ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ, ପ୍ରତିଟି ଅପରାଧକୁ ରାଜନୀତିକରଣ କରା ନ ଯାଉ- ମୁଖ୍ଯମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ବକ୍ତବ୍ୟ ରଖିଛନ୍ତି। ରେଳବାଇ, ବ୍ୟାଙ୍କିଂ, ଟେଲିକମ୍, କେନ୍ଦ୍ରୀୟ ଅନୁଦାନ ହ୍ରାସ , ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ଓ ଅଷ୍ଟମ ପରିଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ନିତି ଆୟୋଗ ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଣତନ୍ତ୍ରରେ ନିର୍ବାଚନ ଏକ ପ୍ରମୁଖ ଅଙ୍ଗ । ନିର୍ବାଚନରେ ବିଜୟୀ ହେଲା ପରେ ଦଳଗତ […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ବକ୍ତବ୍ୟ ରଖିଛନ୍ତି। ରେଳବାଇ, ବ୍ୟାଙ୍କିଂ, ଟେଲିକମ୍, କେନ୍ଦ୍ରୀୟ ଅନୁଦାନ ହ୍ରାସ , ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ଓ ଅଷ୍ଟମ ପରିଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ନିତି ଆୟୋଗ ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଗଣତନ୍ତ୍ରରେ ନିର୍ବାଚନ ଏକ ପ୍ରମୁଖ ଅଙ୍ଗ । ନିର୍ବାଚନରେ ବିଜୟୀ ହେଲା ପରେ ଦଳଗତ ଚିନ୍ତାଧାରାରୁ ଊର୍ଦ୍ଧ୍ୱରେ ରହି ସରକାରଙ୍କୁ ଲୋକଙ୍କ ପାଇଁ କାର୍ଯ୍ଯ କରିବାକୁ ପଡ଼ିଥାଏ । କିନ୍ତୁ ଆମେ ତାହା କରୁଛେ କି ନାହିଁ ତାହା ଆତ୍ମ ସମୀକ୍ଷା କରିବାର ବେଳ । ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ। ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରଙ୍କ ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି। ଏସବୁ ଦେଶର ଶାନ୍ତି ଏବଂ ବିକାଶରେ ବଡ଼ ବାଧକ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଜାତୀୟ ଦଳ ଗୁଡ଼ିକ ମହିଳା ସଂରକ୍ଷଣ ନେଇ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ପ୍ରତିଶ୍ରୃତି ଦେଇଛନ୍ତି । ଯଦି ଏହାକୁ ପାଳନ କରିବାନାହିଁ ଦେବେ ଆମକୁ ଇତିହାସ କ୍ଷମା ଦେବନି । ଅପପୁଷ୍ଟି, ଯୋଗାଯୋଗ, ଲିଙ୍ଗଗତ ବୈଷମ୍ୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଗ୍ରାମାଞ୍ଚଳ ଓ ଗରିବ ପିଲାଙ୍କ ମେଧାକୁ ନଜର ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୀତି ଆୟୋଗ ବୈଠକରେ ଅନେକ ପ୍ରସଙ୍ଗ ଉଠୁଛି । ନୀତି ଆୟୋଗର ପଦକ୍ଷେପ ସମସ୍ତେ ଜାଣିବା ଉଚିତ । ଅନୁସୂଚିତ ଜନଜାତି ତାଲିକାରେ କିଛି ସମ୍ପ୍ରଦାୟ ସାମିଲ ପ୍ରସଙ୍ଗ ୧୯୭୮ରୁ ପଡ଼ିରହିଛି । ବିନା ନିଷ୍ପତ୍ତିରେ ଦୀର୍ଘବର୍ଷ ଧରି ପକାଇ ରଖିବା ଠିକ ନୁହେଁ ବୋଲି ନବୀନ ପରାମର୍ଶ ଦେଇଛନ୍ତି । କରୋନା ନେଇ ସଂଗ୍ରାମ ମିଳିତ ଉଦ୍ୟମର ପ୍ରତିଫଳନ । ସଂଘୀୟ ରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମିଳିତ ଉଦ୍ୟମ ଦରକାର ବୋଲି ସେ ଯୁକ୍ତି ବାଢିଛନ୍ତି ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର