ସ୍କୁଲ ଗେଟ୍ ଭୁଶୁଡି ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ

Madhusudan Das Picture
Published On

ଗଜପତି: ସ୍କୁଲର ଗେଟ୍ ଭୁଶୁଡ଼ି ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ । ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରୁବୁଡିସିଂ ସରକାରୀ ୟୁପି ସ୍କୁଲରେ ଘଟିଛି ଏପରି ଅଘଟଣ । ମୃତ ଛାତ୍ରୀ ଦ୍ୱୟ ହେଉଛନ୍ତି ରୁବୁଡ଼ିସିଂ ଗାଁର ଇରନ୍ତି ରଇତ ଓ ବେକ୍ଲେସନ ରଇତ। ଇରନ୍ତି ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ବେକ୍ଲେସନ ପଞ୍ଚମ ଶ୍ରେଣୀରେ ପଢୁଥିଲେ। ଖବର ପାଇଁ ଆର. ଉଦୟଗିରି ପୁଲିସ ସ୍କୁଲରେ ପହଞ୍ଚି ତଦନ୍ତ କରିଛି। ସୂଚନା ଅନୁସାରେ, ସ୍କୁଲର ଗେଟ୍ ପାଖରେ ପିଲାମାନେ ଖେଳୁଥିବା ବେଳେ ହଠାତ୍ ଗେଟ୍‌ଟି ଭୁଶୁଡ଼ି ପଡ଼ିଥିଲା। ଗେଟ୍ ତଳେ ଦୁଇ ଛାତ୍ରୀଙ୍କ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। 

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର