ଯୁବତୀଙ୍କୁ ପ୍ରେମ କରୁଥିଲା ଗୋଟେ ଛୁଆର ବାପା, ମିଛ ବିବାହ ଓ ପ୍ରତାରଣା ଅଭିଯୋଗରେ ବାନ୍ଧିଲା ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ଗୋଟେ ଛୁଆର ବାପା ହେବା ପରେ ବି ଯୁବତୀଙ୍କୁ ପ୍ରେମ । ମିଛ ବିବାହ ସହ ପ୍ରତାରଣା କରି ବନ୍ଧାହେଲା ପ୍ରତାରକ ପୁରୁଷ । ଏମିତି ଜଣେ ପ୍ରତାରକ ପୁରୁଷଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଭଞ୍ଜନଗର ଅଞ୍ଚଳରୁ ଆସି ଭୁବନେଶ୍ବର ଶ୍ରୀ ବିହାରରେ ରହୁଥିବା ୪୭ ବର୍ଷିୟ ଦେବରାଜ ବିଶୋୟୀ । 

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ମାମଲାରୁ ଜଣାପଡିଛି ଦେବରାଜ ପୂର୍ବରୁ ବିବାହିତ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ସମସ୍ତ ତଥ୍ୟ ଲୁଚାଇ ଅନ୍ୟଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ଏପରିକି ଗତ ୮ ମାସ ତଳେ ମନ୍ଦିରରେ ସମ୍ପୃକ୍ତ ଯୁବତୀ ତଥା ପୀଡିତାଙ୍କୁ ବିବାହ କରିବା ସହ ଉଭୟେ ସ୍ଵାମୀ ସ୍ତ୍ରୀ ଭାବେ ଭୁବନେଶ୍ବର ଶ୍ରୀ ବିହାର ଅଞ୍ଚଳରେ ରହୁଥିଲେ  । ତେବେ ଗତ କିଛି ଦିନ ହେବ ଦେବରାଜ ହଠାତ୍ ଉଭାନ୍ ହୋଇଯାଇଥିଲେ  ।  ପରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ଯେ ଦେବରାଜ ପୂର୍ବରୁ ବିବାହିତ । ତାଙ୍କର ପିଲାଟିଏ ମଧ୍ୟ ରହିଛି।  ଏ ନେଇ ଯୁବତୀ ଦେବରାଜଙ୍କୁ ପଚାରିବାରୁ ଯୁବତୀଙ୍କ ସହ ଥିବା ସମ୍ପର୍କକୁ ସେ ଅସ୍ୱୀକାର କରିଥିଲେ । ଶେଷରେ ଯୁବତୀ ଜଣଙ୍କ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ତଦନ୍ତ କରିବା ସହ ପ୍ରତାରକ ଦେବରାଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

27 Apr 2026 By Madhusudan Das

ଯୁବତୀଙ୍କୁ ପ୍ରେମ କରୁଥିଲା ଗୋଟେ ଛୁଆର ବାପା, ମିଛ ବିବାହ ଓ ପ୍ରତାରଣା ଅଭିଯୋଗରେ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଗୋଟେ ଛୁଆର ବାପା ହେବା ପରେ ବି ଯୁବତୀଙ୍କୁ ପ୍ରେମ । ମିଛ ବିବାହ ସହ ପ୍ରତାରଣା କରି ବନ୍ଧାହେଲା ପ୍ରତାରକ ପୁରୁଷ । ଏମିତି ଜଣେ ପ୍ରତାରକ ପୁରୁଷଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଭଞ୍ଜନଗର ଅଞ୍ଚଳରୁ ଆସି ଭୁବନେଶ୍ବର ଶ୍ରୀ ବିହାରରେ ରହୁଥିବା ୪୭ ବର୍ଷିୟ ଦେବରାଜ ବିଶୋୟୀ । 

ମାମଲାରୁ ଜଣାପଡିଛି ଦେବରାଜ ପୂର୍ବରୁ ବିବାହିତ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ସମସ୍ତ ତଥ୍ୟ ଲୁଚାଇ ଅନ୍ୟଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ଏପରିକି ଗତ ୮ ମାସ ତଳେ ମନ୍ଦିରରେ ସମ୍ପୃକ୍ତ ଯୁବତୀ ତଥା ପୀଡିତାଙ୍କୁ ବିବାହ କରିବା ସହ ଉଭୟେ ସ୍ଵାମୀ ସ୍ତ୍ରୀ ଭାବେ ଭୁବନେଶ୍ବର ଶ୍ରୀ ବିହାର ଅଞ୍ଚଳରେ ରହୁଥିଲେ  । ତେବେ ଗତ କିଛି ଦିନ ହେବ ଦେବରାଜ ହଠାତ୍ ଉଭାନ୍ ହୋଇଯାଇଥିଲେ  ।  ପରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ଯେ ଦେବରାଜ ପୂର୍ବରୁ ବିବାହିତ । ତାଙ୍କର ପିଲାଟିଏ ମଧ୍ୟ ରହିଛି।  ଏ ନେଇ ଯୁବତୀ ଦେବରାଜଙ୍କୁ ପଚାରିବାରୁ ଯୁବତୀଙ୍କ ସହ ଥିବା ସମ୍ପର୍କକୁ ସେ ଅସ୍ୱୀକାର କରିଥିଲେ । ଶେଷରେ ଯୁବତୀ ଜଣଙ୍କ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ତଦନ୍ତ କରିବା ସହ ପ୍ରତାରକ ଦେବରାଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର