୨୧ରୁ ଏନଏସି ୧୨କୁ ହ୍ରାସ ପଛରେ କାହା ହାତ, ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖିଲେ ବିଭାଗୀୟ ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ନିଜ ସମ୍ବୋଧନରେ ରାଜ୍ୟରେ ନୂଆ ୨୧ ଏନଏସି(ବିଜ୍ଞାପିତ ଅଞ୍ଚଳ ପରିଷଦ) ପ୍ରତିଷ୍ଠା ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କଲେ। ମାତ୍ର ଏହାର ଦିନକଟିଏ ପରେ ବିଭାଗ ମାତ୍ର ୧୨ଟି ନୂଆ ଏନଏସି ପ୍ରତିଷ୍ଠା ହେବା ନେଇ ବିଧିବଦ୍ଧ ଭାବେ ଚିଠା ବିଜ୍ଞପ୍ତି ପ୍ରକାଶ କଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ଏନଏସି ସଂଖ୍ୟା ୨୧ରୁ ୧୨କୁ କିପରି କମିଗଲା ଏବଂ ଏହି ନିଷ୍ପତ୍ତି ପଛରେ […]

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ନିଜ ସମ୍ବୋଧନରେ ରାଜ୍ୟରେ ନୂଆ ୨୧ ଏନଏସି(ବିଜ୍ଞାପିତ ଅଞ୍ଚଳ ପରିଷଦ) ପ୍ରତିଷ୍ଠା ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କଲେ। ମାତ୍ର ଏହାର ଦିନକଟିଏ ପରେ ବିଭାଗ ମାତ୍ର ୧୨ଟି ନୂଆ ଏନଏସି ପ୍ରତିଷ୍ଠା ହେବା ନେଇ ବିଧିବଦ୍ଧ ଭାବେ ଚିଠା ବିଜ୍ଞପ୍ତି ପ୍ରକାଶ କଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ଏନଏସି ସଂଖ୍ୟା ୨୧ରୁ ୧୨କୁ କିପରି କମିଗଲା ଏବଂ ଏହି ନିଷ୍ପତ୍ତି ପଛରେ କାରଣ କଣ, ତାହାକୁ ନେଇ ଏବେ ରାଜ୍ୟ ପାୱାର କରିଡରରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ଏହା ପଛରେ ଅନ୍ୟ କାହାର ହାତ ରହିଛି, ତାହା ଏବେ ଆଲୋଚନାର ବିଷୟ ହୋଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'କୁ ଦୃଷ୍ଟିରେ ରଖି ରାଜ୍ୟର ୭ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣ ପ୍ରସ୍ତୁତ ପୂର୍ବରୁ ନୂଆ ଏନଏସି ଘୋଷଣା ନେଇ ନିଷ୍ପତ୍ତି ସରିଥିଲା। ରାଜ୍ୟବ୍ୟାପୀ ନୂତନ ଭାବେ ୨୧ଟି ଏନଏସି ପ୍ରତିଷ୍ଠା ପାଇଁ ବିଭାଗୀୟସ୍ତରରେ ଫାଇଲ ପ୍ରସ୍ତୁତ ହୋଇ ରହିଥିଲା। ଏପରିକି ଏ ସଂକ୍ରାନ୍ତ ବିଜ୍ଞପ୍ତି ଫାଇଲରେ ମନ୍ତ୍ରୀ ମଧ୍ୟ ସ୍ୱାକ୍ଷର କରିସାରିଥିଲେ। ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ୨୧ଟି ପୌରାଞ୍ଚଳ ଗଠନ ନିମନ୍ତେ ଘୋଷଣା କଲେ। ରାଜ୍ୟର ଦ୍ରୁତ ବିକାଶ ଓ ଅଭିବୃଦ୍ଧି ସହ ଜନ ସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ପରେ ସମ୍ଭାବିତ ୨୧ଟି ଏନଏସି ତାଲିକାକୁ ନେଇ ଉତ୍ସାହିତ ହୋଇ ପଡ଼ିଥିଲେ ରାଜ୍ୟବାସୀ।

ଆହୁରି ପଢ଼ନ୍ତୁ: ପୁଣି ଅନ୍ତର୍ଜାତୀୟ ମଞ୍ଚରେ ପାଣ୍ଡିଆନ; ଇଟାଲୀରେ ବାଣ୍ଟିଲେ ‘୫-ଟି’ ମଡେଲର ଅଭିଜ୍ଞତା

ମାତ୍ର ଏହାର ଗୋଟିଏ ଦିନ ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ତାଲିକାରେ ଏନଏସି ତାଲିକା ୧୨କୁ ଖସି ଆସିବା ସାଧରାଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ସମସ୍ତ ନିର୍ଣ୍ଣୟ ଏବଂ ଆବଶ୍ୟକୀୟ କାଗଜପତ୍ର ପ୍ରକ୍ରିୟା ସରିଥିଲେ ହେଁ କାହା ଚାପରେ ଏବଂ କେଉଁ ଆଧାରରେ ଏହି ନିଷ୍ପତ୍ତି ବଦଳିଗଲା, ସେନେଇ କେହି ଟେର୍‌ ପାଉନାହାନ୍ତି। ଏନ୍‌ଏସିର ନାମ ଚୂଡ଼ାନ୍ତ ସହ ଚିଠା ପ୍ରସ୍ତୁତି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କେଉଁସ୍ତରରେ ଏନ୍‌ଏସି ସଂଖ୍ୟା ୧୨କୁ ହ୍ରାସ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଲା ତାହା ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି କରିଛି । ଅପରପକ୍ଷେ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ମସିହାରେ ଦୁଇଟି ପର୍ଯ୍ୟାୟରେ ୫୬ଟି ନୂଆ ଏନଏସି ଘୋଷଣା କରିଥିଲେ। ଯାହାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ବେଶ୍‌ ଖୁସି ପ୍ରକଟ କରିଥିଲେ ସାଧାରଣ ଲୋକେ। ମାତ୍ର ରାଜ୍ୟରେ ନୂଆ ସରକାର ଆସିବା ପରେ ମୋହନ ସରକାର ମାତ୍ର ୧୨ଟି ନୂଆ ଏନଏସି ଘୋଷଣା କରିବା ସାଧାରଣରେ ନିରାଶା ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଏପରି ପଛୁଆ ଚାଲିକୁ ସାଧାରଣ ଲୋକେ, ବିଶେଷଜ୍ଞ ମହଲ ନାପସନ୍ଦ କରୁଛନ୍ତି। ତୁରନ୍ତ ରାଜ୍ୟ ସରକାର ପୂର୍ବ ସରକାରଙ୍କ ନିଷ୍ପତ୍ତିର ପୁନଃ ସମୀକ୍ଷା କରନ୍ତୁ। ରାଜନୀତିରୁ ଉଦ୍ଧ୍ୱର୍କୁ ଯାଇ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ନୂଆ ଏନଏସି ଘୋଷଣାକୁ ତ୍ୱରିତ୍‌ ଭାବେ କାର୍ଯ୍ୟକାରୀ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ବିଫଳତା ଲୁଚାଇବାକୁ ଅପ୍ରସଙ୍ଗର ସାହାରା ନେଉଛନ୍ତି ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର