ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାରୁଜା ଘଟଣା: ଦୋଷ ସ୍ବୀକାର କଲା ଅଟକ ସନ୍ଦିଗ୍ଧ

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାରୁଜା ଘଟଣାର ସିସିଟିଭି ଆଧାରରେ ଜଣେ ସନ୍ଦିଗ୍ଧକୁ ଧରାଯିବା ପରେ ପୁରୀ ଏସ୍‌ପି କନୱର ବିଶାଲ ସିଂ ପ୍ରେସ୍‌ମିଟ୍‌ କରିଛନ୍ତି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା କହିଛନ୍ତି। ଉକ୍ତ ସନ୍ଦିଗ୍ଧଙ୍କ ନାଁ ଜେ. ମହାପାତ୍ର ବୟସ ୩୦ ବର୍ଷ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ତାଙ୍କ ଦୋଷ ସ୍ବୀକାର କରିଛନ୍ତି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ।  ଜେ. ମହାପାତ୍ରଙ୍କୁ ବେଗୁନିଆ […]

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାରୁଜା ଘଟଣାର ସିସିଟିଭି ଆଧାରରେ ଜଣେ ସନ୍ଦିଗ୍ଧକୁ ଧରାଯିବା ପରେ ପୁରୀ ଏସ୍‌ପି କନୱର ବିଶାଲ ସିଂ ପ୍ରେସ୍‌ମିଟ୍‌ କରିଛନ୍ତି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା କହିଛନ୍ତି। ଉକ୍ତ ସନ୍ଦିଗ୍ଧଙ୍କ ନାଁ ଜେ. ମହାପାତ୍ର ବୟସ ୩୦ ବର୍ଷ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ତାଙ୍କ ଦୋଷ ସ୍ବୀକାର କରିଛନ୍ତି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ।  ଜେ. ମହାପାତ୍ରଙ୍କୁ ବେଗୁନିଆ ଅଞ୍ଚଳରୁ ଗିରଫ କରିବା ପରେ ତାଙ୍କ ପରିବାର ସହ ଆଲୋଚନା କରିଛି ପୁଲିସ । ମାନସିକ ସ୍ଥିତି ନେଇ ମେଡିକାଲ ଟେଷ୍ଟିଂ କରାଯିବ । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ପ୍ରେସମିଟରେ ପୁରୀ ଏସପି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜୁଲାଇ ୨୭ରେ ହେବ ଭୋଟିଂ

ପ୍ରଥମେ ନିଜକୁ ଜଗନ୍ନାଥଙ୍କ ଭକ୍ତ ବୋଲି ଦାବି କରିବା ସହ ଭଗବାନଙ୍କ ସେବା ମଧ୍ୟ କରିଥିଲା । ହେଲେ ହଠାତ୍ ତା’ର ମାନସିକ ସ୍ଥିତି ଖରାପ ହୋଇଥିଲା । ମାନସିକ ସ୍ଥିତି ଖରାପ ହେବା ପରେ ରୋଷଘରେ ପଶି ସମସ୍ତ ଚୁଲା ଭାଙ୍ଗିଦେଇଥିଲା । ପ୍ରଥମ ଦିନ ଜେ. ମହାପାତ୍ରକୁ ପଚରାଉଚରାରୁ ପୁରୀ ପୁଲିସକୁ ଏମିତି କିଛି ତଥ୍ୟ ମିଳିଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁ: ରତ୍ନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜିଠୁ ମିଳିବ ନୀଳାଚଳ ଅବଢା

ସୂଚନା ଅନୁଯାୟୀ, ଉକ୍ତ ସନ୍ଦିଗ୍ଧ ଜଣଙ୍କ ଅଣ ସେବାୟତ। ସେ ରାତିରେ ଚୁଲି ଭାଙ୍ଗି ସାରିବା ପରେ ସମୁଦ୍ରକୂଳକୁ ଯାଇଥିଲେ। ସେଠାରେ ଷ୍ଟେସନଯାୟୀ ଟ୍ରେନ ଯୋଗେ ଖୋର୍ଦ୍ଧା ଯାଇଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି ବେଦାନ୍ତ ଆଲୁମିନିୟମ

ଗତ ଶନିବାର ରାତିରେ ବଡ଼ଦେଉଳରେ ଘଟିଥିଲା ବଡ଼ ଅଘଟଣ। ଶ୍ରୀମନ୍ଦିର ରୋଷଘର ଭିତରେ ପଶି ୪୩ଟି ଚୁଲି ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଏହାକୁ ନେଇ ଭକ୍ତ, ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ କିଏ ଏବଂ କାହିଁକି ମହାପ୍ରଭୁଙ୍କ ରୋଷଘର ଚୁଲି ଭାଙ୍ଗିଲା ସେ ନେଇ ପୁଲିସ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଖୋଳତାଡ଼ ଚାଲିଥିଲା। ଶ୍ରୀମନ୍ଦିର ନୀତି ପ୍ରଶାସକ ଏବଂ ସୁରକ୍ଷା ପ୍ରଶାସକଙ୍କୁ ନେଇ ଗଠିତ ୨ ଜଣିଆ ଟିମ୍‍ ତଦନ୍ତ କରୁଥିବାବେଳେ ପୁଲିସ ମଧ୍ୟ ୫ ଜଣିଆ ଟିମ୍‍ ଗଠନ କରି ତଦନ୍ତ ଚଳାଇଥିଲା। ସିସିଟିଭି ଫୁଟେଜ୍‍କୁ ନେଇ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଥିବାବେଳେ ଧରାପଡ଼ିଥିବା ସନ୍ଦିଗ୍ଧ ବ୍ୟକ୍ତି କେଉଁ ଉଦ୍ଦେଶ୍ୟ ନେଇ ଚୂଲି ଭାଙ୍ଗିଥିଲା ସେ ନେଇ ସ୍ପଷ୍ଟ ଜଣାପଡ ନଥିବା ବେଳେ ବିଭିନ୍ନ କାରଣ ସାମ୍ନାକୁ ଆସୁଛି।

ରୋଷଘରେ ପ୍ରାୟ ୪୩ଟି ଚୁଲି ଭଙ୍ଗାରୁଜା ହୋଇଥିଲା। ଭଙ୍ଗାଚୁଲିଗୁଡ଼ିକୁ ଇତିମଧ୍ୟରେ ମରାମତି କରାଯାଇଛି। ଯେଉଁମାନଙ୍କ ଚୁଲି ସେମାନେ ମାଟି, ବାଲି ଏବଂ ଗୁଡ଼ ମିଶାଇ ଏହାକୁ ପୁନଶ୍ଚ ମରାମତି କରିଛନ୍ତି। ଚୁଲିଗୁଡ଼ିକ ପ୍ରାୟ ଶୁଖିଆସିଲାଣି। ଏହି ଚୁଲିରେ ରୋଷେଇ ଆରମ୍ଭ ହୋଇପାରେ ବୋଲି ଜଣେ ସୂପକାର ସେବକ ସୂଚନା ଦେଇଛନ୍ତି।

06 Apr 2022 By The Sakala

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାରୁଜା ଘଟଣା: ଦୋଷ ସ୍ବୀକାର କଲା ଅଟକ ସନ୍ଦିଗ୍ଧ

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାରୁଜା ଘଟଣାର ସିସିଟିଭି ଆଧାରରେ ଜଣେ ସନ୍ଦିଗ୍ଧକୁ ଧରାଯିବା ପରେ ପୁରୀ ଏସ୍‌ପି କନୱର ବିଶାଲ ସିଂ ପ୍ରେସ୍‌ମିଟ୍‌ କରିଛନ୍ତି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା କହିଛନ୍ତି। ଉକ୍ତ ସନ୍ଦିଗ୍ଧଙ୍କ ନାଁ ଜେ. ମହାପାତ୍ର ବୟସ ୩୦ ବର୍ଷ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ତାଙ୍କ ଦୋଷ ସ୍ବୀକାର କରିଛନ୍ତି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ।  ଜେ. ମହାପାତ୍ରଙ୍କୁ ବେଗୁନିଆ ଅଞ୍ଚଳରୁ ଗିରଫ କରିବା ପରେ ତାଙ୍କ ପରିବାର ସହ ଆଲୋଚନା କରିଛି ପୁଲିସ । ମାନସିକ ସ୍ଥିତି ନେଇ ମେଡିକାଲ ଟେଷ୍ଟିଂ କରାଯିବ । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ପ୍ରେସମିଟରେ ପୁରୀ ଏସପି ସୂଚନା ଦେଇଛନ୍ତି ।

ପ୍ରଥମେ ନିଜକୁ ଜଗନ୍ନାଥଙ୍କ ଭକ୍ତ ବୋଲି ଦାବି କରିବା ସହ ଭଗବାନଙ୍କ ସେବା ମଧ୍ୟ କରିଥିଲା । ହେଲେ ହଠାତ୍ ତା’ର ମାନସିକ ସ୍ଥିତି ଖରାପ ହୋଇଥିଲା । ମାନସିକ ସ୍ଥିତି ଖରାପ ହେବା ପରେ ରୋଷଘରେ ପଶି ସମସ୍ତ ଚୁଲା ଭାଙ୍ଗିଦେଇଥିଲା । ପ୍ରଥମ ଦିନ ଜେ. ମହାପାତ୍ରକୁ ପଚରାଉଚରାରୁ ପୁରୀ ପୁଲିସକୁ ଏମିତି କିଛି ତଥ୍ୟ ମିଳିଛି।

ସୂଚନା ଅନୁଯାୟୀ, ଉକ୍ତ ସନ୍ଦିଗ୍ଧ ଜଣଙ୍କ ଅଣ ସେବାୟତ। ସେ ରାତିରେ ଚୁଲି ଭାଙ୍ଗି ସାରିବା ପରେ ସମୁଦ୍ରକୂଳକୁ ଯାଇଥିଲେ। ସେଠାରେ ଷ୍ଟେସନଯାୟୀ ଟ୍ରେନ ଯୋଗେ ଖୋର୍ଦ୍ଧା ଯାଇଥିଲେ।

ଗତ ଶନିବାର ରାତିରେ ବଡ଼ଦେଉଳରେ ଘଟିଥିଲା ବଡ଼ ଅଘଟଣ। ଶ୍ରୀମନ୍ଦିର ରୋଷଘର ଭିତରେ ପଶି ୪୩ଟି ଚୁଲି ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଏହାକୁ ନେଇ ଭକ୍ତ, ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ କିଏ ଏବଂ କାହିଁକି ମହାପ୍ରଭୁଙ୍କ ରୋଷଘର ଚୁଲି ଭାଙ୍ଗିଲା ସେ ନେଇ ପୁଲିସ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଖୋଳତାଡ଼ ଚାଲିଥିଲା। ଶ୍ରୀମନ୍ଦିର ନୀତି ପ୍ରଶାସକ ଏବଂ ସୁରକ୍ଷା ପ୍ରଶାସକଙ୍କୁ ନେଇ ଗଠିତ ୨ ଜଣିଆ ଟିମ୍‍ ତଦନ୍ତ କରୁଥିବାବେଳେ ପୁଲିସ ମଧ୍ୟ ୫ ଜଣିଆ ଟିମ୍‍ ଗଠନ କରି ତଦନ୍ତ ଚଳାଇଥିଲା। ସିସିଟିଭି ଫୁଟେଜ୍‍କୁ ନେଇ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଥିବାବେଳେ ଧରାପଡ଼ିଥିବା ସନ୍ଦିଗ୍ଧ ବ୍ୟକ୍ତି କେଉଁ ଉଦ୍ଦେଶ୍ୟ ନେଇ ଚୂଲି ଭାଙ୍ଗିଥିଲା ସେ ନେଇ ସ୍ପଷ୍ଟ ଜଣାପଡ ନଥିବା ବେଳେ ବିଭିନ୍ନ କାରଣ ସାମ୍ନାକୁ ଆସୁଛି।

ରୋଷଘରେ ପ୍ରାୟ ୪୩ଟି ଚୁଲି ଭଙ୍ଗାରୁଜା ହୋଇଥିଲା। ଭଙ୍ଗାଚୁଲିଗୁଡ଼ିକୁ ଇତିମଧ୍ୟରେ ମରାମତି କରାଯାଇଛି। ଯେଉଁମାନଙ୍କ ଚୁଲି ସେମାନେ ମାଟି, ବାଲି ଏବଂ ଗୁଡ଼ ମିଶାଇ ଏହାକୁ ପୁନଶ୍ଚ ମରାମତି କରିଛନ୍ତି। ଚୁଲିଗୁଡ଼ିକ ପ୍ରାୟ ଶୁଖିଆସିଲାଣି। ଏହି ଚୁଲିରେ ରୋଷେଇ ଆରମ୍ଭ ହୋଇପାରେ ବୋଲି ଜଣେ ସୂପକାର ସେବକ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର