ଆଜି ଏଏସଓ ପରୀକ୍ଷା: ୪୮୨ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

The Sakala Picture
Published On

କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ଆଜି ଆସିଷ୍ଟାଣ୍ଟ ସେକ୍ସନ୍‍ ଅଫିସର(ଏଏସଓ) ପରୀକ୍ଷା ଆରମ୍ଭ ହୋଇଯାଇଛି। ରାଜ୍ୟର ପ୍ରାୟ ୨ ଲକ୍ଷ ୧୮ ହାଜର ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି। ୪୮୨ଟି କେନ୍ଦ୍ରରେ ୩ଟି ସିଟିଂରେ ପରୀକ୍ଷା କରାଯିବ। ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଜେନେରାଲ ଆୱାରନେସ ବିଷୟରେ ପରୀକ୍ଷା ହେବ। ଏହାପରେ ପୂର୍ବାହ୍ନ ୧୧ଟା ୩୦ରୁ ୧ଟା ପର୍ଯ୍ୟନ୍ତ ରିଜୋନିଂ ଏବଂ ଗଣିତ ବିଷୟରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ସେହିପରି ଅପରାହ୍ନ ୨ଟା […]

କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ଆଜି ଆସିଷ୍ଟାଣ୍ଟ ସେକ୍ସନ୍‍ ଅଫିସର(ଏଏସଓ) ପରୀକ୍ଷା ଆରମ୍ଭ ହୋଇଯାଇଛି। ରାଜ୍ୟର ପ୍ରାୟ ୨ ଲକ୍ଷ ୧୮ ହାଜର ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି। ୪୮୨ଟି କେନ୍ଦ୍ରରେ ୩ଟି ସିଟିଂରେ ପରୀକ୍ଷା କରାଯିବ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଜେନେରାଲ ଆୱାରନେସ ବିଷୟରେ ପରୀକ୍ଷା ହେବ। ଏହାପରେ ପୂର୍ବାହ୍ନ ୧୧ଟା ୩୦ରୁ ୧ଟା ପର୍ଯ୍ୟନ୍ତ ରିଜୋନିଂ ଏବଂ ଗଣିତ ବିଷୟରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ସେହିପରି ଅପରାହ୍ନ ୨ଟା ୩୦ ମିନିଟରୁ ଅପରାହ୍ନ ୪ଟା ୩୦ ଯାଏ ଇଂରାଜୀ, ଓଡ଼ିଆ ଭାଷା ପରୀକ୍ଷା କରାଯିବ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ପରୀକ୍ଷା ନିମନ୍ତେ ବିଭିନ୍ନ ଜିଲ୍ଲାରେ ଥିବା ବିଦ୍ୟାଳୟ ଏବଂ କଲେଜଗୁଡିକରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତବର୍ଷ ୫ଟି ଜୋନ ପରିବର୍ତ୍ତେ ପ୍ରାୟ ୨୦ଟି ଜିଲ୍ଲାରେ ପରୀକ୍ଷା ହେଉଛି। ପରୀକ୍ଷାର ସୁପରିଚାଳନା ନିମନ୍ତେ ଓପିଏସି ପକ୍ଷରୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ସୂଚନା ଥାଉକି, ପୂର୍ବରୁ ଗତ ୨୧ ତାରିଖରେ ଓପିଏସସି ପକ୍ଷରୁ ଏଏସଓ ପଦବୀ ପୂରଣ ପାଇଁ ଲିଖିତ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏହା ପରିବର୍ତ୍ତେ ୨୭ ତାରିଖ ପରୀକ୍ଷା ହେବ ବୋଲି ସ୍ଥିର ହୋଇଥିଲା। ଶନିବାର ଯେଉଁ ବିଦ୍ୟାଳୟ ଏବଂ କଲେଜଗୁଡିକରେ ପରୀକ୍ଷା କରାଯାଉଛି ସେଠାରେ ଗୋଟିଏ ଦିନ ପାଇଁ ଏହି ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର