ସାମ୍ବାଦିକ ସମ୍ମଳିନୀ ବିଜେପିର ଚାଷୀ ବିରୋଧି ନୀତିକୁ ପଦାରେ ପକାଇଲା: ବିଜେଡି

The Sakala Picture
Published On

ଭୁବନେଶ୍ୱର: ଆଜି ବିଜେପିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ଓଡିଶା ବିଜେପିର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇଛି । ଚାଷୀମାନେ ଏହାର ଉଚିତ୍‍ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଗୌତମବୁଦ୍ଧ ଦାସ । ଶ୍ରୀ ଦାସ କହିଛନ୍ତି ଯେ ଯେପରି ସେମାନେ ଚାଷୀଙ୍କ ଫସଲ ବୀମା ଦେୟକୁ ଅଟକାଇ ଥିଲେ, ଏବେ ଏଭଳି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଇନପୁଟ ସବସିଡି ରୋକିବାକୁ ଚେଷ୍ଟା କରୁଛନ୍ତି, ଯାହା ଗତକାଲି ଓଡିଶାର ଚାଷୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ୱର: ଆଜି ବିଜେପିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ଓଡିଶା ବିଜେପିର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇଛି । ଚାଷୀମାନେ ଏହାର ଉଚିତ୍‍ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଗୌତମବୁଦ୍ଧ ଦାସ । ଶ୍ରୀ ଦାସ କହିଛନ୍ତି ଯେ ଯେପରି ସେମାନେ ଚାଷୀଙ୍କ ଫସଲ ବୀମା ଦେୟକୁ ଅଟକାଇ ଥିଲେ, ଏବେ ଏଭଳି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଇନପୁଟ ସବସିଡି ରୋକିବାକୁ ଚେଷ୍ଟା କରୁଛନ୍ତି, ଯାହା ଗତକାଲି ଓଡିଶାର ଚାଷୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ଓଡିଶାର ଚାଷୀଙ୍କୁ ସହାୟତା କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍‌ ସବସିଡି ଭଳି ଏକ ମହତ୍ୱ ପୂର୍ଣ ପଦକ୍ଷେପକୁ ପ୍ରଶଂସା କରିବା ପରିବର୍ତ୍ତେ ବିଜେପି ଏହାକୁ ଚକିତ, ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ ବୋଲି କହିଛି । ବିଜେପି ଏବେ କଟା ଘା’ରେ ଲୁଣ ଛିଞ୍ଚୁଛି । ଗୋଟିଏ ହାତରେ ସେମାନେ ଫସଲ ବୀମାକୁ ଅଟକାଉଥିବାବେଳେ ଏବେ ଅନ୍ୟ ହାତରେ ଇନପୁଟ୍‌ ସବସିଡି ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଏହା ବିଜେପିର ଚାଷୀ ତଥା ଚାଷ ବିରୋଧୀ ନୀତିକୁ ପଦାରେ ପକାଇ ଦେଇଛି । ଓଡିଶାର ଚାଷୀ ବିଶେଷକରି  ପଦମପୁରର ଚାଷୀମାନେ ସେମାନଙ୍କର ଫସଲ ବୀମାକୁ ଅଟକାଇଥିବାରୁ ବିଜେପି ଉପରେ ରାଗିଥିଲେ ଏବଂ ବର୍ତ୍ତମାନ ନବୀନ ପଟ୍ଟନାୟକ ସେମାନଙ୍କୁ ଦେଉଥିବା ଇନପୁଟ୍‌ ସବସିଡିକୁ ସମାଲୋଚନା କରୁଥିବା ବିଜେପିକୁ ଚାଷୀମାନେ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

16 Nov 2022 By The Sakala

ସାମ୍ବାଦିକ ସମ୍ମଳିନୀ ବିଜେପିର ଚାଷୀ ବିରୋଧି ନୀତିକୁ ପଦାରେ ପକାଇଲା: ବିଜେଡି

ଭୁବନେଶ୍ୱର: ଆଜି ବିଜେପିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ଓଡିଶା ବିଜେପିର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇଛି । ଚାଷୀମାନେ ଏହାର ଉଚିତ୍‍ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଗୌତମବୁଦ୍ଧ ଦାସ । ଶ୍ରୀ ଦାସ କହିଛନ୍ତି ଯେ ଯେପରି ସେମାନେ ଚାଷୀଙ୍କ ଫସଲ ବୀମା ଦେୟକୁ ଅଟକାଇ ଥିଲେ, ଏବେ ଏଭଳି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଇନପୁଟ ସବସିଡି ରୋକିବାକୁ ଚେଷ୍ଟା କରୁଛନ୍ତି, ଯାହା ଗତକାଲି ଓଡିଶାର ଚାଷୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା କରାଯାଇଥିଲା ।

ଓଡିଶାର ଚାଷୀଙ୍କୁ ସହାୟତା କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍‌ ସବସିଡି ଭଳି ଏକ ମହତ୍ୱ ପୂର୍ଣ ପଦକ୍ଷେପକୁ ପ୍ରଶଂସା କରିବା ପରିବର୍ତ୍ତେ ବିଜେପି ଏହାକୁ ଚକିତ, ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ ବୋଲି କହିଛି । ବିଜେପି ଏବେ କଟା ଘା’ରେ ଲୁଣ ଛିଞ୍ଚୁଛି । ଗୋଟିଏ ହାତରେ ସେମାନେ ଫସଲ ବୀମାକୁ ଅଟକାଉଥିବାବେଳେ ଏବେ ଅନ୍ୟ ହାତରେ ଇନପୁଟ୍‌ ସବସିଡି ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଏହା ବିଜେପିର ଚାଷୀ ତଥା ଚାଷ ବିରୋଧୀ ନୀତିକୁ ପଦାରେ ପକାଇ ଦେଇଛି । ଓଡିଶାର ଚାଷୀ ବିଶେଷକରି  ପଦମପୁରର ଚାଷୀମାନେ ସେମାନଙ୍କର ଫସଲ ବୀମାକୁ ଅଟକାଇଥିବାରୁ ବିଜେପି ଉପରେ ରାଗିଥିଲେ ଏବଂ ବର୍ତ୍ତମାନ ନବୀନ ପଟ୍ଟନାୟକ ସେମାନଙ୍କୁ ଦେଉଥିବା ଇନପୁଟ୍‌ ସବସିଡିକୁ ସମାଲୋଚନା କରୁଥିବା ବିଜେପିକୁ ଚାଷୀମାନେ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର