ପୁଣି ଅନିଶ୍ଚିତତା ଘେରକୁ ଠେଲି ହେଲା ଛାତ୍ର ସଂସଦ ନିର୍ବାଚନ, ବିଧାନସଭାରେ ମନ୍ତ୍ରୀ କହିଲେ….

The Sakala Picture
Published On

ଭୁବନେଶ୍ବର : ଛାତ୍ରସଂସଦ ନିର୍ବାଚନକୁ ନେଇ ପୁଣି ସୃଷ୍ଟି ହୋଇଛି ଦ୍ୱନ୍ଦ। ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଘୋଷଣା କରିଥିଲା। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବା ନେଇ କହିଥିଲେ, ହେଲେ ପୁଣି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ନିର୍ବାଚନ ହେବ ନାହିଁ ବୋଲି କହିଥିଲେ। ଯାହାକୁ ନେଇ ସେହି ସମୟରେ ଦ୍ୱନ୍ଦ ଦେଖାଦେଇଥିଲା। ଆଉ ଏହାପରେ ଆସନ୍ତା ଶିକ୍ଷା ବର୍ଷରୁ ଛାତ୍ର ସଂସଦ ନିର୍ବାଚନ […]

ଭୁବନେଶ୍ବର : ଛାତ୍ରସଂସଦ ନିର୍ବାଚନକୁ ନେଇ ପୁଣି ସୃଷ୍ଟି ହୋଇଛି ଦ୍ୱନ୍ଦ। ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଘୋଷଣା କରିଥିଲା। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବା ନେଇ କହିଥିଲେ, ହେଲେ ପୁଣି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ନିର୍ବାଚନ ହେବ ନାହିଁ ବୋଲି କହିଥିଲେ। ଯାହାକୁ ନେଇ ସେହି ସମୟରେ ଦ୍ୱନ୍ଦ ଦେଖାଦେଇଥିଲା। ଆଉ ଏହାପରେ ଆସନ୍ତା ଶିକ୍ଷା ବର୍ଷରୁ ଛାତ୍ର ସଂସଦ ନିର୍ବାଚନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର ନିଲମ୍ବିତ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର

ହେଲେ ଆଜି ବିଧାନସଭାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ଶୁଣିବା ପରେ ଜଣା ପଡୁଛି ଯେ ଛାତ୍ର ସଂସଦ ନିର୍ବାଚନ ଅନିଶ୍ଚିତତା ଘେରରେ ରହିଛି। କାରଣ ଚଳିତ ଶିକ୍ଷା ବର୍ଷରୁ ଛାତ୍ର ସଂସଦ ନିର୍ବାଚନ କରିବାକୁ ନୀତିଗତ ନିଷ୍ପତ୍ତି ନେଇ ପାରି ନାହାନ୍ତି ରାଜ୍ୟ ସରକାର। ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ଆଗାମୀ ଶିକ୍ଷା ବର୍ଷରେ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ରାଜ୍ୟ ସରକାର ବିଚାରବିମର୍ଷ ଜାରି ରଖିଛନ୍ତି। ହେଲେ ନିର୍ବାଚନ ହେବ କି ନାହିଁ, ତାହା ଉତ୍ତରରେ ଉଚ୍ଚଶିକ୍ଷାମନ୍ତ୍ରୀ ସ୍ପଷ୍ଟ କରି ନାହାନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା; ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର