ବଲିଉଡରେ ଚର୍ଚ୍ଚା: ପ୍ରେମିକା ଗୌରୀ ସ୍ପ୍ରାଟଙ୍କୁ ବିରଳ ହୀରା ମୁଦି ଉପହାର ଦେଲେ ଆମିର ଖାନ, ନିର୍ବନ୍ଧ ନେଇ ଉଠିଲା ଗୁଜବ

Suryakanta Picture
Published On

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ପରିଚିତ ଆମିର ଖାନ ଏବଂ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରାଟ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଆମିର ତାଙ୍କ ପ୍ରେମିକାଙ୍କୁ ଦୁଇଟି ବହୁମୂଲ୍ୟ ତଥା ବିରଳ ରତ୍ନଖଚିତ ମୁଦି ଉପହାର ଦେଇଛନ୍ତି। ଏହା ପରେ ଉଭୟଙ୍କ ନିର୍ବନ୍ଧ ସରିଥିବା ନେଇ ବଲିଉଡରେ ଜୋରଦାର ଗୁଜବ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଦିଲଜିତଙ୍କ ଫିଲ୍ମ 'ସତଲୁଜ' ବିବାଦ: ପବ୍ଲିକ୍ ସ୍କ୍ରିନିଂ କରିବ ଦିଲ୍ଲୀ ଶିଖ୍ କମିଟି, ଖାଲଡ଼ାଙ୍କ ଉପରେ ହେବ ସେମିନାର

ରିପୋର୍ଟ ଅନୁଯାୟୀ, ଗୌରୀ ପିନ୍ଧିଥିବା ଗୋଟିଏ ମୁଦିରେ ବ୍ରାଜିଲରୁ ଅଣାଯାଇଥିବା ଏକ ବିରଳ ଏକ୍ୱାମେରିନ୍ ଷ୍ଟୋନ ଲାଗିଛି, ଯାହା ଚାରିପାଖରେ ୪୦ଟି ହୀରା ଖଚିତ ହୋଇଛି। ଏହି ସ୍ୱତନ୍ତ୍ର ଅଳଙ୍କାରକୁ ପ୍ରସ୍ତୁତ କରିବା ପାଇଁ କାରିଗରମାନଙ୍କୁ ୧୦୦୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ସେହିପରି ଦ୍ୱିତୀୟ ମୁଦିଟିରେ ମାଡାଗାସ୍କରରୁ ଅଣାଯାଇଥିବା ଏକ ପ୍ରାକୃତିକ ରୁବି ଲାଗିଛି। ଏକ୍ୱାମେରିନ୍ ଶାନ୍ତି ଏବଂ ସୁକୁନର ପ୍ରତୀକ ହୋଇଥିବା ବେଳେ ରୁବିକୁ ଶକ୍ତି ଓ ଆତ୍ମବିଶ୍ୱାସର ପ୍ରତୀକ ଭାବେ ବିବେଚନା କରାଯାଏ। ଭିନ୍ନ ଭିନ୍ନ ଭାବନାକୁ ପ୍ରକାଶ କରିବା ପାଇଁ ଆମିର ଏହି ଦୁଇଟି ସ୍ୱତନ୍ତ୍ର ମୁଦି ଚୟନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇଣ୍ଡିଆନ୍ ଆଇଡଲ୍‌ ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀ: ଜାତୀୟ ମଞ୍ଚରେ ଚମକିଲା ଓଡ଼ିଶାର ଗର୍ବ

କ'ଣ ସତରେ ନିର୍ବନ୍ଧ ସରିଛି?

ଏହି ବହୁମୂଲ୍ୟ ମୁଦି ଦେଖିବା ପରେ ଫ୍ୟାନ୍ସମାନେ ଉଭୟଙ୍କ ନିର୍ବନ୍ଧ ସରିଥିବା ଅନୁମାନ କରୁଛନ୍ତି। ତେବେ ସୂତ୍ରରୁ ପ୍ରକାଶ ଯେ, ଏପର୍ଯ୍ୟନ୍ତ ଉଭୟ ବିଧିବଦ୍ଧ ଭାବେ ନିଜର ବିବାହ କିମ୍ବା ନିର୍ବନ୍ଧ ନେଇ କୌଣସି ଘୋଷଣା କରିନାହାନ୍ତି। କିନ୍ତୁ ଦୁହେଁ ପରସ୍ପରକୁ ନେଇ ବେଶ୍ ସିରିୟସ୍ ଅଛନ୍ତି ଏବଂ ଏକାଠି ଗୋଟିଏ ଘରେ ରହୁଛନ୍ତି। ଗତବର୍ଷ ନିଜ ୬୦ତମ ଜନ୍ମଦିନ ଅବସରରେ ଆମିର ଗୌରୀଙ୍କୁ ଗଣମାଧ୍ୟମ ସାମ୍ନାରେ ପରିଚିତ କରାଇଥିଲେ। ସେତେବେଳେ ଆମିର କହିଥିଲେ ଯେ, ଆନୁଷ୍ଠାନିକ ଭାବେ ବିବାହ ନହେଲେ ମଧ୍ୟ ସେ ତାଙ୍କ ହୃଦୟରେ ଗୌରୀଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: ଚେକ୍ ବାଉନ୍ସ ମାମଲାରେ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ଝଟକା: ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ୩ ମାସର ଜେଲ ଦଣ୍ଡ

କିଏ ଏହି ଗୌରୀ ସ୍ପ୍ରାଟ?

ବେଙ୍ଗାଲୁରୁର ବାସିନ୍ଦା ଗୌରୀ ସ୍ପ୍ରାଟ ଜଣେ ଫ୍ୟାସନ ଷ୍ଟାଇଲିଷ୍ଟ ଏବଂ ଫଟୋଗ୍ରାଫର। ତାଙ୍କର ଏକ ଛଅ ବର୍ଷର ପୁଅ ମଧ୍ୟ ଅଛି। ତାଙ୍କ ପରିବାର ଉଭୟ ତାମିଲ ଏବଂ ଆଇରିଶ୍ ପୃଷ୍ଠଭୂମିରୁ ଆସିଛନ୍ତି। ବର୍ତ୍ତମାନ ସେ ମୁମ୍ବାଇରେ ଏକ ସେଲୁନ୍ ପରିଚାଳନା କରିବା ସହ ଆମିର ଖାନଙ୍କ ପ୍ରଡକ୍ସନ୍ ହାଉସ୍ ସହ ମଧ୍ୟ ଜଡିତ ଅଛନ୍ତି। ସୂଚନାଯୋଗ୍ୟ ଯେ, ଆମିର ଏବଂ ଗୌରୀ ପରସ୍ପରକୁ ଗତ ୨୫ ବର୍ଷ ଧରି ଜାଣିଥିଲେ ସୁଦ୍ଧା, ପ୍ରାୟ ଦୁଇ ବର୍ଷ ତଳେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

24 Mar 2026 By Suryakanta

ବଲିଉଡରେ ଚର୍ଚ୍ଚା: ପ୍ରେମିକା ଗୌରୀ ସ୍ପ୍ରାଟଙ୍କୁ ବିରଳ ହୀରା ମୁଦି ଉପହାର ଦେଲେ ଆମିର ଖାନ, ନିର୍ବନ୍ଧ ନେଇ ଉଠିଲା ଗୁଜବ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ପରିଚିତ ଆମିର ଖାନ ଏବଂ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରାଟ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଆମିର ତାଙ୍କ ପ୍ରେମିକାଙ୍କୁ ଦୁଇଟି ବହୁମୂଲ୍ୟ ତଥା ବିରଳ ରତ୍ନଖଚିତ ମୁଦି ଉପହାର ଦେଇଛନ୍ତି। ଏହା ପରେ ଉଭୟଙ୍କ ନିର୍ବନ୍ଧ ସରିଥିବା ନେଇ ବଲିଉଡରେ ଜୋରଦାର ଗୁଜବ ସୃଷ୍ଟି ହୋଇଛି।

ରିପୋର୍ଟ ଅନୁଯାୟୀ, ଗୌରୀ ପିନ୍ଧିଥିବା ଗୋଟିଏ ମୁଦିରେ ବ୍ରାଜିଲରୁ ଅଣାଯାଇଥିବା ଏକ ବିରଳ ଏକ୍ୱାମେରିନ୍ ଷ୍ଟୋନ ଲାଗିଛି, ଯାହା ଚାରିପାଖରେ ୪୦ଟି ହୀରା ଖଚିତ ହୋଇଛି। ଏହି ସ୍ୱତନ୍ତ୍ର ଅଳଙ୍କାରକୁ ପ୍ରସ୍ତୁତ କରିବା ପାଇଁ କାରିଗରମାନଙ୍କୁ ୧୦୦୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ସେହିପରି ଦ୍ୱିତୀୟ ମୁଦିଟିରେ ମାଡାଗାସ୍କରରୁ ଅଣାଯାଇଥିବା ଏକ ପ୍ରାକୃତିକ ରୁବି ଲାଗିଛି। ଏକ୍ୱାମେରିନ୍ ଶାନ୍ତି ଏବଂ ସୁକୁନର ପ୍ରତୀକ ହୋଇଥିବା ବେଳେ ରୁବିକୁ ଶକ୍ତି ଓ ଆତ୍ମବିଶ୍ୱାସର ପ୍ରତୀକ ଭାବେ ବିବେଚନା କରାଯାଏ। ଭିନ୍ନ ଭିନ୍ନ ଭାବନାକୁ ପ୍ରକାଶ କରିବା ପାଇଁ ଆମିର ଏହି ଦୁଇଟି ସ୍ୱତନ୍ତ୍ର ମୁଦି ଚୟନ କରିଛନ୍ତି।

କ'ଣ ସତରେ ନିର୍ବନ୍ଧ ସରିଛି?

ଏହି ବହୁମୂଲ୍ୟ ମୁଦି ଦେଖିବା ପରେ ଫ୍ୟାନ୍ସମାନେ ଉଭୟଙ୍କ ନିର୍ବନ୍ଧ ସରିଥିବା ଅନୁମାନ କରୁଛନ୍ତି। ତେବେ ସୂତ୍ରରୁ ପ୍ରକାଶ ଯେ, ଏପର୍ଯ୍ୟନ୍ତ ଉଭୟ ବିଧିବଦ୍ଧ ଭାବେ ନିଜର ବିବାହ କିମ୍ବା ନିର୍ବନ୍ଧ ନେଇ କୌଣସି ଘୋଷଣା କରିନାହାନ୍ତି। କିନ୍ତୁ ଦୁହେଁ ପରସ୍ପରକୁ ନେଇ ବେଶ୍ ସିରିୟସ୍ ଅଛନ୍ତି ଏବଂ ଏକାଠି ଗୋଟିଏ ଘରେ ରହୁଛନ୍ତି। ଗତବର୍ଷ ନିଜ ୬୦ତମ ଜନ୍ମଦିନ ଅବସରରେ ଆମିର ଗୌରୀଙ୍କୁ ଗଣମାଧ୍ୟମ ସାମ୍ନାରେ ପରିଚିତ କରାଇଥିଲେ। ସେତେବେଳେ ଆମିର କହିଥିଲେ ଯେ, ଆନୁଷ୍ଠାନିକ ଭାବେ ବିବାହ ନହେଲେ ମଧ୍ୟ ସେ ତାଙ୍କ ହୃଦୟରେ ଗୌରୀଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିସାରିଛନ୍ତି।

କିଏ ଏହି ଗୌରୀ ସ୍ପ୍ରାଟ?

ବେଙ୍ଗାଲୁରୁର ବାସିନ୍ଦା ଗୌରୀ ସ୍ପ୍ରାଟ ଜଣେ ଫ୍ୟାସନ ଷ୍ଟାଇଲିଷ୍ଟ ଏବଂ ଫଟୋଗ୍ରାଫର। ତାଙ୍କର ଏକ ଛଅ ବର୍ଷର ପୁଅ ମଧ୍ୟ ଅଛି। ତାଙ୍କ ପରିବାର ଉଭୟ ତାମିଲ ଏବଂ ଆଇରିଶ୍ ପୃଷ୍ଠଭୂମିରୁ ଆସିଛନ୍ତି। ବର୍ତ୍ତମାନ ସେ ମୁମ୍ବାଇରେ ଏକ ସେଲୁନ୍ ପରିଚାଳନା କରିବା ସହ ଆମିର ଖାନଙ୍କ ପ୍ରଡକ୍ସନ୍ ହାଉସ୍ ସହ ମଧ୍ୟ ଜଡିତ ଅଛନ୍ତି। ସୂଚନାଯୋଗ୍ୟ ଯେ, ଆମିର ଏବଂ ଗୌରୀ ପରସ୍ପରକୁ ଗତ ୨୫ ବର୍ଷ ଧରି ଜାଣିଥିଲେ ସୁଦ୍ଧା, ପ୍ରାୟ ଦୁଇ ବର୍ଷ ତଳେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର