ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଭକ୍ତଙ୍କୁ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାବିଗ୍ରହ

The Sakala Picture
Published On

ପୁରୀ: ଶେଷ ହେଲା ଧର୍ମମାସ କାର୍ତ୍ତିକ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କର ଦୁର୍ଲ୍ଲଭ ସୁନାବେଶ ଲାଗି ଶ୍ରୀକ୍ଷେତ୍ର ହୋଇଥିଲା ଭକ୍ତମୟ । ଭୋରରୁ ସିଂହଦ୍ୱାରରେ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିଲା । ତେବେ ସଅଳ ନୀତିକାନ୍ତି ଏବଂ ପୁଲିସ ପ୍ରଶାସନର ପୂର୍ଣ୍ଣ ସହଯୋଗ ଫଳରେ ଭକ୍ତମାନେ ବେଶ୍ ଖୁସିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଛନ୍ତି । ପ୍ରାୟ ୨ ଲକ୍ଷ ୧୦ ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ରାଜାଧିରାଜ ବେଶ ଦେଖି କୃତାର୍ଥ […]

ପୁରୀ: ଶେଷ ହେଲା ଧର୍ମମାସ କାର୍ତ୍ତିକ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କର ଦୁର୍ଲ୍ଲଭ ସୁନାବେଶ ଲାଗି ଶ୍ରୀକ୍ଷେତ୍ର ହୋଇଥିଲା ଭକ୍ତମୟ । ଭୋରରୁ ସିଂହଦ୍ୱାରରେ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିଲା । ତେବେ ସଅଳ ନୀତିକାନ୍ତି ଏବଂ ପୁଲିସ ପ୍ରଶାସନର ପୂର୍ଣ୍ଣ ସହଯୋଗ ଫଳରେ ଭକ୍ତମାନେ ବେଶ୍ ଖୁସିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଛନ୍ତି । ପ୍ରାୟ ୨ ଲକ୍ଷ ୧୦ ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ରାଜାଧିରାଜ ବେଶ ଦେଖି କୃତାର୍ଥ ହୋଇଛନ୍ତି । ବିଶେଷକରି ହ୍ୟୁମାନ ଚେନ (ମାନବ ଶୃଙ୍ଖଳ) ଦ୍ୱାରା ଶ୍ରଦ୍ଧାଳୁମାନେ ଠେଲାପେଲାରୁ ମୁକ୍ତି ପାଇ ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିରକୁ ପ୍ରବେଶ କରି ଦର୍ଶନ କରିଥିଲେ ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ପୁରୀ ମହୋଦଧିରେ ବୁଡ଼ ପକାଇବା ପାଇଁ ବଡ଼ି ଭୋରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଥିଲା । ମହୋଦଧିରେ ଲକ୍ଷାଧିକ ଭକ୍ତ ସ୍ନାନ କରିବା ସହ କଦଳୀ ପଟୁକା ବା ସୋଲ ଡଙ୍ଗାରେ ପାନ, ଗୁଆ, ଫୁଲ ଥୋଇ ଡ଼ଙ୍ଗା ଭସାଇବା ସହ ଆ-କା-ମା-ବୈ, ପାନ ଗୁଆ ଥୋଇରେ ଗୁଞ୍ଜରିତ ହୋଇଥିଲା ସମଗ୍ର ବେଳାଭୂମି। ନିଜ ପରିବାର ତଥା ସାଙ୍ଗସାଥୀଙ୍କ ସହ ଲୋକେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧି ତଟକୁ ଆସି ଡଙ୍ଗା ଭସାଇଥିଲେ। ଏଥିସହ ପବିତ୍ର କାର୍ତ୍ତିକ ମାସର ପୁର୍ଣ୍ଣିମା ପାଇଁ ହବିଷ୍ୟାଳୀ ମାନେ ମଧ୍ୟ ସମୁଦ୍ର ବେଳାଭୂମିରେ ପୂଜାର୍ଚ୍ଚନା କରିବା ସହିତ ଆଜିର ପ୍ରଥମ ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି। ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ମହୋଦଧି ତଟରେ ଏକତ୍ରିତ ହୋଇ କାର୍ତ୍ତିକ ପୂର୍ଣ୍ଣିମାର ପୁଣ୍ୟ ଲାଭ କରିଛନ୍ତି। ବିଶ୍ୱାସ ରହିଛି ଆଜିର ଦିନରେ ମହୋଦଧିରେ ବୁଡ଼ ପକାଇଲେ ମୋକ୍ଷ ପ୍ରାପ୍ତି ହୋଇଥାଏ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର