ବେଙ୍ଗଲ ନିର୍ବାଚନ ଫଳାଫଳ ପୂର୍ବରୁ ଟିଏମସିକୁ ବଡ଼ ଝଟକା: ନିର୍ବାଚନ ଆୟୋଗଙ୍କ ସର୍କୁଲାର୍ କାଏମ ରଖିଲେ ସୁପ୍ରିମକୋର୍ଟ

Suryakanta Picture
Published On

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)କୁ ଲାଗିଛି ଏକ ବଡ଼ ଝଟକା। ଭୋଟ ଗଣତି ପ୍ରକ୍ରିୟାରେ କେବଳ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସୁପରଭାଇଜର୍ ଭାବେ ନିଯୁକ୍ତ କରିବା ନେଇ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ଜାରି ହୋଇଥିବା ସର୍କୁଲାରକୁ ଚ୍ୟାଲେଞ୍ଜ କରି ଟିଏମସି ସୁପ୍ରିମକୋର୍ଟରେ ଦାୟର କରିଥିବା ଆବେଦନକୁ ଖାରଜ କରିଦିଆଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଏହି ନିର୍ଦ୍ଦେଶନାମା ନିୟମ ବିରୁଦ୍ଧ ନୁହେଁ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

କ'ଣ ଥିଲା ନିର୍ବାଚନ ଆୟୋଗଙ୍କ ସର୍କୁଲାର୍?

ଗତ ଏପ୍ରିଲ୍ ୧୩ ତାରିଖରେ ନିର୍ବାଚନ ଆୟୋଗ ଏକ ସର୍କୁଲାର୍ ଜାରି କରିଥିଲେ, ଯେଉଁଥିରେ ପଶ୍ଚିମବଙ୍ଗ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟାରେ କେନ୍ଦ୍ର ସରକାର ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସୟୁ) କର୍ମଚାରୀଙ୍କୁ ଗଣତି ସୁପରଭାଇଜର୍ ଭାବେ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରକ୍ରିୟାରେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସାମିଲ ନକରିବା ନିଷ୍ପତ୍ତିକୁ ବିରୋଧ କରି ଟିଏମସି ପ୍ରଥମେ କଲିକତା ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଟିଏମସିର ଯୁକ୍ତି ଓ ଆଶଙ୍କା

ଟିଏମସି ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ। ସେ ଯୁକ୍ତି ବାଢ଼ିଥିଲେ ଯେ, କେବଳ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏହି ଦାୟିତ୍ୱ ଦେବା ସମ୍ବିଧାନର ଅନୁଚ୍ଛେଦ ୩୨୪ର ଉଲ୍ଲଂଘନ ଅଟେ। ଏହା ରାଜ୍ୟ ସରକାରୀ କର୍ମଚାରୀଙ୍କ ଉପରେ ଅବିଶ୍ୱାସ ପ୍ରକଟ କରୁଥିବା ବେଳେ ଗଣତି ପ୍ରକ୍ରିୟାରେ ରାଜ୍ୟ ପ୍ରତିନିଧିମାନଙ୍କୁ ସାମିଲ ନକରିବା ଏକ ପକ୍ଷପାତିତା ବୋଲି ଆଶଙ୍କା ପ୍ରକାଶ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ବିଚାରପତି ପି.ଏସ୍. ନରସିଂହ ଏବଂ ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଥିଲେ ଯେ, ନିର୍ବାଚନ ଆୟୋଗ ନିଜ ବିବେକାଧିକାର ପ୍ରୟୋଗ କରି କେବଳ ଗୋଟିଏ ବର୍ଗର (କେନ୍ଦ୍ର ସରକାରୀ) କର୍ମଚାରୀଙ୍କୁ ମନୋନୀତ କରିପାରିବେ। ଖଣ୍ଡପୀଠ ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଗଣତି ସମୟରେ ଦଳୀୟ ଏଜେଣ୍ଟମାନେ ଉପସ୍ଥିତ ରହିବେ, ତେଣୁ ଏଥିରେ ସନ୍ଦେହ କରିବାର କୌଣସି କାରଣ ନାହିଁ।

ଏହାଛଡ଼ା ନିର୍ବାଚନ ଆୟୋଗ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ରିଟର୍ଣ୍ଣିଂ ଅଫିସର (ଯିଏକି ଜଣେ ରାଜ୍ୟ ସରକାରୀ କର୍ମଚାରୀ) ଗଣତି ପ୍ରକ୍ରିୟାର ସର୍ବୋଚ୍ଚ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ତେଣୁ ଟିଏମସିର ଏଭଳି ଆଶଙ୍କା ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ। ଏହି ସବୁ ଦିଗକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଟିଏମସିର ଆବେଦନକୁ ଖାରଜ କରିବା ସହ ନିର୍ବାଚନ ଆୟୋଗଙ୍କ ସର୍କୁଲାରକୁ ଅକ୍ଷୁର୍ଣ୍ଣ ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର