ପୁଣି ବିବାଦରେ FM ସ୍ୱୟଂଶାସିତ ମହାବିଦ୍ୟାଳୟ: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ହ୍ଵାଟସଆପ୍ ଡାର୍ଟି ମେସେଜ୍ ଭାଇରାଲ୍

Madhusudan Das Picture
Published On

ବାଲେଶ୍ୱର: ଗତ କିଛି ଦିନ ତଳେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ଏକ ଚିଠି ଶିକ୍ଷା ବିଭାଗରେ ପହଞ୍ଚିବା ପରେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସଦୃଶ ତାଙ୍କୁ ଏଚ୍‌ଓଡି ପଦରୁ ହଟାଯାଇଥିଲା। ଏହାର ତଦନ୍ତଭାର ଆଇସିସିକୁ ପ୍ରଦାନ କରାଯାଇଥିଲା। ଏବେ ସେଇ ପୂର୍ବତନ ଏଚଓଡିଙ୍କ ବିରୋଧରେ ସ୍ୱର ତେଜିଛି। ସେ ପାଠ ପଢ଼ାଇବା ବଦଳରେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବାର ଅଭିଯୋଗ ହୋଇଛି। ଏକାଧିକ ଛାତ୍ରୀଙ୍କୁ ଅଶ୍ଲୀଳ ମେସେଜ୍‌ କରିବା ସହ ପ୍ରେମ ନିବେଦନ କରୁଥିବା ନେଇ ଅଭିଯୋଗ ଆସିଛି। ଭାଇରାଲ୍ ହେଉଛି ସାରଙ୍କ ହ୍ଵାଟସଆପ୍ ଡାର୍ଟି ମେସେଜ୍। ଏନେଇ ଆଇସିସି କମିଟି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରୀ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଏହାଛଡ଼ା ସେ ନିଜ ଲେଖାବହି କିଣିବାକୁ ବାଧ୍ୟ କରିବା ସହ ପାଠ ବଦଳରେ ଶ୍ରେଣୀରେ ଖରାପ ଗପ କହିବା ଏବଂ ପ୍ରତିବାଦ କଲେ ପରୀକ୍ଷାରେ ବ୍ୟାକ୍‌ ଲଗାଇଦେବାର ଧମକ ମଧ୍ୟ ଦେଉଛନ୍ତି। ଏଭଳି ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ୯ଜଣ ଛାତ୍ରଛାତ୍ରୀ ଆଇସିସି କମିଟି ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଏପରିକି, ଏହି ଘଟଣାରେ ତଦନ୍ତ ଚାଲୁ ରହିଥିବା ବେଳେ ପୂର୍ବତନ ଏଚଓଡି ଶ୍ରୀ ନାୟକ ଏକାଧିକ ଛାତ୍ରଛାତ୍ରୀମାନଙ୍କ ଫୋନରୁ ହ୍ୱାଟସ୍‌-ଆପ୍‌ ଚାଟ୍‌ ମଧ୍ୟ ଡିଲିଟ୍‌ କରୁଥିବା ଅଭିଯୋଗ ହୋଇଛି। ଏପରିକି, ସେମାନଙ୍କୁ ଧମକାଇ ଡିଲିଟ କରାଯାଉଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ଏହି ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷ ଚୁପ୍‌ ରହିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର