ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ସୁନ୍ଦରଗଡ଼ ସିଭିଲ ସପ୍ଲାଏ ଜୁନିୟର ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ...

Deviprasad Mohanty Picture
Published On

ସୁନ୍ଦରଗଡ଼: ଆଜି ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସିଭିଲ ସପ୍ଲାଏ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଆହୁରି ପଢ଼ନ୍ତୁ: ୧.୨୩ କୋଟି ସରକାରୀ ଟଙ୍କା ହଡ଼ପ ମାମଲା: ଗିରଫ ହେଲେ ସାତକୋଶିଆ DFO ଅଫିସ୍‌ର ବରିଷ୍ଠ ସହାୟକ ଅଜୟ ନାୟକ

ମିଳିଥିବା ସୂଚନା ଅନୁଯାୟୀ, ରବୀନ୍ଦ୍ର ବାରିକ ନିଜ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଆଜି ଏକକାଳୀନ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି। ସୁନ୍ଦରଗଡ଼ ସ୍ଥିତ ବାସଭବନ ସମେତ ବାଲେଶ୍ୱର ଜିଲ୍ଲା ଚୂନଭାଟି ମଣ୍ଡପ ନିକଟରେ ଥିବା ତାଙ୍କ ପୈତୃକ ଘର ଓ ଅନ୍ୟାନ୍ୟ ଠିକଣାରେ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ ଚଳାଇଛନ୍ତି।ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାରୁ କେତେ ଟଙ୍କାର ସମ୍ପତ୍ତି ଠାବ ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘରେ ଥିବା ସୁନାଗହଣା, ବ୍ୟାଙ୍କ ବାଲାନ୍ସ, ଜମିଜମା କାଗଜପତ୍ର ଏବଂ ନଗଦ ଟଙ୍କାକୁ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛନ୍ତି। ଚଢ଼ାଉ ଶେଷ ହେବା ପରେ ଜବତ ସମ୍ପତ୍ତିର ପୁରା ତାଲିକା ମିଳିପାରିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ମୃତ୍ୟୁ ସାର୍ଟିଫିକେଟ ପାଇଁ ଲାଞ୍ଚ ନେଉଥିଲେ ସ୍ୱାସ୍ଥ୍ୟକର୍ମୀ, ମାଡ଼ିବସିଲା ଭିଜିଲାନ୍ସ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର