ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ପୁଲିସ କର୍ମଚାରୀଙ୍କ ଗୃହ ନିର୍ମାଣ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ୧ ହଜାର କୋଟି ଟଙ୍କା
କଟକ: ୬୩ତମ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀ ଆଜି ଉଦଯାପିତ ହୋଇଛି। ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ପେ ମାଧ୍ୟମରେ ଯୋଗଦେଇ ପୁଲସ ଅଧିକାରୀମାନଙ୍କୁ ଉତ୍ସାହିତ କହିବା ସହ କୋଭିଡ୍ ସମୟରେ ପୁଲିସ କର୍ମଚାରୀଙ୍କ କାର୍ଯ୍ୟକୁ କରିଛନ୍ତି ପ୍ରଶଂସା। କୋଭିଡ୍ ଲଢେଇରେ ୬୧ ଜଣ ପୁଲିସ କର୍ମଚାରୀ ଜୀବନ ବଳି ଦେଇଥିଲେ। ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବାର ଆଶ୍ୱାସନା ଦେଇଛନ୍ତି […]
କଟକ: ୬୩ତମ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀ ଆଜି ଉଦଯାପିତ ହୋଇଛି। ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ପେ ମାଧ୍ୟମରେ ଯୋଗଦେଇ ପୁଲସ ଅଧିକାରୀମାନଙ୍କୁ ଉତ୍ସାହିତ କହିବା ସହ କୋଭିଡ୍ ସମୟରେ ପୁଲିସ କର୍ମଚାରୀଙ୍କ କାର୍ଯ୍ୟକୁ କରିଛନ୍ତି ପ୍ରଶଂସା। କୋଭିଡ୍ ଲଢେଇରେ ୬୧ ଜଣ ପୁଲିସ କର୍ମଚାରୀ ଜୀବନ ବଳି ଦେଇଥିଲେ। ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବାର ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ରାଜ୍ୟରେ ଆଇନ ଶୃଙ୍ଖଳା ମୁକାବିଲା ଓ ଅପରାଧ ନିୟନ୍ତ୍ରଣ ସମେତ ମାଓ ମୁକାବିଲା, ବାତ୍ୟା ମୁକାବିଲା କ୍ଷେତ୍ରରେ କାର୍ଯ୍ୟ ପାଇଁ ରାଜ୍ୟ ପୁଲିସ ବିଭାଗକୁ ପ୍ରଶଂସା କରିଥିଲେ।
ବରିଷ୍ଠ ପୋଲିସ ଅଧିକାରୀଙ୍କ କନ୍ଫରେନ୍ସ-୨୦୨୧ର ଉଦ୍ଯାପନୀ ଅବସରରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେଇ ବର୍ଷ ୨୦୨୧ରେ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତପୂର୍ଣ୍ଣ ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ମାଓ ଦମନ କ୍ଷେତ୍ରରେ ଓଡ଼ିଶା ପୁଲିସର ଉଲ୍ଲେଖନୀୟ କାର୍ଯ୍ୟ ଫଳରେ ବିଗତ ୫ବର୍ଷ ମଧ୍ୟରେ ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଏବଂ ସମ୍ୱଲପୁର ଜିଲ୍ଲାକୁ ମାଓ ମୁକ୍ତ ହୋଇପାରିଥିବା କହିଛନ୍ତି । ‘ମୋ- ସରକାର’ ଅଧିନରେ ଓଡ଼ିଶା ପୁଲିସ ସମ୍ପର୍କରେ ଭଲ ଫିଡ୍ ବ୍ୟାକ୍ ପ୍ରାପ୍ତ ହୋଇଛି । ସେହିଭଳି ୫-ଟି ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଯେଉଁଥିରେ ପାସପୋର୍ଟ ଭ୍ୟାରିଫିକେସନକୁ ତ୍ୱରାନ୍ୱିତ କରିବା, ପୁଲିସ କର୍ମଚାରୀଙ୍କ ସମୟାନୁଯାୟୀ ପଦୋନ୍ନତି, ଚୋରି ମାମଳାରେ ଇ-ଏଫଆଇଆର ରହିଥିଲା । ଏଥିସହିତ ଆଗକୁ ମଧ୍ୟ ଆହୁରି ଅନେକ ପଦକ୍ଷେପ ନିଆଯିବ ।
ଅନ୍ୟପକ୍ଷରେ ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) ନେତୃତ୍ୱରେ ରାଜ୍ୟରେ ଜାରି ରହିଥିବା ବ୍ରାଉନସୁଗାର ବିରୋଧୀ ଅଭିଯାନର ସଫଳତାକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏଥିସହିତ ବଜ୍ରକାପ୍ତା, ବାଘ ଚମଡ଼ା ଭଳି ବନ୍ୟଜନ୍ତୁଙ୍କୁ ନେଇ ଚାଲିଥିବା କାରବାରର ପର୍ଦ୍ଦାଫାସ ନେଇ ମଧ୍ୟ ଏସ୍ଟିଏଫ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ନିଶା କାରବାର ରୋକିବାରେ ରାଜ୍ୟ ପୁଲିସର ସଫଳ ପଦକ୍ଷେପ ନେଇଛି । ଡ୍ରଗ୍ସ ବିରୋଧରେ ପୁଲିସର ସ୍ୱତନ୍ତ୍ର ଡ୍ରାଇଭ ଜାରି ରହିବ । ମହିଳା ଓ ଶିଶୁ ବିରୋଧି ହିଂସା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ଓଡ଼ିଶା ପୋଲିସ ପାଇଁ ବଡ଼ ଘୋଷଣା କରିଛନ୍ତି ନବୀନ ।ପୋଲିସ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ବାବଦରେ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ୧ ହଜାର କୋଟି ଟଙ୍କା । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ।
୩ ଦିନ ଧରି ଚାଲିଥିବା ୬୩ତମ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀରେ ମାଓ ସମସ୍ୟା, ଆଇନ ଶୃଙ୍ଖଳା, ଅପରାଧ ମୁକାବିଲା, ସାଇବର ଅପରାଧ, ନିଶା କାରବାର, ମହିଳା ତଥା ଦୁର୍ବଳ ବର୍ଗ ଓ ଶିଶୁ ସମ୍ପର୍କିତ ଅପରାଧ, ସିସିଟିଏନଏସ ଇତ୍ୟାଦି ପ୍ରସଙ୍ଗରେ ବିଷଦ ଭାବରେ ଆଲୋଚନା ହୋଇଥିଲା। ତିନି ଦିନିଆ ସମ୍ମିଳନୀର ରାଜ୍ୟ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରୁ ଡଃ ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ଡିଜିପି(ରେଳବାଇ), ସଞ୍ଜୀବ ପଣ୍ଡା, ଅତିରିକ୍ତ ଡିଜିପି( କ୍ରାଇମ୍ବ୍ରାଂଚ),ଆର୍.କେ. ଶର୍ମା, ଅତିରିକ୍ତ ଡିଜିପି( ଆଇନ୍ ଓ ଶୃଙ୍ଖଳା) ଅମିତାଭ ଠାକୁର, ଆଇଜି(ଅପରେସନ୍), ଏସ୍.ପ୍ରବୀଣ କୁମାର,ଆଇଜି(ପର୍ସୋନେଲ), ନରସିଂହ ଭୋଳ, ଆଇଜି( କେନ୍ଦ୍ରାଂଚଳ) ପ୍ରମୁଖ ଉପସ୍ଥିତ ଥିଲେ । ଭର୍ଚୁଆଲ ଯୋଗ ସାମିଲ ହୋଇଥିଲେ ନବ ନିଯୁକ୍ତ ପଲିସ ଡିଜି ସୁନିଲ କୁମାର ବଂଶଲ ।






