ସୁନ୍ଦରଗଡ଼ରେ ଲଜ୍ଜା: କର୍ମା ପୂଜା ଦେଖି ଫେରୁଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଟକ

Madhusudan Das Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବୀରମିତ୍ରପୁର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । କୁଆରମୁଣ୍ଡା ଅଞ୍ଚଳରେ କର୍ମା ପୂଜା ଦେଖି ଘରକୁ ଫେରୁଥିବା ବେଳେ ଦୁଇ ଜଣ ନାବାଳିକାଙ୍କୁ ସଂଘବଦ୍ଧ ଭାବେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

ସୂଚନା ଅନୁଯାୟୀ, ଉଭୟ ନାବାଳିକା ପୂଜା ଦେଖି ଘରକୁ ଫେରୁଥିବା ସମୟରେ ରାସ୍ତାରେ କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ। ପରେ ସେମାନଙ୍କୁ ଏକ ନିକଟସ୍ଥ ଜଙ୍ଗଲିଆ ରାସ୍ତା ଦେଇ ବଳପୂର୍ବକ ଟାଣି ନେଇଥିଲେ। ଅଭିଯୁକ୍ତମାନେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। 

ଆହୁରି ପଢ଼ନ୍ତୁ: ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ପୀଡ଼ିତାମାନେ ଘରକୁ ଫେରି ପରିବାର ଲୋକଙ୍କୁ ସବୁ କଥା ଜଣାଇବା ପରେ ଏନେଇ ବୀରମିତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଏବଂ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: ଚିପଟ ନଦୀ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର