ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

Suryakanta Picture
Published On

ପୁରୀ ଜିଲ୍ଲା ଅନ୍ତର୍ଗତ ଦୟାଭାର୍ଗବୀ ନଦୀର ଚିଲିକା ସଙ୍ଗମ ସ୍ଥଳରେ ଥିବା ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ ନଳବଣରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆଜିକୁ ୬ ଦିନ ଧରି ଏଠାରେ ନିଆଁ ଲାଗି ରହିଥିବା ବେଳେ ଏହାକୁ ଆୟତ୍ତ କରିବା ସମ୍ଭବ ହୋଇପାରିନାହିଁ। ଫଳରେ ଏଠାରେ ଆଶ୍ରୟ ନେଇଥିବା ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ଜୀବନ ଏବେ ବିପଦରେ ପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅଗ୍ନିଶମ ବାହିନୀର ଉଦ୍ୟମ ଜାରି

ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରୟାସ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, କଣାସରୁ ୬ ଜଣିଆ ଏବଂ ଟାଙ୍ଗୀରୁ ୮ ଜଣିଆ ଅଗ୍ନିଶମ ଟିମ୍‌ ନିଆଁ ଲିଭାଇବା କାର୍ଯ୍ୟରେ ଦିନରାତି ନିୟୋଜିତ ଅଛନ୍ତି। ଅନବରତ ଉଦ୍ୟମ ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ରୂପେ ଲିଭିନାହିଁ, ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ପକ୍ଷୀ ଶିକାର ପାଇଁ ନିଆଁ ଲଗାଯାଇଥିବା ସନ୍ଦେହ

ଶୀତଦିନେ ନଳବଣକୁ ବହୁ ସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସିଥାନ୍ତି। ତେବେ ପକ୍ଷୀ ଶିକାର କରିବା ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ, ଚିଲିକା ମଝିରେ ଥିବା ପ୍ରାୟ ୨ କିଲୋମିଟର ପରିବ୍ୟାପ୍ତ ଏହି ନଳବଣ ଅନେକ ପକ୍ଷୀ ତଥା ଜୀବଜନ୍ତୁଙ୍କ ପାଇଁ ଏକ ନିରାପଦ ବାସସ୍ଥାନ ହୋଇଆସିଛି। ଏହି ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ସେଠାକାର ଜୈବବିବିଧତା ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର