ସ୍କୁଟିକୁ ଧକ୍କା ଦେଲା ବସ୍, ଦୁଇ ମୃତ

Madhusudan Das Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଲାଞ୍ଜିଆକାଳୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ବସ୍, ୨ମୃତ । ସ୍କୁଟି ଆରୋହୀ ଜଣେ ପୁରୁଷ ଓ ଜଣେ ମହିଳା ମୃତ । ବସଟି ବ୍ରହ୍ମପୁରରୁ ଦିଗପହଣ୍ଡି ଦେଇ ଯାଉଥିବା ବେଳେ ବିପରୀତ ପାର୍ଶ୍ୱରୁ ଆସୁଥିବା ସ୍କୁଟି ଆରୋହୀଙ୍କ ସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଲୋକେ ବସକୁ ଅଟକାଇ ରଖିଛନ୍ତି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ସ୍ଥାନୀୟଲୋକ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କରିଛନ୍ତି। ସଦର ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ ଜବତ କରିଥିବା ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

12 Jan 2026 By Madhusudan Das

ସ୍କୁଟିକୁ ଧକ୍କା ଦେଲା ବସ୍, ଦୁଇ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଲାଞ୍ଜିଆକାଳୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ବସ୍, ୨ମୃତ । ସ୍କୁଟି ଆରୋହୀ ଜଣେ ପୁରୁଷ ଓ ଜଣେ ମହିଳା ମୃତ । ବସଟି ବ୍ରହ୍ମପୁରରୁ ଦିଗପହଣ୍ଡି ଦେଇ ଯାଉଥିବା ବେଳେ ବିପରୀତ ପାର୍ଶ୍ୱରୁ ଆସୁଥିବା ସ୍କୁଟି ଆରୋହୀଙ୍କ ସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଲୋକେ ବସକୁ ଅଟକାଇ ରଖିଛନ୍ତି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ସ୍ଥାନୀୟଲୋକ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କରିଛନ୍ତି। ସଦର ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ ଜବତ କରିଥିବା ସୂଚନା ମିଳିଛି। 

https://www.thesakala.in/latest-odisha-news/two-died-in-road-accident-in-ganjam/article-44042
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର