ଟ୍ୱିନ୍‍ସିଟିରେ ହେବ ଅର୍ବାନ୍‍ ଫରେଷ୍ଟ ପାର୍କ: ମିଳିବ ବଣଭୋଜି ସହ ମନୋରଞ୍ଜନ ବ୍ୟବସ୍ଥା

The Sakala Picture
Published On

ଭୁବନେଶ୍ୱର: ଖୁବ୍‍ଶୀଘ୍ର ଟ୍ୱିନ୍‍ସିଟିର ବିଭିନ୍ନ ସ୍ଥାନରେ ଛିଡ଼ାହେବ ଅର୍ବାନ୍‍ ଫରେଷ୍ଟ ପାର୍କ। ପ୍ରାଥମିକ ପର୍ଯ୍ୟାୟରେ ସହରର ବିଭିନ୍ନ ସ୍ଥାନରେ ୭ଟି ସହାରାଞ୍ଚଳ ଜଙ୍ଗଲ ସୃଷ୍ଟି କରାଯିବ। ଯାହାକି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯିବ। ଏଠାରେ ସହରବାସୀଙ୍କ ପାଇଁ ପ୍ରାତଃଭ୍ରମଣ, ମନୋରଞ୍ଜନ, ବାହାଘର ଭଳି ସୁବିଧା ଉପଲବ୍ଧ ହେବ। ସହରବାସୀ ନିଜ ପ୍ରିୟଜନଙ୍କ ସହ ସେଠାରେ ଯାଇ ସମୟ ଅତିବାହିତ କରିପାରିବେ। ସହରବାସୀଙ୍କ ଭିତରେ ଜଙ୍ଗଲ ପ୍ରତି ଭଲ ପାଇବା ସୃଷ୍ଟି କରିବା ସହ ଏହାର ଆବଶ୍ୟକତାକୁ ଉପଲବ୍ଧି କରାଇବା […]

ଭୁବନେଶ୍ୱର: ଖୁବ୍‍ଶୀଘ୍ର ଟ୍ୱିନ୍‍ସିଟିର ବିଭିନ୍ନ ସ୍ଥାନରେ ଛିଡ଼ାହେବ ଅର୍ବାନ୍‍ ଫରେଷ୍ଟ ପାର୍କ। ପ୍ରାଥମିକ ପର୍ଯ୍ୟାୟରେ ସହରର ବିଭିନ୍ନ ସ୍ଥାନରେ ୭ଟି ସହାରାଞ୍ଚଳ ଜଙ୍ଗଲ ସୃଷ୍ଟି କରାଯିବ। ଯାହାକି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯିବ। ଏଠାରେ ସହରବାସୀଙ୍କ ପାଇଁ ପ୍ରାତଃଭ୍ରମଣ, ମନୋରଞ୍ଜନ, ବାହାଘର ଭଳି ସୁବିଧା ଉପଲବ୍ଧ ହେବ। ସହରବାସୀ ନିଜ ପ୍ରିୟଜନଙ୍କ ସହ ସେଠାରେ ଯାଇ ସମୟ ଅତିବାହିତ କରିପାରିବେ। ସହରବାସୀଙ୍କ ଭିତରେ ଜଙ୍ଗଲ ପ୍ରତି ଭଲ ପାଇବା ସୃଷ୍ଟି କରିବା ସହ ଏହାର ଆବଶ୍ୟକତାକୁ ଉପଲବ୍ଧି କରାଇବା ଏହାର ମୂଳଲକ୍ଷ୍ୟ।

ଆହୁରି ପଢ଼ନ୍ତୁ: ନାମାଙ୍କନ ଦାଖଲ ପୂର୍ବରୁ ଭଦ୍ରକର ୨ଟି କଲେଜରେ ନିର୍ବାଚନ ବାତିଲ୍

ରାଜଧାନୀରେ ରହିଥିବା ଏକାମ୍ରକାନନ, ଜୟଦେବ ବାଟିକାକୁ ଜଙ୍ଗଲ ବିଭାଗ ଭଲ ଭାବେ ପରିଚାଳନା କରୁଥିବା ବେଳେ ଆଗାମୀ ଦିନରେ ନୂଆକରି ହେବାକୁ ଥିବା ସହରାଞ୍ଚଳ ଜଙ୍ଗଳକୁ ବି ଦେଖାରଖା କରିବ ଓ ଓଏଫ୍‍ଡିସି ଦ୍ୱାରା ଏସବୁ ପରିଚାଳତ ହେବ। ଯେଉଁଥିରେ ପର୍ଯ୍ୟଟକଙ୍କ ଆୟକୁ ସହରାଞ୍ଚଳ ଜଙ୍ଗଲର ପରିଚାଳନା, ସଂରକ୍ଷଣ ଓ ଭିତ୍ତିଭୂମି ବିକାଶ ବାବଦରେ ଖର୍ଚ୍ଚ କରାଯିବ। ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ଏନେଇ ଭିତ୍ତିଭୂମିର ବିକାଶ କରିବେ। ଯେପରିକି ସହରାଞ୍ଚଳ ଜଙ୍ଗଲ ଭିତରେ ପର୍ଯ୍ୟଟକଙ୍କ ପାଇଁ ଚଲାପଥ, ପିଇବା ପାଣି ସୁବିଧା, ବିଦ୍ୟୁତ ସଂଯୋଗ, ପିକ୍‍ନିକ୍‍ ପିଣ୍ଡି ଆଦି ତିଆରି କରାଯିବ।

ଆହୁରି ପଢ଼ନ୍ତୁ: ରିଲ୍ ନିଶା ନେଲା ଜୀବନ: ବିଷଧର ନାଗ ସାପ କାମୁଡ଼ାରେ ସାପୁଆଙ୍କ ମୃତ୍ୟୁ

ମୁଖ୍ୟ ଶାସନସଚିବ ସୁରେଶଚନ୍ଦ୍ର ମହାପାତ୍ର ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଶ୍ରୀ ମହାପାତ୍ର ସହରାଞ୍ଚଳରେ ଅଧିକ ସଂଖ୍ୟାରେ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦେଇ ସହରାଞ୍ଚଳ ବନ ପାର୍କ ପ୍ରସଙ୍ଗ ଉପସ୍ଥାପନା କରିଥିଲେ। ଶ୍ରୀ ମହାପାତ୍ର ଆହୁରି କହିଥିଲେ ଟ୍ୱିନ୍‍ସିଟିର ବିଭିନ୍ନ ସ୍ଥାନରେ ଛୋଟଛୋଟ ସହରାଞ୍ଚଳ ଜଙ୍ଗଲ ସୃଷ୍ଟି କରିବାକୁ ହେଲେ ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ (ଓଏଫ୍‍ଡିସି), ସିଟି ଫରେଷ୍ଟ ଡିଭିଜନ୍‍, କଟକ ମହାନଗର ନିଗମ, ଭୁବନେଶ୍ୱର ମହାନଗର ନିଗମ ଏକାଠି ହୋଇ ସହାରଞ୍ଚଳ ଜଙ୍ଗଲ ସୃଷ୍ଟି ପାଇଁ ଯୋଜନା କରିବାକୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ମହାନଗର ନିଗମ କମିସନର ସଞ୍ଜୟ ସିଂହ କହିଛନ୍ତି ମୋ ବସ୍‍ ରୁଟ୍‍କୁ ନୂଆକରି ହେବାକୁ ଥିବା ସହରାଞ୍ଚଳ ଜଙ୍ଗଲ ପାର୍କ ଯାଏଁ ବୃଦ୍ଧି କରାଯିବ। ଫଳରେ ପର୍ଯ୍ୟଟକ ସହଜରେ ଏହାର ସୁବିଧା ପାଇପାରିବେ। ଭୁବନେଶ୍ୱର ମହାନଗର ନିଗମ ୱେବ୍‍ସାଇଟ୍‍ ଦ୍ୱାରା ଏହାର ଟିକେଟ୍‍ ବୁକିଂ କରାଯିବ। ସହରାଞ୍ଚଳ ପାର୍କ ବାବଦରେ ଜନସଚେତନତା ସୃଷ୍ଟି କରିବା ସହ ଏ ବାବଦରେ ଲୋକଙ୍କୁ ଅବଗତ କରାଇବା ପାଇଁ ବିଏମ୍‍ସି ୱେବସାଇଟ୍‍, ହୋର୍ଡିଂ ଏବଂ ଇଲେକ୍ଟ୍ରୋନିକ୍‍ ବାର୍ତ୍ତାର ଉପଯୋଗ କରାଯିବ। ପିସିସିଏଫ୍‍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ଯେ; ଭୁବନେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳରେ ୬ଟି ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଇଛି। ଏଥିରେ ଏକାମ୍ରକାନନ, ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ର, ସ୍ମୃତିବନ, ଏକାମ୍ରବନ, ଜୟଦେବ ବାଟିକା ଅନ୍ତର୍ଭୁକ୍ତ। ଖୁବ୍‍ଶୀଘ୍ର ସହରରେ ନଗର ବନ ନାମରେ ଆଉ ଏକ ନୂଆ ଜଙ୍ଗଲ ସୃଷ୍ଟି କରାଯାଉଛି। ଯାହାକି ସହରାଞ୍ଚଳ ବନ ପାର୍କ ପାଇଁ ସହାୟକ ହେବ। ସମାନ ଭାବେ କଟକ ସହରରେ ନନ୍ଦନ ବନ ଓ ଆରୋଗ୍ୟ ବନ ନାମରେ ଦୁଇଟି ସହରାଞ୍ଚଳ ଜଙ୍ଗଲ ସୃଷ୍ଟି କରାଯାଉଛି। ଏସବୁ ଜଙ୍ଗଲରେ ଆବଶ୍ୟକ ଭିତ୍ତିଭୂମି, ପାର୍କିଂ, ମନୋରଞ୍ଜନ ଆଦିର ସୁବିଧା କରାଯାଇ ସହରାଞ୍ଚଳ ବନ ପାର୍କ ଭାବେ ବିକଶିତ କରାଯାଇ ପାରିବ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଡ୍ରାଇଭରର ଆତଙ୍କ: ୫-୬ଟି ବାଇକକୁ ଧକ୍କା ଦେଲା କାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ?

ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ର ଯୋଗଦେଇ ବିଭିନ୍ନ ସ୍ଥାନରେ ବନ ବିଭାଗ ଦ୍ୱାରା କରାଯାଉଥିବା ବନୀକରଣ ବାବଦରେ ସୂଚନା ଦେଇଥିଲେ। ସେ କହିଥିଲେ ବେଗାଛିଆ, କିଷନ୍‍ନଗର, ଓଡ଼ପଡ଼ା, ଆରିଲୋ, ବ୍ରଜବିହାରୀପୁର, ଭୂଷଣିପୀଠ, ବଡ଼ଗାଓଁ, ଓଟାଡ଼ା, ମହାନଦୀ, କାଠଯୋଡ଼ି, ସିଡିଏ ସେକ୍ଟର ୮, ନକ୍ଷତ୍ରବନ, କରଡ଼କଣ୍ଟା, ମାଧୁପୁର, ବାଲିଆପଡ଼ା, ଜଗତପୁର ଓଟଡ଼ା, ଓରିଲେ ଓ ଉତ୍ତରମପୁର ଆଦି ଅଞ୍ଚଳରେ ବନୀକରଣ କାର୍ଯ୍ୟକୁ ଜୋର୍‍ଦାର କରାଯାଇଛି। ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଗଲା ପରେ ଏସବୁ ସ୍ଥାନର କ୍ଷେତ୍ର ପରିଦର୍ଶନ କରାଯିବ। ପରବର୍ତ୍ତୀ ସମୟରେ ସହରାଞ୍ଚଳ ବନ ପାର୍କ ପାଇଁ ସ୍ଥାନ ଚୟନ କରାଯିବ।

ଆୟୋଜିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଶାସନ ସଚିବ ମୋନା ଶର୍ମା, ଗୃହ ଓ ସହରାଞ୍ଚଳ ବିକାଶ ବିଭାଗ ପ୍ରମୁଖ୍ୟ ଶାସନ ସଚିବ ଜି ମାଥିବାଥନମ୍‍, ରାଜସ୍ୱ ଓ ଜଙ୍ଗଲ ପରିଚାଳନା ବିଭାଗ ପ୍ରମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ, ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର କୁମାର, ଭୁବନେଶ୍ୱର ମହାନଗର ନିଗମ କମିସନର ସଞ୍ଜୟ କୁମାର ସିଂ, ପିସିସିଏଫ୍‍ ହରିଶଙ୍କର ଉପାଧ୍ୟାୟ, ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ସିଏମ୍‍ସି କମିସନର ଅନନ୍ୟା ଦାସ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର