କ୍ରୋଧ ପାଇଁ ଚାଲିଗଲା ପତ୍ନୀର ଜୀବନ: ସ୍ୱାମୀର ମାଡରେ ସ୍ତ୍ରୀ ମୃତ, ସ୍ୱାମୀ ଗିରଫ

The Sakala Picture
Published On

ଧର୍ମଶାଳା: ବେଳେ ବେଳେ ମଣିଷର କ୍ରୋଧ ଚରମସୀମାରେ ପହଞ୍ଚିଗଲେ ନିଜ ଉପରେ ସେ ନୟନ୍ତ୍ରଣ ହରାଇବସେ। ଏଥି ପାଇଁ କିଛିନା କିଛି ଅଘଟଣ କରିବସେ। କ୍ରୋଧକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି ଧର୍ମଶାଳା ଥାନା ଅନ୍ତର୍ଗତ ଚାରିବାଟିଆ ଆଦିବାସୀ ପଡ଼ାରେ। ସ୍ୱାମୀଙ୍କ ଅତ୍ୟଧିକ କ୍ରୋଧରୁ ଜଣେ ମହିଳାଙ୍କ ଜୀବନ ଯାଇଛି। ଜନୈକ ସ୍ୱାମୀର ମାଡରେ ଗତ କିଛି ଦିନ ତଳେ ଆହତ ହୋଇଥିବା ପତ୍ନୀର ସୋମବାର ଦିନ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ସ୍ୱାମୀକୁ […]

ଧର୍ମଶାଳା: ବେଳେ ବେଳେ ମଣିଷର କ୍ରୋଧ ଚରମସୀମାରେ ପହଞ୍ଚିଗଲେ ନିଜ ଉପରେ ସେ ନୟନ୍ତ୍ରଣ ହରାଇବସେ। ଏଥି ପାଇଁ କିଛିନା କିଛି ଅଘଟଣ କରିବସେ। କ୍ରୋଧକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି ଧର୍ମଶାଳା ଥାନା ଅନ୍ତର୍ଗତ ଚାରିବାଟିଆ ଆଦିବାସୀ ପଡ଼ାରେ। ସ୍ୱାମୀଙ୍କ ଅତ୍ୟଧିକ କ୍ରୋଧରୁ ଜଣେ ମହିଳାଙ୍କ ଜୀବନ ଯାଇଛି। ଜନୈକ ସ୍ୱାମୀର ମାଡରେ ଗତ କିଛି ଦିନ ତଳେ ଆହତ ହୋଇଥିବା ପତ୍ନୀର ସୋମବାର ଦିନ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ସ୍ୱାମୀକୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପଡ଼ାର ରବି ମୁଣ୍ଡା(୪୦) ତାର ପତ୍ନୀ କୋଇଲି ମୁଣ୍ଡା (୩୩)ଙ୍କ ମଧ୍ୟରେ ଗତ ୯ ତାରିଖରେ କଳିଗୋଳ ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇଯାଇ ରାଗି ଯାଇ ରବି ଠେଙ୍ଗାରେ ପ୍ରବଳ ଭାବରେ କୋଇଲିକୁ ମାଡ ମାରିଥିଲା। ଏଥିରେ କୋଇଲିର ଶରୀର ପ୍ରତ୍ୟକ ସ୍ଥାନ କ୍ଷତ ହେବା ସହ ମାଡରେ ଜଖମ ହୋଇ ଯାଇଥିଲା। ସେ ବିଛଣାରୁ ସେହି ଦିନରୁ ଉଠିପାରୁ ନଥିଲା। କ୍ରୋଧରୁ ରବି ତାର ଆଦୌ ଚିକିତ୍ସା କରାଇ ନ ଥିଲା। କୌଣସି ସୂତ୍ରରୁ ଖବର ପାଇ ୧୦ ଦିନ ପରେ ରବିବାର ବିଳମ୍ବିତ ରାତ୍ରରେ ପଡୋଶୀ କୋଇଲିକୁ ମୂର୍ମୁଷ ଅବସ୍ଥାରେ ବଡଚଣା ମେଡିକାଲରେ ଭର୍ତ୍ତି କରିବା ସହ ଧର୍ମଶାଳା ପୁଲିସକୁ ଏ ସଙ୍କ୍ରାନ୍ତରେ ଖବର ଦେଇଥିଲେ। ମାତ୍ର ଆଜି ସକାଳେ କୋଇଲିର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମୃତ୍ୟୁ ଘଟିଥିଲା। ଥାନା ଅଧିକାରୀ ସରୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିବା ସହ ରବିକୁ ଥାନାକୁ ଆଣିଥିଲେ। ପୁଲିସ ଏହି ଘଟଣାରେ ୩୮୦/୨୧ରେ ମାମଲା ରୁଜୁ କରି ସ୍ୱାମୀ ରବି ମୁଣ୍ଡାକୁ ଗିରଫ କରିଛି। ବଡଚଣା ଠାରେ ଶବ ବ୍ୟବଚ୍ଛେଦ କରାଯାଇଛି। ଅତ୍ୟଧିକ ହାଣ୍ଡିଆ ପିଇ ଉତ୍ତ୍ୟକ୍ତ ଅବସ୍ଥାରେ ରବି ଏହି କାଣ୍ଡ ଘଟାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ତାଙ୍କର ୩ଟି ପିଲା ଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର