ଅନୁଗୋଳ ଜିଲ୍ଲାର ପ୍ରଥମ ମାଷ୍ଟର ଆଥଲେଟ୍‌ ଫ୍ଲାଇଙ୍ଗ୍‌ ମ୍ୟାନ୍‌ ପ୍ରକାଶ ଗଡନାୟକ

The Sakala Picture
Published On

ଅନୁଗୋଳ (ସଂଗ୍ରାମ ଦାସ): ୨୦୧୦ ମସିହାରେ ଅବସର ନେବା ପରେ ସେ ରାଜ୍ୟସ୍ତରୀୟ, ଜାତୀୟସ୍ତରୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ମେଡାଲପ୍ରାପ୍ତ କରି ବିଶ୍ୱ ଦରବାରରେ ଭାରତର ପରିଚୟ ସୃଷ୍ଟି କରିପାରିଛନ୍ତି। ଅନୁଗୋଳ ଜିଲ୍ଲାର ପ୍ରଥମ ମାଷ୍ଟର ଆଥଲେଟ୍‌ ହିସାବରେ ଅନ୍ତର୍ଜାତୀୟ କ୍ଷେତ୍ରରେ ୧୦ଟି ସ୍ୱର୍ଣ୍ଣପଦକ ସହ ସର୍ବମୋଟ ୧୭ଟି ଅନ୍ତର୍ଜାତୀୟ ମେଡାଲପ୍ରାପ୍ତ କରି ଜିଲ୍ଲା ପାଇଁ ଏକ ନୂତନ ଇତିହାସ ସୃଷ୍ଟି କରିପାରିଛନ୍ତି। ସେଥିପାଇଁ ପ୍ରକାଶଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଗୁଳ ଗୌରବରେ ମଧ୍ୟ ସମ୍ମାନିତ କରାଯାଇସାରିଛି। […]

ଅନୁଗୋଳ (ସଂଗ୍ରାମ ଦାସ): ୨୦୧୦ ମସିହାରେ ଅବସର ନେବା ପରେ ସେ ରାଜ୍ୟସ୍ତରୀୟ, ଜାତୀୟସ୍ତରୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ମେଡାଲପ୍ରାପ୍ତ କରି ବିଶ୍ୱ ଦରବାରରେ ଭାରତର ପରିଚୟ ସୃଷ୍ଟି କରିପାରିଛନ୍ତି। ଅନୁଗୋଳ ଜିଲ୍ଲାର ପ୍ରଥମ ମାଷ୍ଟର ଆଥଲେଟ୍‌ ହିସାବରେ ଅନ୍ତର୍ଜାତୀୟ କ୍ଷେତ୍ରରେ ୧୦ଟି ସ୍ୱର୍ଣ୍ଣପଦକ ସହ ସର୍ବମୋଟ ୧୭ଟି ଅନ୍ତର୍ଜାତୀୟ ମେଡାଲପ୍ରାପ୍ତ କରି ଜିଲ୍ଲା ପାଇଁ ଏକ ନୂତନ ଇତିହାସ ସୃଷ୍ଟି କରିପାରିଛନ୍ତି। ସେଥିପାଇଁ ପ୍ରକାଶଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଗୁଳ ଗୌରବରେ ମଧ୍ୟ ସମ୍ମାନିତ କରାଯାଇସାରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ପିଲାଟି ଦିନରୁ ସାଇକଲ ଚଢ଼ିବାର ଥିଲା ବଡ ଦୁର୍ବଳତା। ସେଇ ସାଇକଲ୍‌ ଚଢ଼ିବାର ଅଭ୍ୟାସ ଦିନେ ତାଙ୍କୁ ଜାତୀୟସ୍ତରରେ ପହଞ୍ଚାଇ ପାରିଛି। ସେ ବାୟୁସେନାରେ ସେବାଗତ ଥିବା ସମୟରେ (୧୯୯୪ମସିହା) ସେ ଥରେ (ଅଲ୍‌ ଇଣ୍ଡିଆ ଏୟାର ଫୋର୍ସ ସାଇକଲ ରେସିଙ୍ଗ ପ୍ରତିଯୋଗିତା)ରେ ଭାଗ ନିଅନ୍ତି। ବାଙ୍ଗାଲୋର ବାୟୁସେନା (ଟ୍ରେନିଂ କମାଣ୍ଡ) କ୍ୟାମ୍ପରୁ୨୦୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ମାତ୍ର ୧୦ ଜଣଙ୍କୁ ଚୟନ କରାଯାଇଥିଲା। ସେଥିରେ ଅନୁଗୋଳର ପ୍ରକାଶ କୁମାର ଗଡନାୟକ ମଧ୍ୟ ଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ରେସିଙ୍ଗ ମଡେଲ ସାଇକଲରେ ଭାଗ ନେବାପାଇଁ ବାଙ୍ଗାଲୋର ସିଟିରୁ ୧୦ଜଣ ପ୍ରତିଯୋଗୀଙ୍କୁ ନେଇ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ନୂଆଦିଲ୍ଲୀରେ ପହଞ୍ଚନ୍ତି। ଦେଶର ବିଭିନ୍ନ କୋଣ ଅନୁକୋଣରୁ ବଛା ବଛା ୧୧୦ ଜଣ ଖେଳାଳି ଆସନ୍ତି। ପ୍ରତିଯୋଗିତା ବଡ ସଂଘର୍ଷପୂର୍ଣ୍ଣ ହୋଇଥିଲା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାତେଇ ନିଅନ୍ତି ଅନୁଗୋଳ ମାଟିର ପୁଅ ପ୍ରକାଶ କୁମାର ଗଡନାୟକ। ଆଜି ତାଙ୍କ ବୟସ ଅପରାହ୍ନରେ, ପହଞ୍ଚି ଥିଲେ ବି, ସାଇକଲ ଚଳାଇବା ନିଶା ତାଙ୍କର ଛାଡୁନି। ସେ କେବଳ କ୍ଷିପ୍ରଗତିରେ ସାଇକଲ ଚଳାନ୍ତି, ତା ନୁହେଁ ରାସ୍ତା ଘାଟରେ ଯେଉଁମାନେ ବିଶୃଙ୍ଖଳିତ ଭାବରେ ବାହନ ଚାଳନ କରିଥାନ୍ତି, ସେମାନଙ୍କୁ ଶୃଙ୍ଖଳିତ ଭାବେ ଚଳାଇବା ପାଇଁ ବି ସଚେତନ କରିଥାନ୍ତି। ପ୍ରକାଶ ଏକଦା ନିଜ ମାନସିକକୁ ପୂର୍ଣ୍ଣ ରୂପରେଖ ଦେବା ପାଇଁ ଶୈଳଶ୍ରୀକ୍ଷେତ୍ର ପୁରୀ ଧାମକୁ ଯିବାକୁ ମନସ୍ଥ କଲେ। ଶୈଳଶ୍ରୀକ୍ଷେତ୍ରରୁ (ଅନୁଗୋଳ) ସକାଳ ୬ଟାରୁ ଯାତ୍ରା ଆରମ୍ଭ କରି ନିରବଚ୍ଛିନ୍ନ ଭାବରେ କ୍ଷିପ୍ର ଗତିରେ ସାଇକଲ ଚଳାଇ ମାଇଲ୍‌ ପରେ ମାଇଲ୍‌ ଅତିକ୍ରମ କରି ପରିଶେଷରେ ମାତ୍ର ସାଢେ଼ ସାତ ଘଣ୍ଟାରେ ପୁରୀ ଧାମରେ ପହଞ୍ଚିଥିଲେ। ପରଦିନ ପୁଣି ପୁରୀ ଧାମରୁ ସାଇକଲରେ ଫେରି ଆସନ୍ତି ନିଜ ବାସଭବନ ଅନୁଗୋଳକୁ। ପ୍ରକାଶ ବାୟୁସେନାରୁ ଅବସର ନେବା ପର ଠାରୁ ଆଜି ବି ଦୌଡକୁଦ ଅଭ୍ୟାସ ଜାରି ରଖୁଛନ୍ତି। ଶ୍ରୀ ଗଡନାୟକ ଏକାଧାରାରେ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ, ସମାଜସେବୀ, ବାଦ୍ୟକାର, କଣ୍ଠଶିଳ୍ପୀ, ଅନ୍ତର୍ଜାତୀୟ କ୍ରୀଡାବିତ୍‌ ଓ ଜଣେ କ୍ଷିପ୍ର (ଦ୍ରୁତ) ସାଇକଲ୍‌ ଚାଳକ ଭାବେ ଅନୁଗୋଳ ଜିଲ୍ଲାରେ ବେଶ୍‌ ପରିଚିତ। ଅଧୁନା ସେ ନିଜ ପରିବାରଙ୍କ ସହ ଅନୁଗୋଳ ଜିଲ୍ଲା ଖଲାରୀ ଗ୍ରାମର ଗଡପଦାସାହିର ଶାନ୍ତି ବିହାରରେ ଅବସ୍ଥାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

05 Jan 2025 By The Sakala

ଅନୁଗୋଳ ଜିଲ୍ଲାର ପ୍ରଥମ ମାଷ୍ଟର ଆଥଲେଟ୍‌ ଫ୍ଲାଇଙ୍ଗ୍‌ ମ୍ୟାନ୍‌ ପ୍ରକାଶ ଗଡନାୟକ

ଅନୁଗୋଳ (ସଂଗ୍ରାମ ଦାସ): ୨୦୧୦ ମସିହାରେ ଅବସର ନେବା ପରେ ସେ ରାଜ୍ୟସ୍ତରୀୟ, ଜାତୀୟସ୍ତରୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ମେଡାଲପ୍ରାପ୍ତ କରି ବିଶ୍ୱ ଦରବାରରେ ଭାରତର ପରିଚୟ ସୃଷ୍ଟି କରିପାରିଛନ୍ତି। ଅନୁଗୋଳ ଜିଲ୍ଲାର ପ୍ରଥମ ମାଷ୍ଟର ଆଥଲେଟ୍‌ ହିସାବରେ ଅନ୍ତର୍ଜାତୀୟ କ୍ଷେତ୍ରରେ ୧୦ଟି ସ୍ୱର୍ଣ୍ଣପଦକ ସହ ସର୍ବମୋଟ ୧୭ଟି ଅନ୍ତର୍ଜାତୀୟ ମେଡାଲପ୍ରାପ୍ତ କରି ଜିଲ୍ଲା ପାଇଁ ଏକ ନୂତନ ଇତିହାସ ସୃଷ୍ଟି କରିପାରିଛନ୍ତି। ସେଥିପାଇଁ ପ୍ରକାଶଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଗୁଳ ଗୌରବରେ ମଧ୍ୟ ସମ୍ମାନିତ କରାଯାଇସାରିଛି।

ପିଲାଟି ଦିନରୁ ସାଇକଲ ଚଢ଼ିବାର ଥିଲା ବଡ ଦୁର୍ବଳତା। ସେଇ ସାଇକଲ୍‌ ଚଢ଼ିବାର ଅଭ୍ୟାସ ଦିନେ ତାଙ୍କୁ ଜାତୀୟସ୍ତରରେ ପହଞ୍ଚାଇ ପାରିଛି। ସେ ବାୟୁସେନାରେ ସେବାଗତ ଥିବା ସମୟରେ (୧୯୯୪ମସିହା) ସେ ଥରେ (ଅଲ୍‌ ଇଣ୍ଡିଆ ଏୟାର ଫୋର୍ସ ସାଇକଲ ରେସିଙ୍ଗ ପ୍ରତିଯୋଗିତା)ରେ ଭାଗ ନିଅନ୍ତି। ବାଙ୍ଗାଲୋର ବାୟୁସେନା (ଟ୍ରେନିଂ କମାଣ୍ଡ) କ୍ୟାମ୍ପରୁ୨୦୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ମାତ୍ର ୧୦ ଜଣଙ୍କୁ ଚୟନ କରାଯାଇଥିଲା। ସେଥିରେ ଅନୁଗୋଳର ପ୍ରକାଶ କୁମାର ଗଡନାୟକ ମଧ୍ୟ ଥିଲେ।

ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ରେସିଙ୍ଗ ମଡେଲ ସାଇକଲରେ ଭାଗ ନେବାପାଇଁ ବାଙ୍ଗାଲୋର ସିଟିରୁ ୧୦ଜଣ ପ୍ରତିଯୋଗୀଙ୍କୁ ନେଇ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ନୂଆଦିଲ୍ଲୀରେ ପହଞ୍ଚନ୍ତି। ଦେଶର ବିଭିନ୍ନ କୋଣ ଅନୁକୋଣରୁ ବଛା ବଛା ୧୧୦ ଜଣ ଖେଳାଳି ଆସନ୍ତି। ପ୍ରତିଯୋଗିତା ବଡ ସଂଘର୍ଷପୂର୍ଣ୍ଣ ହୋଇଥିଲା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାତେଇ ନିଅନ୍ତି ଅନୁଗୋଳ ମାଟିର ପୁଅ ପ୍ରକାଶ କୁମାର ଗଡନାୟକ। ଆଜି ତାଙ୍କ ବୟସ ଅପରାହ୍ନରେ, ପହଞ୍ଚି ଥିଲେ ବି, ସାଇକଲ ଚଳାଇବା ନିଶା ତାଙ୍କର ଛାଡୁନି। ସେ କେବଳ କ୍ଷିପ୍ରଗତିରେ ସାଇକଲ ଚଳାନ୍ତି, ତା ନୁହେଁ ରାସ୍ତା ଘାଟରେ ଯେଉଁମାନେ ବିଶୃଙ୍ଖଳିତ ଭାବରେ ବାହନ ଚାଳନ କରିଥାନ୍ତି, ସେମାନଙ୍କୁ ଶୃଙ୍ଖଳିତ ଭାବେ ଚଳାଇବା ପାଇଁ ବି ସଚେତନ କରିଥାନ୍ତି। ପ୍ରକାଶ ଏକଦା ନିଜ ମାନସିକକୁ ପୂର୍ଣ୍ଣ ରୂପରେଖ ଦେବା ପାଇଁ ଶୈଳଶ୍ରୀକ୍ଷେତ୍ର ପୁରୀ ଧାମକୁ ଯିବାକୁ ମନସ୍ଥ କଲେ। ଶୈଳଶ୍ରୀକ୍ଷେତ୍ରରୁ (ଅନୁଗୋଳ) ସକାଳ ୬ଟାରୁ ଯାତ୍ରା ଆରମ୍ଭ କରି ନିରବଚ୍ଛିନ୍ନ ଭାବରେ କ୍ଷିପ୍ର ଗତିରେ ସାଇକଲ ଚଳାଇ ମାଇଲ୍‌ ପରେ ମାଇଲ୍‌ ଅତିକ୍ରମ କରି ପରିଶେଷରେ ମାତ୍ର ସାଢେ଼ ସାତ ଘଣ୍ଟାରେ ପୁରୀ ଧାମରେ ପହଞ୍ଚିଥିଲେ। ପରଦିନ ପୁଣି ପୁରୀ ଧାମରୁ ସାଇକଲରେ ଫେରି ଆସନ୍ତି ନିଜ ବାସଭବନ ଅନୁଗୋଳକୁ। ପ୍ରକାଶ ବାୟୁସେନାରୁ ଅବସର ନେବା ପର ଠାରୁ ଆଜି ବି ଦୌଡକୁଦ ଅଭ୍ୟାସ ଜାରି ରଖୁଛନ୍ତି। ଶ୍ରୀ ଗଡନାୟକ ଏକାଧାରାରେ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ, ସମାଜସେବୀ, ବାଦ୍ୟକାର, କଣ୍ଠଶିଳ୍ପୀ, ଅନ୍ତର୍ଜାତୀୟ କ୍ରୀଡାବିତ୍‌ ଓ ଜଣେ କ୍ଷିପ୍ର (ଦ୍ରୁତ) ସାଇକଲ୍‌ ଚାଳକ ଭାବେ ଅନୁଗୋଳ ଜିଲ୍ଲାରେ ବେଶ୍‌ ପରିଚିତ। ଅଧୁନା ସେ ନିଜ ପରିବାରଙ୍କ ସହ ଅନୁଗୋଳ ଜିଲ୍ଲା ଖଲାରୀ ଗ୍ରାମର ଗଡପଦାସାହିର ଶାନ୍ତି ବିହାରରେ ଅବସ୍ଥାନ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର