ଲୁଟେରାକୁ ମାଡ଼ିବସିଲେ ଅଟୋ ଚାଳକ

The Sakala Picture
Published On

ଭୁବନେଶ୍ୱର : ଚଳଚ୍ଚିତ୍ର ଶୈଳୀରେ ଅଟୋରୁ ଡେଇଁ ଲୁଟେରାକୁ ମାଡ଼ିବସିଲେ ଚାଳକ। ସୋମବାର ସହିଦନଗର ଥାନା ଭିଏସ୍‍ଏସ୍‍ନଗର ଅଞ୍ଚଳରେ ଜଣେ ଲୁଟେରାଙ୍କୁ କାବୁ କରିଥିବା ଅଟୋ ଚାଳକ ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳର ଶ୍ରୀକାନ୍ତ ସାହୁକୁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଉମାଶଙ୍କର ଦାଶ ସମ୍ମାନିତ କରିଛନ୍ତି। ତାଙ୍କୁ ଆର୍ଥିକ ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ ପ୍ରାୟ ୧୧ଟାରେ ଶ୍ରୀକାନ୍ତ ପାତ୍ରପଡ଼ାରୁ ୨ଜଣ ଯାତ୍ରୀଙ୍କୁ ଅଟୋରେ ନେଇ […]

ଭୁବନେଶ୍ୱର : ଚଳଚ୍ଚିତ୍ର ଶୈଳୀରେ ଅଟୋରୁ ଡେଇଁ ଲୁଟେରାକୁ ମାଡ଼ିବସିଲେ ଚାଳକ। ସୋମବାର ସହିଦନଗର ଥାନା ଭିଏସ୍‍ଏସ୍‍ନଗର ଅଞ୍ଚଳରେ ଜଣେ ଲୁଟେରାଙ୍କୁ କାବୁ କରିଥିବା ଅଟୋ ଚାଳକ ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳର ଶ୍ରୀକାନ୍ତ ସାହୁକୁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଉମାଶଙ୍କର ଦାଶ ସମ୍ମାନିତ କରିଛନ୍ତି। ତାଙ୍କୁ ଆର୍ଥିକ ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ ପ୍ରାୟ ୧୧ଟାରେ ଶ୍ରୀକାନ୍ତ ପାତ୍ରପଡ଼ାରୁ ୨ଜଣ ଯାତ୍ରୀଙ୍କୁ ଅଟୋରେ ନେଇ ଭିଏସ୍‍ଏସ୍‍ନଗର ଆସିଥିଲେ। ବାଣୀବିହାର କ୍ୟାମ୍ପସର ପଛପଟେ ଅଟୋରେ ଥିବା ଜଣେ ମହିଳା ଅଟୋରୁ ଓହ୍ଲାଇ ପଡ଼ିଥିଲେ। ଏତିକି ବେଳେ ଦୁଇଜଣ ଲୁଟେରା ବାଇକରେ ଆସି ମହିଳାଙ୍କ ହାତରୁ ଭ୍ୟାନିଟି ଛଡ଼ାଇ ପଳାଉଥିଲେ। ମହିଳା ଜଣକ ଚିତ୍କାର କରିବାରୁ ଶ୍ରୀକାନ୍ତ ଅଟୋ ବନ୍ଦ କରି ଲୁଟେରାଙ୍କ ପିଛା କରିଥିଲେ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜରେ ଏବିଭିପିର ଧାରଣା; ଭୋଟ ପୁନଃ ଗଣତି ଦାବି, ଶପଥ ଗ୍ରହଣ ଉତ୍ସବ ସ୍ଥଗିତ

ତେବେ ଭ୍ୟାନିଟି ଝାମ୍ପିନେଇଥବା ଲୁଟେରା ଗାଡ଼ି ଛାଡି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ତେବେ ଗାଡ଼ି ଚଳାଉଥିବା ଲୁଟେରାକୁ ଶ୍ରୀକାନ୍ତ ମାଡ଼ିବସିଥିଲେ। କିଛି ସମୟ ଲାଗି ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଲୁଟେରା ମରଣାସ୍ତ୍ର ଦେଖାଇ ଖସିଯିବାକୁ ଉଦ୍ୟମ କରୁଥିଲେ। ତେବେ ଶ୍ରୀକାନ୍ତ ସାହସ ଜୁଟାଇ ଲୁଟେରାକୁ ଗାମୁଛାରେ ବାନ୍ଧିବା ସହ ବାଇକ ଚାବି ନେଇଯାଇଥିଲେ। ଏହାପରେ ଅଟୋରେ ଥିବା ଆଉ ଜଣେ ପୁରୁଷ ଏବଂ ସ୍ଥାନୀୟ ଲୋକେ ବିଦ୍ୟୁତ୍‍ ଖୁଣ୍ଟରେ ଲୁଟେରାକୁ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପିସିଆର୍‍ ଭ୍ୟାନ ପହଞ୍ଚି ଲୁଟେରାକୁ ଆଣି ସହିଦନଗର ଥାନାରେ ଜିମା ଦେଇଥିଲେ। ପୁଲିସ ଯୁବକକୁ ଅଟକ ରଖିବା ସହ ବାଇକ ଜବତ କରି ତଦନ୍ତ କରୁଛି। ସେପଟେ ଭ୍ୟାନିଟ୍‍ ବ୍ୟାଗ୍‍ ଝାମ୍ପିନେଇଥିବା ଲୁଟେରାକୁ ମଧ୍ୟ ସହିଦନଗର ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଗିରଫ କରିିଛି। ଆସନ୍ତାକାଲି ଉଭୟଙ୍କୁ କୋର୍ଟଚାଲଣ କରାଯିବା ସହ ସେମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ଖରସ୍ରୋତା ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ଖୋଜାଖୋଜି ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର