ଆପଣଙ୍କର ବି ବନ୍ଦ ହୋଇପାରେ ଏଲପିଜି (LPG) କନେକ୍ସନ୍: ତୁରନ୍ତ କରନ୍ତୁ ଇ-କେୱାଇସି, ଜାଣନ୍ତୁ ସରକାରଙ୍କ ନୂଆ ନିୟମ

Suryakanta Picture
Published On

ଯଦି ଆପଣ ଘରେ ଏଲପିଜି (LPG) ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗ୍ୟାସ୍ ବୁକିଂ ଏବଂ ବିତରଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ତଥା କଳାବଜାରୀ ରୋକିବା ପାଇଁ ସରକାର ନିୟମରେ କିଛି କଡ଼ା ପରିବର୍ତ୍ତନ କରିଛନ୍ତି । ମେ' ୧ ତାରିଖ ଠାରୁ ଦେଶବ୍ୟାପୀ ଏହି ନୂଆ ନିୟମ ଲାଗୁ ହୋଇଛି। ଏହି ନୂଆ ନିୟମ ଅନୁଯାୟୀ, କିଛି ଗ୍ରାହକଙ୍କ ଗ୍ୟାସ୍ କନେକ୍ସନ୍ ବନ୍ଦ ହୋଇପାରେ । ତେଣୁ ଗ୍ୟାସ୍ ସିଲିଣ୍ଡରର ନିରବଚ୍ଛିନ୍ନ ସେବା ପାଇବାକୁ ହେଲେ କେତେକ ଜରୁରୀ କାମ ତୁରନ୍ତ କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଇ-କେୱାଇସି (e-KYC) ନକଲେ ମିଳିବନି ଗ୍ୟାସ୍

ସରକାରଙ୍କ ନୂଆ ନିୟମ ଅନୁଯାୟୀ, ସମସ୍ତ ଏଲପିଜି ଗ୍ରାହକଙ୍କୁ ଆଧାର ଭିତ୍ତିକ ଇ-କେୱାଇସି (Aadhaar based e-KYC) କରିବା ବାଧ୍ୟତାମୂଳକ କରାଯାଇଛି। ଯେଉଁ ଉପଭୋକ୍ତାଙ୍କର ଆଧାର ଭେରିଫିକେସନ୍ ଅସମ୍ପୂର୍ଣ୍ଣ ରହିଛି, ସେମାନଙ୍କୁ ନୂଆ ସିଲିଣ୍ଡର ମିଳିବ ନାହିଁ। ରିପୋର୍ଟ ଅନୁଯାୟୀ, ଯେଉଁ ପରିବାରଗୁଡ଼ିକ ଜୁନ୍ ୨୦୨୫ ପୂର୍ବରୁ ଶେଷ ଥର ପାଇଁ ଗ୍ୟାସ୍ ରିଫିଲ୍ କରିଥିଲେ, ସେମାନଙ୍କୁ ନିଷ୍କ୍ରିୟ (Inactive) ଉପଭୋକ୍ତା ଭାବେ ଧରାଯିବ। ତେଣୁ ଇ-କେୱାଇସି ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଏହି ଗ୍ରାହକମାନେ ଆଉ ଗ୍ୟାସ୍ ବୁକ୍ କରିପାରିବେ ନାହିଁ । ଅବଶ୍ୟ, ଯେଉଁ ଗ୍ରାହକମାନେ ପୂର୍ବରୁ ନିଜର ଭେରିଫିକେସନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିସାରିଛନ୍ତି, ସେମାନଙ୍କୁ ପୁଣିଥରେ ଏହା କରିବାକୁ ପଡ଼ିବ ନାହିଁ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଡବଲ୍ କନେକ୍ସନ୍ ଥିଲେ ହେବ କାର୍ଯ୍ୟାନୁଷ୍ଠାନ

ସରକାରଙ୍କର ଆଉ ଏକ ବଡ଼ ନିୟମ ହେଉଛି ଡବଲ୍ ଗ୍ୟାସ୍ କନେକ୍ସନ୍ ସମ୍ପର୍କରେ । ଯଦି ଆପଣଙ୍କ ପାଖରେ ଏଲପିଜି ସିଲିଣ୍ଡର କନେକ୍ସନ୍ ଅଛି ଏବଂ ଆପଣଙ୍କ ଘରେ ଅଥବା ଘର ପାଖରେ ପିଏନଜି (PNG - Piped Natural Gas) ପାଇପଲାଇନ୍ କନେକ୍ସନ୍ ବି ରହିଛି, ତେବେ ଆପଣଙ୍କୁ ନିଜର ଏଲପିଜି କନେକ୍ସନ୍ ସରେଣ୍ଡର୍ ବା ଫେରସ୍ତ କରିବାକୁ ପଡ଼ିବ। ଅଧିକାରୀମାନେ ଦ୍ୱୈତ ଇନ୍ଧନ ବ୍ୟବହାର କରୁଥିବା ଘରଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏଲପିଜି ଏବଂ ପିଏନଜି ଡାଟାବେସ୍ କୁ ଏକାଠି କରୁଛନ୍ତି। ଯେଉଁ ଗ୍ରାହକମାନଙ୍କ ପାଖରେ ଆକ୍ଟିଭ୍ ପିଏନଜି କନେକ୍ସନ୍ ଥିବ, ସେମାନେ ସବସିଡିଯୁକ୍ତ ଏଲପିଜି କିମ୍ବା ନୂଆ ଏଲପିଜି କନେକ୍ସନ୍ ପାଇବାରୁ ବଞ୍ଚିତ ହେବେ। ଏପରିକି ତୈଳ କମ୍ପାନୀଗୁଡ଼ିକ ଏହିଭଳି ଗ୍ରାହକଙ୍କୁ ଗ୍ୟାସ୍ ଯୋଗାଣ ବନ୍ଦ କରିଦେବେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଓଟିପି (OTP) ବିନା ମିଳିବନି ସିଲିଣ୍ଡର

ଗ୍ୟାସ୍ ବିତରଣ ବ୍ୟବସ୍ଥାରେ ଜାଲିଆତି ରୋକିବା ପାଇଁ ଏଣିକି ଓଟିପି (OTP) ଆଧାରିତ ଡେଲିଭରୀ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସିଲିଣ୍ଡର ବୁକ୍ କରିବା ସମୟରେ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ ଡେଲିଭରୀ ଅଥେଣ୍ଟିକେସନ୍ କୋଡ୍ ବା ଓଟିପି ଆସିବ। ଯେତେବେଳେ ଡେଲିଭରୀ ବୟ ସିଲିଣ୍ଡର ନେଇ ଆସିବେ, ସେତେବେଳେ ତାଙ୍କୁ ସେହି ଓଟିପି ଦେବାକୁ ପଡ଼ିବ। କେବଳ ଓଟିପି ଯାଞ୍ଚ ହେବା ପରେ ହିଁ ଗ୍ରାହକଙ୍କୁ ସିଲିଣ୍ଡର ପ୍ରଦାନ କରାଯିବ। କେବଳ ପୁରୁଣା ବ୍ଲୁ ବୁକ୍ କିମ୍ବା ରସିଦ୍ ଦେଖାଇ ଆଉ ସିଲିଣ୍ଡର ନେଇହେବ ନାହିଁ। ତେଣୁ ବିନା ବାଧାରେ ଗ୍ୟାସ୍ ପାଇବାକୁ ହେଲେ ନିଜର ଏଲପିଜି ସହିତ ମୋବାଇଲ୍ ନମ୍ବର ଏବଂ ଆଧାର ଲିଙ୍କ୍ ଥିବା ସୁନିଶ୍ଚିତ କରନ୍ତୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର