ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ, ପରିବହନ ବିଭାଗର ଅତିରିକ୍ତ ସଚିବଙ୍କୁ ଉଠାଇ ଆଣିଲା ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ। ଅଡ଼ୁଆରେ ପରିବହନ ବିଭାଗର ଅତିରିକ୍ତ ସଚିବ । ପରିବହନ ବିଭାଗ ଅତିରିକ୍ତ ସଚିବ ଥାନାରେ ଅଟକ । ରାତି ଅଧରେ ଉତ୍ପାତ ବେଳେ ଉଠାଇ ଆଣିଲା ପୋଲିସ।ମହିଳାଙ୍କ ଘରେ ପଶି ହଙ୍ଗାମା କରୁଥିବା ବେଳେ ପୋଲିସକୁ ମିଳିଥିଲା ଖବର । ଖବର ପାଇ ପିସିଆର ପହଞ୍ଚି ଥାନାକୁ ଆଣି ଅଟକ ରଖିଛି। ଏନେଇ ଖାରବେଳ ନଗର ଥାନା ପୋଲିସ ତଦନ୍ତ କରୁଛି । ମହିଳାଙ୍କୁ ପଚରା ଉଚୁରା କରୁଛି ଗୋଟିଏ ଟିମ୍। ସମ୍ପୃକ୍ତ ଅଧିକାରୀ କାହିଁକି ତାଙ୍କ ଘରକୁ ଏତେ ରାତିରେ ଆସିଥିଲେ ? ସେନେଇ ସମ୍ପୃକ୍ତ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରୁଛି ଏକ ଟିମ୍। ଏ ନେଇ ଖାରବେଳ ନଗର ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ ହୋଇଛି। ମହିଳାଙ୍କ ଘରେ ପଶିବା ଓ ରାତି ଅଧରେ ପଶି ହଙ୍ଗାମା କରିବା ନେଇ ତଦନ୍ତ ଚାଲିଛି । ମହିଳାଙ୍କ ସହ ଅସଦାଚରଣର ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ: ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ: ଏଏସଓ ଓ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ, ୩ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର