କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜରେ ଏବିଭିପିର ଧାରଣା; ଭୋଟ ପୁନଃ ଗଣତି ଦାବି, ଶପଥ ଗ୍ରହଣ ଉତ୍ସବ ସ୍ଥଗିତ

Madhusudan Das Picture
Published On

କେନ୍ଦ୍ରାପଡ଼ା: ଭୋଟ ପୁନଃ ଗଣନା ଦାବି ପାଇଁ ଦାବି କରି କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜ ଆଗରେ ଏବିଭିପିର ଛାତ୍ରଛାତ୍ରୀଙ୍କ ଧାରଣା । ଫଳରେ ନବନିର୍ବାଚିତ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଶୁକ୍ରବାର ଦିନ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା: IMD

ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ଏହି ଶପଥ ଗ୍ରହଣ ଉତ୍ସବ ସ୍ଥଗିତ ସମ୍ପର୍କରେ ଘୋଷଣା କରିଛନ୍ତି। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ବର୍ତ୍ତମାନର କିଛି ଅପରିହାର୍ଯ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ଏହି ଉତ୍ସବ ଆଜି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ବିଜ୍ଞପ୍ତିରେ କୁହାଯାଇଛି, କିଛି ଅପରିହାର୍ଯ୍ୟ କାରଣବଶତଃ ନବନିର୍ବାଚିତ ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ସ୍ଥଗିତ ରଖାଗଲା।

ଆହୁରି ପଢ଼ନ୍ତୁ: ରେଳ ଧାରଣାରେ ରିଲ୍ସ ବନାଉଥିଲେ, ଟ୍ରେନ୍ ଧକ୍କାରେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ

ଅନ୍ୟପକ୍ଷରେ ଭୋଟ୍ ଗଣତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବା ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଏହି ଅଭିଯୋଗ ପରେ, ଭୋଟ୍ ଗଣତିର ସମୀକ୍ଷା ଦାବି କରି ଏବିଭିପି (ABVP) ସଦସ୍ୟମାନେ କଲେଜ ପରିସରରେ ଧାରଣାରେ ବସିଥିଲେ। ତେବେ ଖୁବଶୀଘ୍ର ଶପଥ ଗ୍ରହଣ ଉତ୍ସବ ପାଇଁ ନୂତନ ତାରିଖ ଘୋଷଣା କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଡବଲ୍ ଇଞ୍ଜିନ ସରକାରକୁ ନବୀନଙ୍କ ଟାର୍ଗେଟ୍; 'ଚାଷୀ, ମହିଳା, ମଧ୍ୟବିତ୍ତ, ଗରିବ, ସମସ୍ତେ ହଇରାଣ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର