ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ
ପୁରୀ: ଆସନ୍ତା ଜୁନ୍ ୨୯ରେ ସ୍ନାନଯାତ୍ରା। ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡ଼ିବେ। ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧା ବିଗ୍ରହ। ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୧୬ରେ ରଥଯାତ୍ରା ଓ ୨୪ରେ ହେବ ବାହୁଡ଼ାଯାତ୍ରା। ଏହା ପରଦିନ ଅର୍ଥାତ୍ ଜୁଲାଇ ୨୫ରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଦାରୁବିଗ୍ରହ। ସେହିପରି, ନଭେମ୍ବର ୨୧ରୁ ଆରମ୍ଭ ହେବ ପଞ୍ଚକ। ଏଥର ପଞ୍ଚକ ପାଞ୍ଚଦିନ ପରିବର୍ତ୍ତେ ୪ଦିନ ପଡୁଛି। ଦ୍ୱାଦଶୀ ତିଥି କ୍ଷୟ ହେଉଥିବା ଯୋଗୁଁ ଏ ବର୍ଷ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ହେବ ନାହିଁ। ଏମିତି, ୨୦୨୬-୨୭ ବର୍ଷର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ କରିବା ସହ ତିଥି, ବାର ଓ ତାରିଖ ଉପରେ ମୋହର ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ।
୨୦୨୬-୨୭ ବର୍ଷର ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି, ଏପ୍ରିଲ ୨୦ରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଆରମ୍ଭ, ଏପ୍ରିଲ ୩୦ରେ ନୃସିଂହ ଜନ୍ମ, ଜୁଲାଇ ୧୪ରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଜୁଲାଇ ୨୦ରେ ହେରାପଞ୍ଚମୀ, ଜୁଲାଇ ୨୩ରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୨୬ରେ ଅଧରପଣା, ଜୁଲାଇ ୨୭ରେ ନୀଳାଦ୍ରିବଜେ କରିବେ ମହାପ୍ରଭୁ। ସେହିପରି, ଅଗଷ୍ଟ ୧୨ରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୨୩ରେ ଝୁଲଣ ଯାତ୍ରା ଆରମ୍ଭ, ସେପ୍ଟେମ୍ବର ୨ରେ ରାହୁରେଖା ଲାଗି, ସେପ୍ଟେମ୍ବର ୪ରେ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୫ରେ ନନ୍ଦୋତ୍ସବ, ସେପ୍ଟେମ୍ବର ୬ରେ ବଣଭୋଜି ବେଶ, ସେପ୍ଟେମ୍ବର ୭ରେ କାଳୀୟଦଳନ, ସେପ୍ଟେମ୍ବର ୮ରେ ପ୍ରଳମ୍ବାସୁର ବଧ, ସେପ୍ଟେମ୍ବର ୧୧ରେ ସାତପୁରୀ ଅମାବାସ୍ୟା, ସେପ୍ଟେମ୍ବର ୧୪ରେ ଗଣେଶ ଚତୁର୍ଥୀ, ସେପ୍ଟେମ୍ବର ୨୩ରେ ବାମନ ଜନ୍ମ ଓ ସୁନିଅାଁ, ସେପ୍ଟେମ୍ବର ୨୪ରେ ବଳିବାମନ ବେଶ, ଅକ୍ଟୋବର ୩ରେ ଷୋଡ଼ଶଦିନାତ୍ମକ ପୂଜା ଆରମ୍ଭ, ଅକ୍ଟୋବର ୧୦ରେ ମହାଳୟା ଅମାବାସ୍ୟା, ଅକ୍ଟୋବର ୧୭ରେ ମହାସପ୍ତମୀ, ଅକ୍ଟୋବର ୧୮ରେ ମହାଷ୍ଟମୀ, ଅକ୍ଟୋବର ୧୯ରେ ମହାନବମୀ, ଅକ୍ଟୋବ ୨୧ରେ ଦଶହରା, ଅକ୍ଟୋବର ୨୨ରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଓ ବାଳଧୂପ ଆରମ୍ଭ, ଅକ୍ଟୋବର ୨୬ରେ କୁମାର ପୂର୍ଣ୍ଣିମା, ନଭେମ୍ବର ୯ରେ ଦୀପାବଳି ଅମାବାସ୍ୟା, ନଭେମ୍ବର ୨୪ରେ କାର୍ତ୍ତିକ ପୂର୍ଣ୍ଣିମା ଓ ଶ୍ରୀଜିଉଙ୍କ ରାଜାଧିରାଜ ବେଶ, ଡିସେମ୍ବର ୮ରେ ଦେବ ଦୀପାବଳି ଆରମ୍ଭ, ଡିସେମ୍ବର ୧୬ ଧନୁ ସଂକ୍ରାନ୍ତି ଓ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହେବ।