ସୁମିତ ଏବଂ ଡିମ୍ପଲଙ୍କ ମାମଲାରେ ନୂଆ ମୋଡ଼: କୋର୍ଟଙ୍କ ନିର୍ଦ୍ଦେଶ ପରେ ସୁମିତ ଫେରାର

The Sakala Picture
Published On

ବ୍ରହ୍ମପୁର: ସୁମିତ ଏବଂ ଡିମ୍ପଲଙ୍କ ମାମଲରେ ଗତକାଲି  କୋର୍ଟ ନୂଆ ଆଦେଶ ଦେଇଥିଲେ। ଦୁହେଁ ପୁଣି ମିସିକି ରହିବେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ରହିବ। ଡିମ୍ପଲ ଏବଂ ସୁମିତ ନିଜେ ଭଡାଘରେ ରହିବେ। କେଶ ସରିଲା ପରେ ସବୁ ଖର୍ଚ୍ଚ ବହନ କରିବେ ସ୍ୱାମୀ ସୁମିତ। ହେଲେ କୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ତପସ୍ୱିନୀ(ଡିମ୍ପଲ)ଙ୍କ ତପସ୍ୟାକୁ ଭାଙ୍ଗି ଦେଇ ଫେରାର୍ ହୋଇ ଯାଇଛନ୍ତି ଡାକ୍ତର ସୁମିତ । ତପସ୍ୱିନୀଙ୍କ କହିବା ଅନୁଯାୟୀ, ଗତକାଲି […]

ବ୍ରହ୍ମପୁର: ସୁମିତ ଏବଂ ଡିମ୍ପଲଙ୍କ ମାମଲରେ ଗତକାଲି  କୋର୍ଟ ନୂଆ ଆଦେଶ ଦେଇଥିଲେ। ଦୁହେଁ ପୁଣି ମିସିକି ରହିବେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ରହିବ। ଡିମ୍ପଲ ଏବଂ ସୁମିତ ନିଜେ ଭଡାଘରେ ରହିବେ। କେଶ ସରିଲା ପରେ ସବୁ ଖର୍ଚ୍ଚ ବହନ କରିବେ ସ୍ୱାମୀ ସୁମିତ। ହେଲେ କୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ତପସ୍ୱିନୀ(ଡିମ୍ପଲ)ଙ୍କ ତପସ୍ୟାକୁ ଭାଙ୍ଗି ଦେଇ ଫେରାର୍ ହୋଇ ଯାଇଛନ୍ତି ଡାକ୍ତର ସୁମିତ ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ତପସ୍ୱିନୀଙ୍କ କହିବା ଅନୁଯାୟୀ, ଗତକାଲି ସୁମିତ ମେଡିକାଲ ଯାଇଥିଲେ । ରାତି ୮ଟା ପାଖାପାଖି କୋର୍ଟଙ୍କ ଆଦେଶ ପରେ ଠିକ୍ ସମୟରେ ଘରକୁ ଫେରି ନଥିଲେ । ତାପରେ ତପସ୍ୱିନୀ ଡାକିବା ପରେ ଫେରିଥିଲେ ସୁମିତ । ହେଲେ ରାତିରେ ଆଖିରେ ନିଦ ନଥିଲା । ବାରଣ୍ଡାରେ ଚେୟାରକୁ ଚେୟାର ଯୋଡ଼ି ଶୋଇଥିଲେ ସୁମିତ । ଏହା ପୂର୍ବରୁ ସୁମିତ, ତପସ୍ୱିନୀ ୭ ଦିନ ଏକାଠି ରହିବା ସହ ସମୟ କାଟିଥିଲେ ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ତେବେ ପ୍ରଥମ ପର୍ଯ୍ଯାୟ ରହଣୀ ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, କେହି କାହା ସହ କଥା ହେବା କଥା ନୁହେଁ । ସେତେବେଳେ ସୁମିତ୍ ଫୋନରେ ଅନ୍ୟମାନଙ୍କ ସହ କଥା ହେଉଥିଲେ ବୋଲି କହିଛନ୍ତି ତପସ୍ୱିନୀ । ସୁମିତଙ୍କୁ ବତାଇ କେହି ଫେରାର୍ କରାଇ ଦେବା କହିଛନ୍ତି ସେ । ଆଜି ସକାଳେ ସୁମିତ ଫୋନରେ କଥା ହୋଇ ହୋଇ ପଳାଇଛନ୍ତି । ସୁମିତ ପୂର୍ବ ଯୋଜନାବଦ୍ଧ ଭାବେ ପଳାଇଛନ୍ତି । ମୋ ପାଇଁ ଭଗବାନ ଅଛନ୍ତି, ପାରିଲା ପର୍ଯ୍ଯନ୍ତ ମୁଁ ଲଢ଼ିବି ବୋଲି ଡିମ୍ପଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର