ଶିକାର ହେଉଛନ୍ତି ନାବାଳିକା, ପ୍ରଶାସନ ନୀରବଦ୍ରଷ୍ଟା

The Sakala Picture
Published On

କୋରୁକୋଣ୍ଡା : ବେଆଇନ୍ ଭାବେ ଶ୍ରମିକ ଚାଲାଣ କାର୍ଯ୍ୟରେ ନିୟୋଜିତ ଥିବା ଦଲାଲ୍ ମାନଙ୍କ କବ୍‌ଜାରେ ମାଲକାନଗିରି ଜିଲ୍ଲାର ନିରୀହ ଆଦିବାସୀ ଓ ବହୁ ନାବାଳିକା ଓ ନାବାଳକ । ଦଲାଲ୍ ମାନଙ୍କ ବିଭିନ୍ନ ପ୍ରକାରର ପ୍ରଲୋଭନରେ ଆସି ବାହାର ରାଜ୍ୟକୁ ଆଜି ବି ଶ୍ରମିକଭାବେ ଚାଲାଣ ହେଉଛନ୍ତି ଏମାନେ। ଏପରି ଘଟଣା ଦେଖିବାକୁ ମିଳୁଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅଧୀନସ୍ଥ କମୱାଡା ପଞ୍ଚାୟତ ଅନ୍ତର୍ଗତ ମାରକେଲଗୁଡ଼ା ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ, କେରଳ […]

କୋରୁକୋଣ୍ଡା : ବେଆଇନ୍ ଭାବେ ଶ୍ରମିକ ଚାଲାଣ କାର୍ଯ୍ୟରେ ନିୟୋଜିତ ଥିବା ଦଲାଲ୍ ମାନଙ୍କ କବ୍‌ଜାରେ ମାଲକାନଗିରି ଜିଲ୍ଲାର ନିରୀହ ଆଦିବାସୀ ଓ ବହୁ ନାବାଳିକା ଓ ନାବାଳକ । ଦଲାଲ୍ ମାନଙ୍କ ବିଭିନ୍ନ ପ୍ରକାରର ପ୍ରଲୋଭନରେ ଆସି ବାହାର ରାଜ୍ୟକୁ ଆଜି ବି ଶ୍ରମିକଭାବେ ଚାଲାଣ ହେଉଛନ୍ତି ଏମାନେ। ଏପରି ଘଟଣା ଦେଖିବାକୁ ମିଳୁଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅଧୀନସ୍ଥ କମୱାଡା ପଞ୍ଚାୟତ ଅନ୍ତର୍ଗତ ମାରକେଲଗୁଡ଼ା ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ, କେରଳ ରାଜ୍ୟର ତ୍ରିପୂର ଅଞ୍ଚଳର ବି ଆର ଆପେଲ ନାମକ ଏକ ଘରୋଇ ସିଲେଇ କମ୍ପାନୀର କାର୍ଯ୍ୟରତ ଥିବା ଦୁଇ ମହିଳାଙ୍କ ସହ ଚାରିଜଣ କର୍ମଚାରୀ ମୋଟ ଛଅ ଜଣ ବ୍ୟକ୍ତି ଏକ ବସ୍ ଯୋଗେ ମାର୍କେଲଗୁଡା ଗ୍ରାମରେ ପହଞ୍ଚିଥିଲେ ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ୍‌ ଅଶାନ୍ତ: କେଉଁଠି ବୋମାମାଡ଼ ତ ଆଉ କେଉଁଠି ପ୍ରାର୍ଥୀଙ୍କୁ ଆକ୍ରମଣ

ଆଖ ପାଖ ଅଞ୍ଚଳରୁ କିଛି ନାବାଳିକା ଓ ସାବାଳିକାଙ୍କୁ ମିଶାଇ ପ୍ରାୟ ୪୫ ଜଣଙ୍କୁ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ପ୍ରଶାସନକୁ ନଜଣାଇ ରାତାରାତି ନେବାକୁ ଉଦ୍ୟମ କରୁଥିବା ବେଳେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଜାଣିବା ପରେ ଏନେଇ ଓର୍କେଲ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ଓ ଶ୍ରମବିଭାଗ ଅଧିକାରୀମାନେ ପହଞ୍ଚି ଚାଲାଣ ହେଉଥିବା ସମସ୍ତ ବାଳିକା ମାନଙ୍କୁ ଉଦ୍ଧାର କରିବା ସହ ଗାଡ଼ିକୁ ଜବତ୍ କରି ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ୬ଜଣ କର୍ମଚାରୀଙ୍କୁ ପୋଲିସ୍ ଅଟକ ରଖି ଘଟଣାର ତଦନ୍ତ କରୁଥିଲେ । ଶ୍ରମବିଭାଗ ପକ୍ଷରୁ ଘଟଣାର ତଦନ୍ତ କରି ଉକ୍ତ କମ୍ପାନୀରୁ ଆସିଥିବା କର୍ମଚାରୀଙ୍କ ବିରୋଧରେ ଏକ ଏତଲା ଦେଇଥଲା ।

ଆହୁରି ପଢ଼ନ୍ତୁ: ଡାକ ବିଭାଗରେ ବଡ଼ ଧରଣର ପ୍ରଶାସନିକ ପୁନର୍ଗଠନ: ନୂଆ ନବରଙ୍ଗପୁର ଡିଭିଜନ ଗଠିତ, ସମ୍ବଲପୁର ଅଧୀନକୁ ଗଲା ମୟୂରଭଞ୍ଜ ଓ ରାଇରଙ୍ଗପୁର

ଶ୍ରମଅଧିକାରୀଙ୍କ ଏତଲାକୁ ଭିତ୍ତି କରି ଓର୍କେଲ ପୋଲିସ କେସ ନମ୍ବର ୧୧୪ରେ ଏକ ମାମଲା ରୁଜୁ କରି ଅଟକ ଥିବା ୬ଜଣ ଯଶୋବନ୍ତୀ ସାହୁ , ଲବଣୀ କେଟାଉ , ଏଲ.ଅରବିନ୍ଦମ , ବିବେକ.ପି, ଶିଜୁ.ସି, ତିରୁପତି.ଭିଙ୍କୁ ଗତକାଲି ସନ୍ଧ୍ୟାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଜନ୍ ଖୁଯୁର ସୂଚନା ଦେଇଛନ୍ତି । ତେବେ ଦେଶ ଓ ରାଜ୍ୟରେ ବସବାସ କରୁଥିବା ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ତଥା ରୋଜଗାରଶିଳ ହେବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମନରେଗା ଠାରୁ ଆରମ୍ଭ କରି କୁଶଳ ବିକାଶ ଯୋଜନା ପରି ଅନେକ ଯୋଜନା ପ୍ରଣୟନ କରାଯାଇଛି । ଏଥିନିମନ୍ତେ ବିଭିନ୍ନ ଯୋଜନା ମଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି ।

ଆହୁରି ପଢ଼ନ୍ତୁ: ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା: ଜାଣନ୍ତୁ କେଉଁ ରୁଟ୍ ବନ୍ଦ ଓ କେଉଁଠି ହେବ ଡାଇଭର୍ସନ୍...

ଏହି ଯୋଜନାଗୁଡ଼ିକୁ ପରିଚାଳନା କରୁଥିବା କିଛି ବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵ ଶୂନ୍ୟତା ଓ ଅପାରଗତା ଯୋଗୁଁ ଏହି ଯୋଜନାଗୁଡିକ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଯେଉଁଥି ପାଇଁ ଗରିବ ଓ ଦିନମଜୁରିଆ ଶ୍ରେଣୀର ଶ୍ରମିକମାନେ ଉକ୍ତ ଯୋଜନାଗୁଡିକର ସୁଫଳ ପାଇ ନପାରି ଶେଷରେ ନିଜ ଭାଗ୍ୟକୁ ଆଦରି ପରିବାର ଛାଡି ବାହାର ରାଜ୍ୟକୁ କାମ କରିବାକୁ ଯିବାକୁ ବାଧ୍ୟ ହେଉଛନ୍ତି । ବେଆଇନ୍ ଦାଦନ ଚାଲାଣ ପ୍ରକ୍ରିୟାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଇନ୍ ପ୍ରଣୟନ କରାଯିବା ସହ ଶ୍ରମବିଭଗ, ପୋଲିସ୍ ଓ ସ୍ଥାନୀୟ ପ୍ରଶାସନକୁ ଦାୟିତ୍ଵ ପ୍ରଦାନ୍ କରାଯାଇଥିବା ବେଳେ ବେଆଇନ୍ ଶ୍ରମିକ ଚାଲାଣ ପ୍ରକ୍ରିୟାକୁ ରୋକିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ବୁଦ୍ଧ଄ଜୀବୀମାନେ ମତ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର