ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

The Sakala Picture
Published On

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବିକ୍ରମପୁର ଗାଁରେ ଅଭାବନୀୟ ଘଟଣା । ସେପଟିକ୍ ଟ୍ୟାଙ୍କ ଗ୍ୟାସରେ ଅଣନିଶ୍ବାସୀ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଏମ୍. ସଦାନନ୍ଦମ, କ୍ରିଷ୍ଣା ରେଡ୍ଡୀ, ପି.ତରେନେୟା । ସୂଚନା ଅନୁସାରେ, ବିକ୍ରମପୁର ଗାଁର ଟି. ସିଧେଶୁଙ୍କ ନୂତନ ଭାବେ ତିଆରି ହୋଇଥିବା ଲାଟିନ ଟ୍ୟାଙ୍କିର ସେଣ୍ଟ୍ରିଂଙ୍ଗ ଖୋଲିବା ପାଇଁ ମିସ୍ତ୍ରୀ ଏମ୍. ସଦାନନ୍ଦମ ଭିତରକୁ ଯାଇଥିଲେ । କିଛି ସମୟ ପରେ ନ ଆସିବାରୁ […]

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବିକ୍ରମପୁର ଗାଁରେ ଅଭାବନୀୟ ଘଟଣା । ସେପଟିକ୍ ଟ୍ୟାଙ୍କ ଗ୍ୟାସରେ ଅଣନିଶ୍ବାସୀ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଏମ୍. ସଦାନନ୍ଦମ, କ୍ରିଷ୍ଣା ରେଡ୍ଡୀ, ପି.ତରେନେୟା ।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ସୂଚନା ଅନୁସାରେ, ବିକ୍ରମପୁର ଗାଁର ଟି. ସିଧେଶୁଙ୍କ ନୂତନ ଭାବେ ତିଆରି ହୋଇଥିବା ଲାଟିନ ଟ୍ୟାଙ୍କିର ସେଣ୍ଟ୍ରିଂଙ୍ଗ ଖୋଲିବା ପାଇଁ ମିସ୍ତ୍ରୀ ଏମ୍. ସଦାନନ୍ଦମ ଭିତରକୁ ଯାଇଥିଲେ । କିଛି ସମୟ ପରେ ନ ଆସିବାରୁ ପରେ ପୋଡସି ପି.କ୍ରିଷ୍ଣା ଭିତରକୁ ଯାଇଥିଲେ । ତେବେ ସେ ମଧ୍ୟ ଫେରିବାରୁ ଅନ୍ୟ ଜଣେ ପଡୋଶୀ ପି. ତରେନେୟା ସେପଟିକ୍ ଟ୍ୟାଙ୍କ ଭିତରୁ ଯାଇଥିଲେ । ତେବେ ଏହି ୩ ଜଣ ଶ୍ରମିକ ନଆସିବାରୁ ସନ୍ଦେହ କରି ସ୍ଥାନୀୟ ଲୋକେ ଟାଙ୍କି ଭିତରୁ ଏମାନଙ୍କ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ । କିନ୍ତୁ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଆରମ୍ଭ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ ହାତକୁ କୋଟିଆ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର