ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ବାଚସ୍ପତିଙ୍କୁ ଭେଟିଲା ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଅଡ଼ୁଆ ବଢିବାରେ ଲାଗିଛି।  ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ଆଜି ବାଚସ୍ପତିଙ୍କୁ ଭେଟିଛି ବିଜେଡି । କ୍ରସ ଭୋଟିଂ ଓ ଦଳ ନିଷ୍ପତ୍ତି ବିରୋଧରେ କାର୍ଯ୍ୟ କରିଥିବାରୁ ୮ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିଛି ବିଜେଡି । ଗତମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଦଳର ନିର୍ଦ୍ଦେଶକୁ ଅମାନ୍ୟ କରି ବିରୋଧୀ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ବିଜେଡିର ଏହି  ୮ ଜଣ ନିଲମ୍ବିତ ବିଧାୟକ ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଏହି ପ୍ରସଙ୍ଗରେ ଆଜି ବିଜେଡିର ସମସ୍ତ ବିଧାୟକ ଏକାଠି ହୋଇ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଛନ୍ତି। ପ୍ରଥମେ ସମସ୍ତ ବିଧାୟକ ଦଳର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଏକତ୍ରିତ ହୋଇଥିଲେ। ସେଠାରେ ବିସ୍ତୃତ ଆଲୋଚନା ପରେ, ସେମାନେ ଏକାଠି ବିଧାନସଭାରେ ପହଞ୍ଚିଥିଲେ ଏବଂ ବାଚସ୍ପତିଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସମ୍ବିଧାନର ଦଶମ ଅନୁଚ୍ଛେଦ ଏବଂ ଦଳ ବଦଳ ବିରୋଧୀ ଆଇନର ସମସ୍ତ ଆଇନଗତ ଦିଗକୁ ତର୍ଜମା କରିବା ପରେ, ଦଳ ପକ୍ଷରୁ ତଥ୍ୟ ଓ ପ୍ରମାଣ ସହିତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ସୂଚନାଯୋଗ୍ୟ ଯେ, ରାଜ୍ୟସଭା ନିର୍ବାଚନ ସମୟରେ ବିଜୁ ଜନତା ଦଳ ପକ୍ଷରୁ ଏକ ହ୍ୱିପ୍ ବା ଦଳୀୟ ହୁକୁମନାମା ଜାରି କରାଯାଇଥିଲା। କିନ୍ତୁ ଏହାକୁ ଖୋଲାଖୋଲି ଭାବେ ଅବମାନନା କରି ବିଧାୟକ ଚକ୍ରମଣି କହଁର, ନବ ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀ କ୍ରସ ଭୋଟିଂ କରିଥିଲେ। ସେହିପରି ପୂର୍ବରୁ ଅନ୍ୟ କାରଣରୁ ନିଲମ୍ବିତ ହୋଇଥିବା ଆଉ ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ମଧ୍ୟ ଦଳର ନିଷ୍ପତ୍ତି ବିରୋଧରେ ଯାଇ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଏହି ଘଟଣା ପରେ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସମସ୍ତ କ୍ରସ ଭୋଟିଂ କରିଥିବା ବିଧାୟକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ବିଜେଡି ବିଧାୟକ ଦଳର ନିଷ୍ପତ୍ତି ବିରୋଧରେ ଯାଇଥିବାରୁ ସେମାନଙ୍କୁ କାହିଁକି ଦଳରୁ ନିଲମ୍ବନ କରାଯିବ ନାହିଁ ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ କୈଫିୟତ ମଗାଯାଇଥିଲା। ତେବେ ନିଲମ୍ବିତ ବିଧାୟକମାନେ ନିଜର ଉତ୍ତର ରଖିବା ସହ ଓଲଟି ଆଇନର ଧମକ ଦେଖାଇଥିଲେ। ଏହାପରେ ବିଜେଡି ପ୍ରଥମେ ଏହି ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଥିଲା ଏବଂ ବର୍ତ୍ତମାନ ସେମାନଙ୍କର ସଭ୍ୟପଦ ସମ୍ପୂର୍ଣ୍ଣ ରଦ୍ଦ ପାଇଁ ବାଚସ୍ପତିଙ୍କ ଦ୍ୱାରସ୍ଥ ହୋଇଛି।

ଅନ୍ୟପକ୍ଷରେ, କେବଳ ବିଜେଡି ନୁହେଁ, କଂଗ୍ରେସ ମଧ୍ୟ କ୍ରସ ଭୋଟିଂ କରିଥିବା ନିଜ ବିଧାୟକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କଂଗ୍ରେସ ନିଜର ୩ ଜଣ ବିଧାୟକଙ୍କୁ ନିଲମ୍ବିତ କରିବା ସହିତ ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ପୂର୍ବରୁ ବାଚସ୍ପତିଙ୍କୁ ଦାବି ପତ୍ର ପ୍ରଦାନ କରିସାରିଛି। ସମ୍ବିଧାନର ଦଶମ ଅନୁଚ୍ଛେଦକୁ ଆଧାର କରି ଦଳ ବିରୋଧୀ କାର୍ଯ୍ୟର ଯଥେଷ୍ଟ ପ୍ରମାଣ ସହ ବାଚସ୍ପତିଙ୍କୁ ଏହି ଦାବିପତ୍ର ଦିଆଯାଇଛି। ବର୍ତ୍ତମାନ ସମସ୍ତଙ୍କ ନଜର ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ। ଦେଖିବାକୁ ବାକି ରହିଲା ବାଚସ୍ପତି କେବେ ଏବଂ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର