ଉଚ୍ଚ ବିଦ୍ୟାଳୟ ଭଳି ବଦଳିବ ପ୍ରାଥମିକ ସ୍କୁଲର ଚେହେରା : ୪ ହଜାର ୬୧୩ ସ୍କୁଲରେ ହେବ ସ୍ମାର୍ଟ କ୍ଲାସରୁମ୍

The Sakala Picture
Published On

ଭୁବନେଶ୍ବର : ସରକାରୀ ଉଚ୍ଚ ବିଦ୍ୟାଳୟ ଭଳି ବଦଳିବ ପ୍ରାଥମିକ ସ୍କୁଲ ସ୍କୁଲଗୁଡ଼ିକର ଚେହେରା। ସ୍ମାର୍ଟ କ୍ଲାସରୁମ୍, ଇ-କଣ୍ଟେଣ୍ଟ, ସ୍ମାର୍ଟ ଲାଇବ୍ରେରୀ ଆଦି ଆଧୁନିକ ଶୈକ୍ଷିକ ଉପକରଣ ଦ୍ବାରା ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ପାଠ ପଢ଼ିବେ । ଏଥିଲାଗି ସମଗ୍ର ରାଜ୍ୟରେ ୩ ହଜାର ୯୪୬ଟି ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ ହୋଇଛି। ସେହିପରି ‘ଓମବାଡ୍‌ସି’ ପ୍ରକଳ୍ପ ଅଧୀନରେ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୬୭ଟି ପ୍ରାଥମିକ ସ୍କୁଲ ଚିହ୍ନଟ ହୋଇଛି । ‘ମୋ ସ୍କୁଲ’ […]

ଭୁବନେଶ୍ବର : ସରକାରୀ ଉଚ୍ଚ ବିଦ୍ୟାଳୟ ଭଳି ବଦଳିବ ପ୍ରାଥମିକ ସ୍କୁଲ ସ୍କୁଲଗୁଡ଼ିକର ଚେହେରା। ସ୍ମାର୍ଟ କ୍ଲାସରୁମ୍, ଇ-କଣ୍ଟେଣ୍ଟ, ସ୍ମାର୍ଟ ଲାଇବ୍ରେରୀ ଆଦି ଆଧୁନିକ ଶୈକ୍ଷିକ ଉପକରଣ ଦ୍ବାରା ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ପାଠ ପଢ଼ିବେ । ଏଥିଲାଗି ସମଗ୍ର ରାଜ୍ୟରେ ୩ ହଜାର ୯୪୬ଟି ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ ହୋଇଛି। ସେହିପରି ‘ଓମବାଡ୍‌ସି’ ପ୍ରକଳ୍ପ ଅଧୀନରେ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୬୭ଟି ପ୍ରାଥମିକ ସ୍କୁଲ ଚିହ୍ନଟ ହୋଇଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

‘ମୋ ସ୍କୁଲ’ ଯୋଜନା ଅଧୀନରେ ଜାରି ରହିଥିବା ସରକାରୀ ସ୍କୁଲଗୁଡ଼ିକର ନବୀକରଣ ପ୍ରକ୍ରିୟା ଏବେ ଆଉ କିଛି ପାଦ ଆଗକୁ ବଢୁଛି। ଯୋଜନା ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବା ସହିତ ସ୍ଥାନୀୟ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀ ସ୍କୁଲର ବିକାଶ ଧାରରାରେ ସାମିଲ ହେଉଛନ୍ତି। ସରକାରୀ ସ୍କୁଲର ଚିତ୍ର ସମ୍ପୂର୍ଣ୍ଣ ଉପକରଣ ବଦଳିବା ସହିତ ଘରୋଇ ସ୍କୁଲର ଭ୍ରମ ସୃଷ୍ଟି କରୁଛି। ତେବେ ସଭିଙ୍କ ସହଭାଗିତାରେ ସ୍କୁଲର ରୂପାନ୍ତରଣ ପ୍ରକ୍ରିୟା ଜାରି ରହିଛି। ରୂପାନ୍ତରଣ ପ୍ରକ୍ରିୟା ଦ୍ବାରା ସ୍କୁଲଗୁଡ଼ିକ ଏକ ନୂତନ ରୂପରେଖ ପାଉଛନ୍ତି। ରୂପାନ୍ତରଣ ଯୋଜନାରେ ଉନ୍ନତ ମାନର ଶିକ୍ଷାଦାନ ସହିତ ଅଭିଜ୍ଞ ଶିକ୍ଷକ, ଅତ୍ୟାଧୁନିକ ଶିକ୍ଷଣୀୟ । ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ସହିତ ଉତ୍ତମ ଶୈକ୍ଷିକ ବାତାବାଗଣ ଉପରେ ଧ୍ୟାନ ଦିଆଯାଉଛି। ଉନ୍ନତ ମାନର ଶ୍ରେଣୀ ଗୃହ, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ ଆଦି ସ୍କୁଲଗୁଡ଼ିକରେ ନିର୍ମାଣ କରାଯାଉଛି। ତେବେ ସ୍ମାର୍ଟ କ୍ଲାସରୁମ୍ ପାଇଁ ସମଗ୍ର ରାଜ୍ୟରୁ ୩ ହଜାର ୯୪୬ ପ୍ରାଥମିକ ବିଦ୍ୟାଳୟ ସହିତ ୯୦୯ଟି ଉଚ୍ଚ ବିଦ୍ୟାଳୟ ଏବଂ ‘ଓମବାଡ୍‌ସି’ ପ୍ରକଳ୍ପ ଅଧୀନରେ ୬୬୭ଟି ପ୍ରାଥମିକ ଏବଂ ୩୮୬ଟି ଉଚ୍ଚ ବିଦ୍ୟାଳୟ ସମ୍ମିଳିତ ହୋଇଛି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ମିଳିଥିବା ସୂଚନା ଅନୁସାରେ ସ୍ମାର୍ଟ କ୍ଲାସରୁମ୍ ପାଇଁ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୩୨୯ଟି ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିରରେ ୨୯୭, ବାଲେଶ୍ବରରେ ୨୭୭ ଓ ନବରଙ୍ଗପୁରରେ ୨୭୪ଟି ପ୍ରାଥମିକ ସ୍କୁଲ ଚିହ୍ନଟ ହୋଇଛି। ସେହିପରି ‘ଓମବାଡ୍‌ସି’ ପ୍ରକଳ୍ପ ଅଧୀନରେ ଯାଜପୁର ଜିଲ୍ଲାରୁ ୫୪, କେନ୍ଦୁଝରରୁ ୨୬୪, ମୟୁରଭଞ୍ଜରୁ ୧୨୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୨୭ଟି ସ୍କୁଲ ସାର୍ଟ ପାଇଁ ଚୟନ ହୋଇଛି। ସମ୍ପୃକ୍ତ ସ୍କୁଲଗୁଡିକରେ ଏଣିକି ପିଲାମାନେ ବହି ବଦଳରେ ଇ-କଣ୍ଟେଣ୍ଟରେ ପାଠ ପଢ଼ିବେ। କଳାପଟା ବଦଳରେ ସ୍ମାର୍ଟ କ୍ଲାସରୁମର ପ୍ରଜେକ୍ଟରେ ସେମାନଙ୍କୁ ଶିକ୍ଷାଦାନ ଦିଆଯିବ। ତେବେ ଏଥିପାଇଁ ଶିକ୍ଷକମାନଙ୍କୁ ମଧ୍ୟ ଦକ୍ଷ କରାଯାଉଛି। ସ୍କୁଲର ଶିକ୍ଷକମାନଙ୍କୁ ଅତ୍ୟାଧୁନିକ ଉପକରଣରେ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଅତ୍ୟାଧୁନିକ ଯନ୍ତ୍ରୀ ଯନ୍ତ୍ରାଂସ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି। ୨୦୨୧, ୨୨ ଶିକ୍ଷା ବର୍ଷର ଶେଷ ସୁଦ୍ଧା ସ୍କୁଲଗୁଡ଼ିକର ନବୀକରଣ ପ୍ରକ୍ରିୟା ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଅପରପକ୍ଷେ ସ୍ମାର୍ଟ ସ୍କୁଲରେ ପଢ଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ଆଗ୍ରହ ବଢୁଛି । ଘରୋଇ ସ୍କୁଲ ଭଳି ସୁସଜ୍ଜିତ ଓ ଅତ୍ୟାଧୁନିକ ଶ୍ରେଣୀଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି । ସେହିପରି ଉଚ୍ଚ ବିଦ୍ୟାଳୟ କ୍ଷେତ୍ରରେ ରାଜ୍ୟର ମୋଟ ୯୦୯ ସ୍କୁଲକୁ ସ୍ମାର୍ଟ କ୍ଲାସ୍‌ରୁମ୍‌ ଯୋଜନାରେ ସମ୍ମିଳିତ କରାଯାଇଛି। ଓମବାଡ୍‌ସି’ ପ୍ରକଳ୍ପ ଅଧୀନରେ ମଧ୍ୟମୟରେ ୪ ଜିଲ୍ଲାର ୩୮୬ଟି ସ୍କୁଲକୁ ଚିହ୍ନଟ କରାଯାଇ ସ୍ମାର୍ଟ କ୍ଲାସରୁମର ନିର୍ମାଣ ଓ ସ୍କୁଲଗୁଡ଼ିକର ଭିରିଭୂମି ସୁଦୃଢ଼ ପାଇଁ ଗୁରୁତ୍ୱ ଦିଆଯାଉଛି। ତେବେ ୫ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଯୋଜନା ଅଧୀନରେ ମୋଟ୍ ୧ ହଜାର ୭୨ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଜାରି ରହିଥିବାବେଳେ ନଭେମ୍ବର ସୁଦ୍ଧା ରୂପାନ୍ତରଣ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଭେମ୍ବର ୧୪ରେ ତଥା ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରୂପାନ୍ତରିତ ସ୍କୁଲଗୁଡ଼ିକର ଲୋକାର୍ପଣ କରିବାର ଯୋଜନା ରହିଛି।

22 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର