ରକ୍ତ ସମ୍ପର୍କ ହେଲା ତୁଚ୍ଛ; ୪୦୦ଟଙ୍କା ପାଇଁ ବାପାକୁ ପିଟିପିଟି ହତ୍ୟାକଲା ନୃଶଂସ ପୁଅ

Madhusudan Das Picture
Published On

ମୋରଡା: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ମାତ୍ର ୪୦୦ଟଙ୍କା ପାଇଁ ବାପାକୁ ହତ୍ୟା କଲା ନୃଶଂସ ପୁଅ । ସଜନା ଛୁଇଁ ବିକ୍ରି କରି ରଖିଥିବା ଟଙ୍କା ଦେବାକୁ ମନା କରିବାରୁ ବାପାକୁ ବାଉଁଶକାଠ ଓ ଲୁହାନଳୀରେ ପିଟିପିଟି ହତ୍ୟା କଲା କୁଳଙ୍ଗାର ପୁଅ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅଧୀନ ହଲଦୀପାଳ ପଞ୍ଚାୟତ ଲଦ ଡ଼ିହି ଗ୍ରାମରେ। ମୃତକ ହେଲେ ଲଦ ଡ଼ିହି ଗ୍ରାମର ଗୋବିନ୍ଦ ମାରାଣ୍ଡି। 

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ମୃତ ଗୋବିନ୍ଦଙ୍କ ଝିଅଙ୍କ କହିବା ମୁତାବକ ପ୍ରତିଦିନ ହତ୍ୟାକାରୀ ମଧୁ ମାରାଣ୍ଡି ନିଶା ସେବନ କରି ବାପାଙ୍କୁ ଟଙ୍କା ମାଗିଥାନ୍ତି। ଯଦି ବାପା ଟଙ୍କା ଦେବାକୁ ମନା କରନ୍ତି ସେ ନିର୍ମମ ଭାବେ ପିଟିଥାଏ। ତେବେ ବୁଧବାର ଦିନ ବାପା ସଜନା ଛୁଇଁ ବିକ୍ରି କରି ରଖିଥିବା ୪୦୦ଟଙ୍କାକୁ ମାଗିଥିଲା ହତ୍ୟାକାରୀ ପୁଅ । ବାପା ମନା କରିବାରୁ ପୁଅ ବାଉଁଶ କାଠ ଓ ଲୁହାନଳୀରେ ପିଟିପିଟି ହତ୍ୟା କରିଥିଲା। ଖବର ପାଇ ଫାଣ୍ଡି ଅଧିକାରୀ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରି ଥାନାକୁ ଆଣିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । 

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର