ଚାଷ ଜମିରେ ପାଣି ମଡାଇବା ସମୟରେ ବିଦ୍ୟୁତ ସଂଶ୍ପର୍ଷରେ ଆସି କାକା-ପୁତୁରାଙ୍କ ମୃତ୍ୟୁ

The Sakala Picture
Published On

ବଲାଙ୍ଗିର: ଚାଷ ଜମିରେ ପାଣି ମଡାଇବା ପାଇଁ ପମ୍ପ ସଜାଡୁଥିଲେ କାକା ପୁତୁରା । ବିଦ୍ୟୁତ ସଂଶ୍ପର୍ଷରେ ଆସି ଚାଲିଗଲା ଉଭୟଙ୍କ ଜୀବନ । ଏଭଳି ଅଘଟଣ ଘଟିଛି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଣ୍ଡକିମାଲ ଗାଁରେ । ବିଦ୍ୟୁତ ସଂଶ୍ପର୍ଷରେ ଆସିବା ପରେ ଉକ୍ତ ଗାଁର ଗୋପ ସାହୁ ଓ ରାଧାକାନ୍ତ ସାହୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ, ତରଭା ଥାନା ଅନ୍ତର୍ଗତ […]

ବଲାଙ୍ଗିର: ଚାଷ ଜମିରେ ପାଣି ମଡାଇବା ପାଇଁ ପମ୍ପ ସଜାଡୁଥିଲେ କାକା ପୁତୁରା । ବିଦ୍ୟୁତ ସଂଶ୍ପର୍ଷରେ ଆସି ଚାଲିଗଲା ଉଭୟଙ୍କ ଜୀବନ । ଏଭଳି ଅଘଟଣ ଘଟିଛି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଣ୍ଡକିମାଲ ଗାଁରେ । ବିଦ୍ୟୁତ ସଂଶ୍ପର୍ଷରେ ଆସିବା ପରେ ଉକ୍ତ ଗାଁର ଗୋପ ସାହୁ ଓ ରାଧାକାନ୍ତ ସାହୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନା ଅନୁସାରେ, ତରଭା ଥାନା ଅନ୍ତର୍ଗତ ପଣ୍ଡକିମାଲ ଗାଁର ଗୋପ ସାହୁ ଓ ରାଧାକାନ୍ତ ସାହୁ ଚାଷଜମିରେ ପାଣି ମଡାଇବା ପାଇଁ ପାଣି ପମ୍ପ ସଜାଡୁଥିଲେ । ଏହି ସମୟରେ ଉଭୟ ବିଦ୍ୟୁତ ସଂଶ୍ପର୍ଷରେ ଆସିଯାଇ ଗୁରୁତର ହୋଇଥିଲେ । ପରିବାର ଲୋକ ସେମାନଙ୍କୁ ଉଦ୍ଧାର କରି ତରଭା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସୋମବାର ସକାଳ ପ୍ରାୟ ୧୧ ଟାରେ ଉଭୟଙ୍କ ମୃତ୍ୟୂ ହୋଇଥିବା ଜଣାପଡିଛି । ଉଭୟଙ୍କ ମରଶରୀରକୁ ମର୍ଗରେ ରଖାଯାଇଥିଲା । ବ୍ୟବଚ୍ଚେଦ ପରେ ମୃତଦେହକୁ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଛି । ମୃତ୍ୟୁବରଣ କରିଥିବା ଉଭୟ କାକା – ପୁତୁରା ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

19 Jul 2021 By The Sakala

ଚାଷ ଜମିରେ ପାଣି ମଡାଇବା ସମୟରେ ବିଦ୍ୟୁତ ସଂଶ୍ପର୍ଷରେ ଆସି କାକା-ପୁତୁରାଙ୍କ ମୃତ୍ୟୁ

ବଲାଙ୍ଗିର: ଚାଷ ଜମିରେ ପାଣି ମଡାଇବା ପାଇଁ ପମ୍ପ ସଜାଡୁଥିଲେ କାକା ପୁତୁରା । ବିଦ୍ୟୁତ ସଂଶ୍ପର୍ଷରେ ଆସି ଚାଲିଗଲା ଉଭୟଙ୍କ ଜୀବନ । ଏଭଳି ଅଘଟଣ ଘଟିଛି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଣ୍ଡକିମାଲ ଗାଁରେ । ବିଦ୍ୟୁତ ସଂଶ୍ପର୍ଷରେ ଆସିବା ପରେ ଉକ୍ତ ଗାଁର ଗୋପ ସାହୁ ଓ ରାଧାକାନ୍ତ ସାହୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁସାରେ, ତରଭା ଥାନା ଅନ୍ତର୍ଗତ ପଣ୍ଡକିମାଲ ଗାଁର ଗୋପ ସାହୁ ଓ ରାଧାକାନ୍ତ ସାହୁ ଚାଷଜମିରେ ପାଣି ମଡାଇବା ପାଇଁ ପାଣି ପମ୍ପ ସଜାଡୁଥିଲେ । ଏହି ସମୟରେ ଉଭୟ ବିଦ୍ୟୁତ ସଂଶ୍ପର୍ଷରେ ଆସିଯାଇ ଗୁରୁତର ହୋଇଥିଲେ । ପରିବାର ଲୋକ ସେମାନଙ୍କୁ ଉଦ୍ଧାର କରି ତରଭା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସୋମବାର ସକାଳ ପ୍ରାୟ ୧୧ ଟାରେ ଉଭୟଙ୍କ ମୃତ୍ୟୂ ହୋଇଥିବା ଜଣାପଡିଛି । ଉଭୟଙ୍କ ମରଶରୀରକୁ ମର୍ଗରେ ରଖାଯାଇଥିଲା । ବ୍ୟବଚ୍ଚେଦ ପରେ ମୃତଦେହକୁ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଛି । ମୃତ୍ୟୁବରଣ କରିଥିବା ଉଭୟ କାକା – ପୁତୁରା ବୋଲି ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର