ବିବାହିତ ବ୍ୟକ୍ତିଙ୍କ ଲିଭ୍-ଇନ୍ ରିଲେସନସିପ୍: ଆହ୍ଲାବାଦ ହାଇକୋର୍ଟଙ୍କ ଦୁଇଟି ଭିନ୍ନ ରାୟ, ଆଇନ ବନାମ ନୈତିକତା ଦ୍ୱନ୍ଦ୍ୱ

Suryakanta Picture
Published On

ବିବାହିତ ବ୍ୟକ୍ତିଙ୍କ ଲିଭ୍-ଇନ୍ ରିଲେସନସିପ୍ (ସହବାସ)କୁ ନେଇ ଆହ୍ଲାବାଦ ହାଇକୋର୍ଟ ନିକଟରେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଓ ପରସ୍ପର ବିରୋଧୀ ରାୟ ଶୁଣାଇଛନ୍ତି। ଗୋଟିଏ ପଟେ ଜଣେ ବିଚାରପତି ବିନା ଛାଡ଼ପତ୍ରରେ ଲିଭ୍-ଇନ୍‌ରେ ରହିବାକୁ ବେଆଇନ ଦର୍ଶାଇ ସୁରକ୍ଷା ଦେବାକୁ ମନା କରିଦେଇଥିବା ବେଳେ, ଅନ୍ୟ ଏକ ଖଣ୍ଡପୀଠ ଏହାକୁ କୌଣସି ଅପରାଧ ନୁହେଁ ବୋଲି କହିଛନ୍ତି। ଏହି ପରସ୍ପର ବିରୋଧୀ ରାୟ ବ୍ୟକ୍ତିଗତ ସ୍ୱାଧୀନତା, ବୈବାହିକ ଅଧିକାର ଏବଂ ସାମାଜିକ ନୈତିକତା ମଧ୍ୟରେ ଏକ ବଡ଼ ଆଇନଗତ ବିତର୍କ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ବିନା ଛାଡ଼ପତ୍ରରେ ଲିଭ୍-ଇନ୍ ବେଆଇନ

ମାର୍ଚ୍ଚ ୨୦, ୨୦୨୬ରେ ବିଚାରପତି ବିବେକ କୁମାର ସିଂହଙ୍କ ଏକିକିଆ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ଖଣ୍ଡପୀଠ କହିଥିଲେ ଯେ ଯଦି ଜଣେ ବ୍ୟକ୍ତି ପୂର୍ବରୁ ବିବାହିତ ଏବଂ ତାଙ୍କ ଜୀବନସାଥୀ ଜୀବିତ ଅଛନ୍ତି, ତେବେ ସେ ଆଇନଗତ ଭାବେ ଛାଡ଼ପତ୍ର ନନେଇ ଅନ୍ୟ କାହା ସହ ଲିଭ୍-ଇନ୍ ରିଲେସନସିପ୍‌ରେ ରହିପାରିବେ ନାହିଁ। ବ୍ୟକ୍ତିଗତ ସ୍ୱାଧୀନତା ନାମରେ ଜଣେ ଆଇନଗତ ବିବାହିତ ସାଥୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ। ଏହି ଯୁକ୍ତି ଦର୍ଶାଇ କୋର୍ଟ ଉକ୍ତ ପ୍ରେମୀଯୁଗଳଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିବାକୁ ମନା କରିଦେଇଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଳୁଛି ବିଦ୍ରୋହର ନିଆଁ: ଜେଏଏସି (JAAC)ର ଲଙ୍ଗ୍ ମାର୍ଚ୍ଚ ବେଳେ ହିଂସାତ୍ମକ ସଂଘର୍ଷ

ଆଇନ ଓ ନୈତିକତା ଅଲଗା: ଅନ୍ୟ ଏକ ଖଣ୍ଡପୀଠଙ୍କ ଭିନ୍ନ ରାୟ

ଏହି ରାୟର କିଛି ଦିନ ପରେ, ଅର୍ଥାତ୍ ମାର୍ଚ୍ଚ ୨୫, ୨୦୨୬ ତାରିଖରେ ବିଚାରପତି ଜେ.ଜେ. ମୁନିର ଏବଂ ବିଚାରପତି ତରୁଣ ସକ୍ସେନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସମ୍ପୂର୍ଣ୍ଣ ଏକ ଭିନ୍ନ ମତ ପ୍ରକାଶ କରିଥିଲେ। ଏକ ପୃଥକ ମାମଲାର ଶୁଣାଣି କରି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ, ଜଣେ ବିବାହିତ ପୁରୁଷ ନିଜ ସମ୍ମତିରେ ଜଣେ ସାବାଳିକା ମହିଳାଙ୍କ ସହ ଲିଭ୍-ଇନ୍ ରିଲେସନସିପ୍‌ରେ ରହିବା ଆଇନ ଅନୁଯାୟୀ କୌଣସି ଅପରାଧ ନୁହେଁ। କୋର୍ଟ କହିଥିଲେ ଯେ "ଆଇନ ଏବଂ ନୈତିକତାକୁ ପୃଥକ ରଖିବା ଉଚିତ୍। ଯଦି ଆଇନଗତ ଭାବେ କୌଣସି ଅପରାଧ ହେଉନାହିଁ, ତେବେ ସାମାଜିକ ମତ ଓ ନୈତିକତା ଆଧାରରେ ନାଗରିକଙ୍କ ଅଧିକାରକୁ ଛଡ଼ାଇ ନିଆଯାଇପାରିବ ନାହିଁ।" ଏହା ସହିତ କୋର୍ଟ ପୋଲିସକୁ ସମ୍ପୃକ୍ତ ଯୁଗଳଙ୍କୁ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୧୧ ଶିଶୁଙ୍କ ସମେତ ୧୩ ମୃତ, ତାଲିବାନର ଚେତାବନୀ

ବ୍ୟକ୍ତିଗତ ସ୍ୱାଧୀନତା ବନାମ ବୈବାହିକ ଅଧିକାର

ମାତ୍ର କିଛି ଦିନର ବ୍ୟବଧାନରେ ଆହ୍ଲାବାଦ ହାଇକୋର୍ଟଙ୍କ ଏହି ଦୁଇଟି ଭିନ୍ନ ରାୟ ଆଇନ ବିଶେଷଜ୍ଞଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ ବ୍ୟକ୍ତିଗତ ସ୍ୱାଧୀନତା (ଧାରା ୨୧)କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟ ପଟେ ବିବାହିତ ଜୀବନସାଥୀଙ୍କ ସାମ୍ବିଧାନିକ ତଥା ଆଇନଗତ ଅଧିକାରକୁ ପ୍ରାଥମିକତା ମିଳୁଛି। ବିବାହିତ ବ୍ୟକ୍ତିଙ୍କ ଲିଭ୍-ଇନ୍ ସମ୍ପର୍କକୁ ନେଇ କୋର୍ଟଙ୍କ ଏହି ବିରୋଧାଭାସୀ ଆଭିମୁଖ୍ୟ ଆଗାମୀ ଦିନରେ ବୃହତ୍ତର ଖଣ୍ଡପୀଠ କିମ୍ବା ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି ବୋଲି ଆଇନଜୀବୀମାନେ ମତବ୍ୟକ୍ତ କରିଛନ୍ତି।

15 Apr 2026 By Suryakanta

ବିବାହିତ ବ୍ୟକ୍ତିଙ୍କ ଲିଭ୍-ଇନ୍ ରିଲେସନସିପ୍: ଆହ୍ଲାବାଦ ହାଇକୋର୍ଟଙ୍କ ଦୁଇଟି ଭିନ୍ନ ରାୟ, ଆଇନ ବନାମ ନୈତିକତା ଦ୍ୱନ୍ଦ୍ୱ

ବିବାହିତ ବ୍ୟକ୍ତିଙ୍କ ଲିଭ୍-ଇନ୍ ରିଲେସନସିପ୍ (ସହବାସ)କୁ ନେଇ ଆହ୍ଲାବାଦ ହାଇକୋର୍ଟ ନିକଟରେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଓ ପରସ୍ପର ବିରୋଧୀ ରାୟ ଶୁଣାଇଛନ୍ତି। ଗୋଟିଏ ପଟେ ଜଣେ ବିଚାରପତି ବିନା ଛାଡ଼ପତ୍ରରେ ଲିଭ୍-ଇନ୍‌ରେ ରହିବାକୁ ବେଆଇନ ଦର୍ଶାଇ ସୁରକ୍ଷା ଦେବାକୁ ମନା କରିଦେଇଥିବା ବେଳେ, ଅନ୍ୟ ଏକ ଖଣ୍ଡପୀଠ ଏହାକୁ କୌଣସି ଅପରାଧ ନୁହେଁ ବୋଲି କହିଛନ୍ତି। ଏହି ପରସ୍ପର ବିରୋଧୀ ରାୟ ବ୍ୟକ୍ତିଗତ ସ୍ୱାଧୀନତା, ବୈବାହିକ ଅଧିକାର ଏବଂ ସାମାଜିକ ନୈତିକତା ମଧ୍ୟରେ ଏକ ବଡ଼ ଆଇନଗତ ବିତର୍କ ସୃଷ୍ଟି କରିଛି।

ବିନା ଛାଡ଼ପତ୍ରରେ ଲିଭ୍-ଇନ୍ ବେଆଇନ

ମାର୍ଚ୍ଚ ୨୦, ୨୦୨୬ରେ ବିଚାରପତି ବିବେକ କୁମାର ସିଂହଙ୍କ ଏକିକିଆ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ଖଣ୍ଡପୀଠ କହିଥିଲେ ଯେ ଯଦି ଜଣେ ବ୍ୟକ୍ତି ପୂର୍ବରୁ ବିବାହିତ ଏବଂ ତାଙ୍କ ଜୀବନସାଥୀ ଜୀବିତ ଅଛନ୍ତି, ତେବେ ସେ ଆଇନଗତ ଭାବେ ଛାଡ଼ପତ୍ର ନନେଇ ଅନ୍ୟ କାହା ସହ ଲିଭ୍-ଇନ୍ ରିଲେସନସିପ୍‌ରେ ରହିପାରିବେ ନାହିଁ। ବ୍ୟକ୍ତିଗତ ସ୍ୱାଧୀନତା ନାମରେ ଜଣେ ଆଇନଗତ ବିବାହିତ ସାଥୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ। ଏହି ଯୁକ୍ତି ଦର୍ଶାଇ କୋର୍ଟ ଉକ୍ତ ପ୍ରେମୀଯୁଗଳଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିବାକୁ ମନା କରିଦେଇଥିଲେ।

ଆଇନ ଓ ନୈତିକତା ଅଲଗା: ଅନ୍ୟ ଏକ ଖଣ୍ଡପୀଠଙ୍କ ଭିନ୍ନ ରାୟ

ଏହି ରାୟର କିଛି ଦିନ ପରେ, ଅର୍ଥାତ୍ ମାର୍ଚ୍ଚ ୨୫, ୨୦୨୬ ତାରିଖରେ ବିଚାରପତି ଜେ.ଜେ. ମୁନିର ଏବଂ ବିଚାରପତି ତରୁଣ ସକ୍ସେନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସମ୍ପୂର୍ଣ୍ଣ ଏକ ଭିନ୍ନ ମତ ପ୍ରକାଶ କରିଥିଲେ। ଏକ ପୃଥକ ମାମଲାର ଶୁଣାଣି କରି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ, ଜଣେ ବିବାହିତ ପୁରୁଷ ନିଜ ସମ୍ମତିରେ ଜଣେ ସାବାଳିକା ମହିଳାଙ୍କ ସହ ଲିଭ୍-ଇନ୍ ରିଲେସନସିପ୍‌ରେ ରହିବା ଆଇନ ଅନୁଯାୟୀ କୌଣସି ଅପରାଧ ନୁହେଁ। କୋର୍ଟ କହିଥିଲେ ଯେ "ଆଇନ ଏବଂ ନୈତିକତାକୁ ପୃଥକ ରଖିବା ଉଚିତ୍। ଯଦି ଆଇନଗତ ଭାବେ କୌଣସି ଅପରାଧ ହେଉନାହିଁ, ତେବେ ସାମାଜିକ ମତ ଓ ନୈତିକତା ଆଧାରରେ ନାଗରିକଙ୍କ ଅଧିକାରକୁ ଛଡ଼ାଇ ନିଆଯାଇପାରିବ ନାହିଁ।" ଏହା ସହିତ କୋର୍ଟ ପୋଲିସକୁ ସମ୍ପୃକ୍ତ ଯୁଗଳଙ୍କୁ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ବ୍ୟକ୍ତିଗତ ସ୍ୱାଧୀନତା ବନାମ ବୈବାହିକ ଅଧିକାର

ମାତ୍ର କିଛି ଦିନର ବ୍ୟବଧାନରେ ଆହ୍ଲାବାଦ ହାଇକୋର୍ଟଙ୍କ ଏହି ଦୁଇଟି ଭିନ୍ନ ରାୟ ଆଇନ ବିଶେଷଜ୍ଞଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ ବ୍ୟକ୍ତିଗତ ସ୍ୱାଧୀନତା (ଧାରା ୨୧)କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟ ପଟେ ବିବାହିତ ଜୀବନସାଥୀଙ୍କ ସାମ୍ବିଧାନିକ ତଥା ଆଇନଗତ ଅଧିକାରକୁ ପ୍ରାଥମିକତା ମିଳୁଛି। ବିବାହିତ ବ୍ୟକ୍ତିଙ୍କ ଲିଭ୍-ଇନ୍ ସମ୍ପର୍କକୁ ନେଇ କୋର୍ଟଙ୍କ ଏହି ବିରୋଧାଭାସୀ ଆଭିମୁଖ୍ୟ ଆଗାମୀ ଦିନରେ ବୃହତ୍ତର ଖଣ୍ଡପୀଠ କିମ୍ବା ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି ବୋଲି ଆଇନଜୀବୀମାନେ ମତବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର