତ୍କଳ ଦିବସ ପାଳନ କରୁ।

ଆଜି ଯେତେବେଳେ ଆମେ ବନ୍ଦେ ଉତ୍କଳ ଜନନୀ ଗାନ କରୁ ଆମ ଦେହର ଲୋମ ଟାଙ୍କୁରି ଉଠେ। ଉତ୍କଳ ଦିବସ କେବଳ ଏକ ସାଧାରଣ ଛୁଟି ଦିନ ନୁହେଁ। ଏହା ହେଉଛି ଆମର ପରିଚୟ ଆମ ଗର୍ବ ଏବଂ ଆମ ପୂର୍ବଜମାନଙ୍କ ବଳିଦାନର ଏକ ପବିତ୍ର ସ୍ମାରକୀ। ଯେଉଁ ଓଡ଼ିଆ ଭାଷା ପାଇଁ ସେମାନେ ନିଜର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କଲେ ଆଜି ଆମର ଦାୟିତ୍ୱ ହେଉଛି ସେହି ଭାଷା ଓ ସଂସ୍କୃତିକୁ ଆହୁରି ଆଗକୁ ନେବା। ଆମ କଳା ସାହିତ୍ୟ ଏବଂ ସଂସ୍କୃତି ବିଶ୍ୱ ଦରବାରରେ ଆଜି ନିଜର ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିପାରିଛି।

ତେଣୁ ଆସନ୍ତୁ ଆଜିର ଏହି ପବିତ୍ର ଉତ୍କଳ ଦିବସରେ ଆମେ ସମସ୍ତେ ମିଶି ଏହି ଶପଥ ନେବା ଯେ ଆମେ ଆମର ମାତୃଭାଷା ଓଡ଼ିଆକୁ ସବୁବେଳେ ସମ୍ମାନ କରିବା ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ନିଜର ପୂର୍ଣ୍ଣ ଯୋଗଦାନ ଦେବା। ଆମର ଆଗାମୀ ପିଢ଼ିକୁ ଆମର ଏହି ଗୌରବମୟ ଇତିହାସ ବିଷୟରେ ଜଣାଇବା। କାରଣ ଯେଉଁ ଜାତି ନିଜର ଇତିହାସକୁ ଭୁଲିଯାଏ ସେ କେବେବି ନିଜର ଭବିଷ୍ୟତ ଗଢିପାରେ ନାହିଁ। ଆପଣମାନଙ୍କୁ ସମସ୍ତଙ୍କୁ ଉତ୍କଳ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ବନ୍ଦେ ଉତ୍କଳ ଜନନୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର