ସ୍ତ୍ରୀକୁ ହାତୁଡ଼ିରେ ପିଟି ପିଟି ହତ୍ୟା କଲା ସ୍ୱାମୀ

The Sakala Picture
Published On

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗ୍ରାମରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହାତୁଡ଼ିରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ମୃତ ମହିଳା ହେଲେ ଦୀପ୍ତିମୟୀ ଜେନା। ଉଭୟ ସ୍ୱାମୀ ସ୍ତ୍ରୀ ସରକାରୀ ଶିକ୍ଷକ ବୋଲି ଜଣାପଡ଼ିଛି। ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଘଟଣାରେ ସ୍ୱାମୀ ଅରୁଣକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ଏହି ଶିକ୍ଷକ ଦମ୍ପତି ଗତ ୯ ବର୍ଷ ତଳେ […]

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗ୍ରାମରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହାତୁଡ଼ିରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ମୃତ ମହିଳା ହେଲେ ଦୀପ୍ତିମୟୀ ଜେନା। ଉଭୟ ସ୍ୱାମୀ ସ୍ତ୍ରୀ ସରକାରୀ ଶିକ୍ଷକ ବୋଲି ଜଣାପଡ଼ିଛି। ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଘଟଣାରେ ସ୍ୱାମୀ ଅରୁଣକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ଏହି ଶିକ୍ଷକ ଦମ୍ପତି ଗତ ୯ ବର୍ଷ ତଳେ ବିବାହ କରିଥିବା ବେଳେ, ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ବହୁ ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ ମାରପିଟ୍ ମଧ୍ୟ କରୁଥିଲେ। ହେଲେ ଆଜି ଏହା ଉଗ୍ରରୂପ ନେଇଥିଲା। ସକାଳୁ ସ୍ତ୍ରୀ ଦିପ୍ତିମୟୀ ଠାକୁର ପୂଜା କରୁଥିବା ସମୟରେ ତାଙ୍କ ସ୍ୱାମୀ ଅରୁଣ ଅତର୍କିତ ଆକ୍ରମଣ କରିଥିଲେ। ଏକ ଲୁହା ହାମରରେ ପତ୍ନୀ ଦୀପ୍ତିଙ୍କ ମୁଣ୍ଡକୁ ବାରମ୍ବାର ପିଟି ଚାଲିଥିଲେ। ଫଳରେ ଘଟଣାସ୍ଥଳରେ ଦିପ୍ତିମୟୀଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କୋରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର