ଫେସବୁକରେ ଲାଇଭ କରି ହଷ୍ଟେଲରେ ଝୁଲି ପଡିଲେ ଯୁବତୀ, କାରଣ ଅସ୍ପଷ୍ଟ
ଭୁବନେଶ୍ୱର: ଫେସବୁକ ଲାଇଭ କରି ପ୍ରାଣ ହାରିଲେ ଯୁବତୀ। ଖାରବେଳ ନଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଟିକିଲି ରାଉତ, ବୟସ ୨୨ ବର୍ଷ । ଘର ନୟାଗଡ଼ ଅନ୍ତର୍ଗତ ସିଧାମୂଳା ଅଂଚଳରେ । ଖାରବେଳ ନଗର ୟୁନିଟ ୩ ଅଞ୍ଚଳରେ ଘରଭଡା ନେଇ ଏକ ହଷ୍ଟେଲରେ ରହୁଥିଲେ ଯୁବତୀ ଜଣଙ୍କ । ଏକ ଫାର୍ମା କମ୍ପାନୀରେ ଚାକିରୀ କରୁଥିଲେ ଯୁବତୀ । ତେବେ ହଠାତ କାହିଁକି ସେ ଆତ୍ମହତ୍ୟା କଲେ, ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି । ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୋଲିସ ।