ଇଣ୍ଡିଗୋର ନୂଆ ସିଇଓ ହେଲେ ବ୍ରିଟିଶ ଏୟାରୱେଜର ପୂର୍ବତନ ମୁଖ୍ୟ ୱିଲିୟମ୍ ୱାଲ୍‌ସ

Madhusudan Das Picture
Published On

ନୂଆଦିଲ୍ଲୀ: ଇଣ୍ଡିଗୋର ନୂଆ ସିଇଓ ହେଲେ ୱିଲିୟମ୍ ୱାଲ୍‌ସ । ଇଣ୍ଡିଗୋର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ୍ ଆଭିଏସନ୍ ଲିମିଟେଡ୍ ବ୍ରିଟିଶ ଏୟାରୱେଜର ପୂର୍ବତନ ମୁଖ୍ୟ ୱିଲିୟମ ୱାଲ୍‌ସ (William Walsh) ଙ୍କୁ ଏହାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ କରିଛି। ଚଳିତ ମାସ ଆରମ୍ଭରେ ପିଟର ଏଲବର୍ସ ସିଇଓ ପଦରୁ ଇସ୍ତଫା ଦେବା ପରେ ଏହି ନିଯୁକ୍ତି ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ବିଶ୍ୱ ଆଭିଏସନ୍ ଜଗତରେ 'ୱିଲି' ନାମରେ ପରିଚିତ ୱାଲ୍‌ସଙ୍କ ପାଖରେ ଏହି କ୍ଷେତ୍ରରେ ଦଶନ୍ଧିରୁ ଅଧିକ ସମୟର ନେତୃତ୍ୱ ନେବାର ଅଭିଜ୍ଞତା ରହିଛି। ସେ ବର୍ତ୍ତମାନ ଇଣ୍ଟରନ୍ୟାସନାଲ୍ ଏୟାର୍ ଟ୍ରାନ୍ସପୋର୍ଟ ଆସୋସିଏସନ୍ (IATA) ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି କାର୍ଯ୍ୟକାଳ ୩୧ ଜୁଲାଇ ୨୦୨୬ ରେ ଶେଷ ହେବାକୁ ଯାଉଛି, ଯାହା ପରେ ସେ ୩ ଅଗଷ୍ଟ ୨୦୨୬ ସୁଦ୍ଧା ଇଣ୍ଡିଗୋରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସେ ବ୍ରିଟିଶ ଏୟାରୱେଜ୍ ର ସିଇଓ ଏବଂ ପରେ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ଗ୍ରୁପ୍ (IAG) ର ସିଇଓ ଭାବରେ କାର୍ଯ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଗତ ଡିସେମ୍ବର ମାସରେ ଦେଖାଦେଇଥିବା ବିମାନ ସଙ୍କଟ ପରେ ଦେଶର ସବୁଠାରୁ ବଡ଼ ଏୟାରଲାଇନ୍ସର ସିଇଓ ପଦରୁ ପିଟର ଏଲବର୍ସ ଇସ୍ତଫା ଦେଇଥିଲେ। ତିନି ବର୍ଷ ଧରି ସେ ଇଣ୍ଡିଗୋର ନେତୃତ୍ୱ ନେଇଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କମ୍ପାନୀର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିଲା।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଇଣ୍ଡିଗୋର ଚେୟାରମ୍ୟାନ୍ ବିକ୍ରମ ସିଂ ମେହେଟ୍ଟା କହିଛନ୍ତି ଯେ, ବୃହତ ବିମାନ ସେବା ପରିଚାଳନା ଏବଂ ଜଟିଳ ବଜାର ସ୍ଥିତିକୁ ମୁକାବିଲା କରିବାରେ ୱାଲ୍‌ସଙ୍କ ଅଭିଜ୍ଞତା ରହିଛି, ଯାହା ଇଣ୍ଡିଗୋର ବିକାଶକୁ ଆହୁରି ସୁଦୃଢ଼ କରିବ। ସେହିପରି ଇଣ୍ଡିଗୋର ପରିଚାଳନା ନିର୍ଦ୍ଦେଶକ ରାହୁଲ ଭାଟିଆ ୱାଲ୍‌ସଙ୍କୁ ସ୍ୱାଗତ କରି କହିଛନ୍ତି ଯେ, ସେ ଜଣେ ଅଭିଜ୍ଞ ନେତା ଏବଂ ଗ୍ରାହକ-କେନ୍ଦ୍ରିକ ବିମାନ ସେବା ନିର୍ମାଣ କରିବାରେ ତାଙ୍କର ବିଶେଷ ଦକ୍ଷତା ରହିଛି।

ନିଜର ନୂଆ ଦାୟିତ୍ୱ ବିଷୟରେ ମତ ରଖି ୱିଲିୟମ ୱାଲ୍‌ସ କହିଛନ୍ତି ଯେ, ବର୍ତ୍ତମାନ ଆଭିଏସନ୍ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଛି ଏବଂ ଇଣ୍ଡିଗୋ ଏହାର ଆଗଧାଡ଼ିରେ ରହିଛି। ମୁଖ୍ୟ ନିର୍ବାହୀ ଭାବରେ ସେ କମ୍ପାନୀର ବ୍ୟାବସାୟିକ ରଣନୀତି ପ୍ରସ୍ତୁତ କରିବା ସହ ଅପରେସନାଲ୍ ପ୍ରଦର୍ଶନକୁ ସୁଦୃଢ଼ କରିବା, ନେଟୱାର୍କର ବିସ୍ତାର ଏବଂ ଗ୍ରାହକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଉପରେ ଗୁରୁତ୍ୱ ଦେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର