ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ; ୫ଗିରଫ, ୨୫ ଲକ୍ଷ ଟଙ୍କା ଜବତ

Madhusudan Das Picture
Published On

ପୁରୀ: ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ଆଇପିଏଲ ବେଟିଂ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସହ ୫ ଜଣ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ୨୫ଲକ୍ଷ ୩୫ ହଜାର ଟଙ୍କା ସହ ୬ ଟି ମୋବାଇଲ ଜବତ ହୋଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟି ସହ ବି ନାଗେଶ୍ୱର ରାଓ, ବିଶ୍ଵନାଥ ଲେଙ୍କା ଏବଂ ରାମାକାନ୍ତ ସାହୁଙ୍କୁ ଗିରଫ କରିଛି । ଅଭିଯକ୍ତଙ୍କ ୧୦ ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୩୧ ଲକ୍ଷ ୮୧ ହଜାର ଟଙ୍କାକୁ ଫ୍ରିଜ କରାଯାଇଛି। 

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

‘ସ୍କାଏ ଏକ୍ସଚେଞ୍ଜ’ ନାମକ ଏକ ଆପ୍ଲିକେସନ ବ୍ୟବହାର କରି ବେଟିଂ ରାକେଟ ଚାଲିଥିଲା ବୋଲି ଜଣାପଡିଛି । ଏହି ଆପ୍ ମାଧ୍ୟମରେ ଲୋକମାନେ ଟଙ୍କା ଜମା କରୁଥିଲେ ଏବଂ ପଏଣ୍ଟ ପାଉଥିଲେ । ପଏଣ୍ଟଗୁଡ଼ିକୁ ବ୍ୟବହାର କରି ଆଇପିଏଲ ମ୍ୟାଚରେ ବେଟିଂ କରାଯାଉଥିଲା । ଏହି ନେଟୱର୍କରେ ସ୍ଥାନୀୟ ଅର୍ଗାନାଇଜରମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ବେଟିଂ ନେଟୱର୍କରେ ଲୋକଙ୍କୁ ସାମିଲ କରିବା ପାଇଁ ଅର୍ଗାନାଇଜରମାନଙ୍କୁ ମାସିକ ୨୨ ହଜାର ଟଙ୍କା ଦିଆଯାଉଥିଲା। ଯାହା ବଦଳରେ ସେମାନେ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପଏଣ୍ଟ ପ୍ରଦାନ କରୁଥିଲେ ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

29 Apr 2026 By Madhusudan Das

ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ; ୫ଗିରଫ, ୨୫ ଲକ୍ଷ ଟଙ୍କା ଜବତ

ପୁରୀ: ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ଆଇପିଏଲ ବେଟିଂ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସହ ୫ ଜଣ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ୨୫ଲକ୍ଷ ୩୫ ହଜାର ଟଙ୍କା ସହ ୬ ଟି ମୋବାଇଲ ଜବତ ହୋଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟି ସହ ବି ନାଗେଶ୍ୱର ରାଓ, ବିଶ୍ଵନାଥ ଲେଙ୍କା ଏବଂ ରାମାକାନ୍ତ ସାହୁଙ୍କୁ ଗିରଫ କରିଛି । ଅଭିଯକ୍ତଙ୍କ ୧୦ ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୩୧ ଲକ୍ଷ ୮୧ ହଜାର ଟଙ୍କାକୁ ଫ୍ରିଜ କରାଯାଇଛି। 

‘ସ୍କାଏ ଏକ୍ସଚେଞ୍ଜ’ ନାମକ ଏକ ଆପ୍ଲିକେସନ ବ୍ୟବହାର କରି ବେଟିଂ ରାକେଟ ଚାଲିଥିଲା ବୋଲି ଜଣାପଡିଛି । ଏହି ଆପ୍ ମାଧ୍ୟମରେ ଲୋକମାନେ ଟଙ୍କା ଜମା କରୁଥିଲେ ଏବଂ ପଏଣ୍ଟ ପାଉଥିଲେ । ପଏଣ୍ଟଗୁଡ଼ିକୁ ବ୍ୟବହାର କରି ଆଇପିଏଲ ମ୍ୟାଚରେ ବେଟିଂ କରାଯାଉଥିଲା । ଏହି ନେଟୱର୍କରେ ସ୍ଥାନୀୟ ଅର୍ଗାନାଇଜରମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ବେଟିଂ ନେଟୱର୍କରେ ଲୋକଙ୍କୁ ସାମିଲ କରିବା ପାଇଁ ଅର୍ଗାନାଇଜରମାନଙ୍କୁ ମାସିକ ୨୨ ହଜାର ଟଙ୍କା ଦିଆଯାଉଥିଲା। ଯାହା ବଦଳରେ ସେମାନେ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପଏଣ୍ଟ ପ୍ରଦାନ କରୁଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର