ଆସନ୍ତାବର୍ଷ ବେଳକୁ କଟକ ଓ ଭୁବନେଶ୍ବରରେ ନଥିବ ଡ୍ରେନେଜ୍‌ ସମସ୍ୟା: ମୁକୁଳା ଡ୍ରେନରେ ପଡିବ ସ୍ଲାବ୍, ଉଚ୍ଛେଦ ହେବ ଜବରଦଖଲ

The Sakala Picture
Published On

ଭୁବନେଶ୍ବର : ଆସନ୍ତାବର୍ଷ ବେଳକୁ ରାଜଧାନୀ ଭୁବନେଶ୍ବର ଏବଂ କଟକରେ ଡ୍ରେନେଜ ସମସ୍ୟା ନଥିବ। ମୁକୁଳା ପଡିଥିବା ସସମ୍ତ ଡ୍ରେନ ଉପରେ ସ୍ଲାବ୍‌ ପଡିବା ସହ ଯେଉଁଠି ଡ୍ରେନ୍‌ ଉପରେ ଜବରଦଖଲ ରହିଛି ତାହା ଉଚ୍ଛେଦ କରାଯିବ। ସହରାଞ୍ଚଳ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ରାଜ୍ୟର ସମସ୍ତ ସହରାଚଂଳରେ ମୁକୁଳା ପଡ଼ିଥିବା ଡ୍ରେନ ଉପରେ ସ୍ଲାବ […]

ଭୁବନେଶ୍ବର : ଆସନ୍ତାବର୍ଷ ବେଳକୁ ରାଜଧାନୀ ଭୁବନେଶ୍ବର ଏବଂ କଟକରେ ଡ୍ରେନେଜ ସମସ୍ୟା ନଥିବ। ମୁକୁଳା ପଡିଥିବା ସସମ୍ତ ଡ୍ରେନ ଉପରେ ସ୍ଲାବ୍‌ ପଡିବା ସହ ଯେଉଁଠି ଡ୍ରେନ୍‌ ଉପରେ ଜବରଦଖଲ ରହିଛି ତାହା ଉଚ୍ଛେଦ କରାଯିବ। ସହରାଞ୍ଚଳ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ରାଜ୍ୟର ସମସ୍ତ ସହରାଚଂଳରେ ମୁକୁଳା ପଡ଼ିଥିବା ଡ୍ରେନ ଉପରେ ସ୍ଲାବ ପକାଇବାକୁ ନିଷ୍ପତ୍ତି ହୋଇଛି । ସେହିପରି ଡ୍ରେନ୍ ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯିବ ଏବଂ ଏହା ପରେ ସ୍ଲାବ୍ ପକାଇବା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।

ଆହୁରି ପଢ଼ନ୍ତୁ: କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ୩୪୦୦ କୋଟିର ଅଟଳ ବସଷ୍ଟାଣ୍ଡ ଯୋଜନାକୁ ମଞ୍ଜୁରୀ

ବିଧାନସଭା ଷ୍ଟାଣ୍ଡିଂ କମିଟିରର ନିଷ୍ପତ୍ତି ଅନୁସାରେ ରାଜ୍ୟର ସହରାଞ୍ଚଳରେ  ବଦଳିବ ଡ୍ରେନ୍ ଡିଜାଇନ୍ । ଡ୍ରେନରୁ ଜବର ଦଖଲ ବି ଉଠିବ । ଡ୍ରେନର ଦୁଇ କଡରେ ଲାଗିବ ୧୦ ଫୁଟ ଉଚ୍ଚତାର ନେଟ୍ ଏବଂ ଜଳ ନିଷ୍କାସନ କରିବା ଲାଗି ଜବର ଦଖଲ କିଭଳି ଉଚ୍ଛେଦ ହେବ, ତାର କ୍ୟାଚମେଣ୍ଟ ଏରିଆ ବଢ଼ାଯିବ, ତା ଉପରେ ଆଲୋଚନା ହୋଇଛି । ଆଉ କେତେ ଡ୍ରେନର ଆବଶ୍ୟକତା ଅଛି, ତାର ଆକଳନ ଲାଗି ଏକ ଏକ୍ସପର୍ଟ ଟିମକୁ ଦାୟିତ୍ୱ ଦିଆଯିବ। ଦେଶର ବଡ ବଡ ସହରରେ ହୋଇଥିବା ଅତ୍ୟାଧୁନିକ ଡ୍ରେନ ଶୈଳୀରେ କଟକ ଓ ଭୁବନେଶ୍ବରରେ ଡ୍ରେନ୍ ନିର୍ମାଣ ହେବ । ଏଥିପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ହୋଇ ଫେବୃୟାରୀ ସୁଦ୍ଧା ଡ୍ରେନ୍ ନିର୍ମାଣ ଓ ମୁକୁଳା ଡ୍ରେନ୍ କଭର କରିବା ନେଇ ଚୂଡାନ୍ତ ଟେଣ୍ଡର ପ୍ରକ୍ରିୟା ସରିବ।

ଆହୁରି ପଢ଼ନ୍ତୁ: ଆଜି 'ଛେନାପୋଡ଼ ଦିବସ': ଜାଣନ୍ତୁ ଓଡ଼ିଶାର ଏହି ପ୍ରସିଦ୍ଧ ମିଷ୍ଠାନ୍ନର ଇତିହାସ ଓ ମହତ୍ତ୍ୱ

ଏଥି ସହିତ କଟକ, ଭୁବନେଶ୍ୱରରେ ଜାତୀୟ ରାଜପଥ କଡ଼ରେ ହେଉଥିବା ୱାଟର ଲଗିଙ୍ଗ ସମସ୍ୟାର ସମାଧାନ ଓ ଯେଉଁଠି ଡ୍ରେନ ନାହିଁ ଡ୍ରେନ ତିଆରି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁ ଚିଠି ଲେଖାଯିବ । ଭୁବନେଶ୍ବର ସହରରେ ୧୩ଟି ବଡ ଡ୍ରେନ୍ ରହିଛି । ସେଥିରୁ ୭୫ଟି ଜାଗାରେ ବିପଦ ସଙ୍କୁଳ ଅବସ୍ଥାରେ ଅଛି । ଜବର ଦଖଲ ଓ ପୋତିହେବା କାରଣରୁ ଡ୍ରେନରେ ଜଳ ଧାରଣ କ୍ଷମତା କମିଛି ଯାହାର ତୁରନ୍ତ ସମାଧାନ କରାଯିବ। ଡ୍ରେନ ନିର୍ମାଣରେ ବାଧକ ସାଜୁଥିବା ଘରୋଇ ଜମିକୁ ତୁରନ୍ତ ଅଧିଗ୍ରହଣ କରି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଆରଆଣ୍ଡବି, ବିଏମସି ଓ ଜାତୀୟ ରାଜପଥ ଆଦି ଭିନ୍ନ ଭିନ୍ନ ବିଭାଗର ରାସ୍ତା ସହରରେ ଥିବାରୁ ବିଭାଗ ଭିତରେ ସମନ୍ବୟ ଅଭାବରୁ ଡ୍ରେନ୍ ସମସ୍ୟା ବଢୁଛି ବୋଲି କମିଟି ଅନୁଭବ କରିବା ସହ ଏଥି ପ୍ରତି ଯତ୍ନବାନ ହେବାକୁ ସେହି ବିଭାଗ ଗୁଡିକୁ ନିର୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଅସୁସ୍ଥ ହେବା ଘଟଣା: ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ରାଜ୍ୟର ସମସ୍ତ ସହରାଚଂଳରେ ଡ୍ରେନ ସମସ୍ୟାର ସମାଧାନ ଦିଗରେ ଥିବା ଅନ୍ୟାନ୍ୟ ଅସୁବିଧା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, ବିଜେଡି ବିଧାୟକ ଅମର ଶତପଥୀ, ନଗର ଉନ୍ନୟନ ସଚିବ ଜି ମାଥି ବାଥନନଙ୍କ ସହ ଅନ୍ୟନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ।

05 Oct 2021 By The Sakala

ଆସନ୍ତାବର୍ଷ ବେଳକୁ କଟକ ଓ ଭୁବନେଶ୍ବରରେ ନଥିବ ଡ୍ରେନେଜ୍‌ ସମସ୍ୟା: ମୁକୁଳା ଡ୍ରେନରେ ପଡିବ ସ୍ଲାବ୍, ଉଚ୍ଛେଦ ହେବ ଜବରଦଖଲ

ଭୁବନେଶ୍ବର : ଆସନ୍ତାବର୍ଷ ବେଳକୁ ରାଜଧାନୀ ଭୁବନେଶ୍ବର ଏବଂ କଟକରେ ଡ୍ରେନେଜ ସମସ୍ୟା ନଥିବ। ମୁକୁଳା ପଡିଥିବା ସସମ୍ତ ଡ୍ରେନ ଉପରେ ସ୍ଲାବ୍‌ ପଡିବା ସହ ଯେଉଁଠି ଡ୍ରେନ୍‌ ଉପରେ ଜବରଦଖଲ ରହିଛି ତାହା ଉଚ୍ଛେଦ କରାଯିବ। ସହରାଞ୍ଚଳ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ରାଜ୍ୟର ସମସ୍ତ ସହରାଚଂଳରେ ମୁକୁଳା ପଡ଼ିଥିବା ଡ୍ରେନ ଉପରେ ସ୍ଲାବ ପକାଇବାକୁ ନିଷ୍ପତ୍ତି ହୋଇଛି । ସେହିପରି ଡ୍ରେନ୍ ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯିବ ଏବଂ ଏହା ପରେ ସ୍ଲାବ୍ ପକାଇବା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।

ବିଧାନସଭା ଷ୍ଟାଣ୍ଡିଂ କମିଟିରର ନିଷ୍ପତ୍ତି ଅନୁସାରେ ରାଜ୍ୟର ସହରାଞ୍ଚଳରେ  ବଦଳିବ ଡ୍ରେନ୍ ଡିଜାଇନ୍ । ଡ୍ରେନରୁ ଜବର ଦଖଲ ବି ଉଠିବ । ଡ୍ରେନର ଦୁଇ କଡରେ ଲାଗିବ ୧୦ ଫୁଟ ଉଚ୍ଚତାର ନେଟ୍ ଏବଂ ଜଳ ନିଷ୍କାସନ କରିବା ଲାଗି ଜବର ଦଖଲ କିଭଳି ଉଚ୍ଛେଦ ହେବ, ତାର କ୍ୟାଚମେଣ୍ଟ ଏରିଆ ବଢ଼ାଯିବ, ତା ଉପରେ ଆଲୋଚନା ହୋଇଛି । ଆଉ କେତେ ଡ୍ରେନର ଆବଶ୍ୟକତା ଅଛି, ତାର ଆକଳନ ଲାଗି ଏକ ଏକ୍ସପର୍ଟ ଟିମକୁ ଦାୟିତ୍ୱ ଦିଆଯିବ। ଦେଶର ବଡ ବଡ ସହରରେ ହୋଇଥିବା ଅତ୍ୟାଧୁନିକ ଡ୍ରେନ ଶୈଳୀରେ କଟକ ଓ ଭୁବନେଶ୍ବରରେ ଡ୍ରେନ୍ ନିର୍ମାଣ ହେବ । ଏଥିପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ହୋଇ ଫେବୃୟାରୀ ସୁଦ୍ଧା ଡ୍ରେନ୍ ନିର୍ମାଣ ଓ ମୁକୁଳା ଡ୍ରେନ୍ କଭର କରିବା ନେଇ ଚୂଡାନ୍ତ ଟେଣ୍ଡର ପ୍ରକ୍ରିୟା ସରିବ।

ଏଥି ସହିତ କଟକ, ଭୁବନେଶ୍ୱରରେ ଜାତୀୟ ରାଜପଥ କଡ଼ରେ ହେଉଥିବା ୱାଟର ଲଗିଙ୍ଗ ସମସ୍ୟାର ସମାଧାନ ଓ ଯେଉଁଠି ଡ୍ରେନ ନାହିଁ ଡ୍ରେନ ତିଆରି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁ ଚିଠି ଲେଖାଯିବ । ଭୁବନେଶ୍ବର ସହରରେ ୧୩ଟି ବଡ ଡ୍ରେନ୍ ରହିଛି । ସେଥିରୁ ୭୫ଟି ଜାଗାରେ ବିପଦ ସଙ୍କୁଳ ଅବସ୍ଥାରେ ଅଛି । ଜବର ଦଖଲ ଓ ପୋତିହେବା କାରଣରୁ ଡ୍ରେନରେ ଜଳ ଧାରଣ କ୍ଷମତା କମିଛି ଯାହାର ତୁରନ୍ତ ସମାଧାନ କରାଯିବ। ଡ୍ରେନ ନିର୍ମାଣରେ ବାଧକ ସାଜୁଥିବା ଘରୋଇ ଜମିକୁ ତୁରନ୍ତ ଅଧିଗ୍ରହଣ କରି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଆରଆଣ୍ଡବି, ବିଏମସି ଓ ଜାତୀୟ ରାଜପଥ ଆଦି ଭିନ୍ନ ଭିନ୍ନ ବିଭାଗର ରାସ୍ତା ସହରରେ ଥିବାରୁ ବିଭାଗ ଭିତରେ ସମନ୍ବୟ ଅଭାବରୁ ଡ୍ରେନ୍ ସମସ୍ୟା ବଢୁଛି ବୋଲି କମିଟି ଅନୁଭବ କରିବା ସହ ଏଥି ପ୍ରତି ଯତ୍ନବାନ ହେବାକୁ ସେହି ବିଭାଗ ଗୁଡିକୁ ନିର୍ଦେଶ ଦିଆଯାଇଛି।

ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ରାଜ୍ୟର ସମସ୍ତ ସହରାଚଂଳରେ ଡ୍ରେନ ସମସ୍ୟାର ସମାଧାନ ଦିଗରେ ଥିବା ଅନ୍ୟାନ୍ୟ ଅସୁବିଧା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, ବିଜେଡି ବିଧାୟକ ଅମର ଶତପଥୀ, ନଗର ଉନ୍ନୟନ ସଚିବ ଜି ମାଥି ବାଥନନଙ୍କ ସହ ଅନ୍ୟନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର