ମହାପ୍ରଭୁଙ୍କ ପହିଲି ଭୋଗ, ମକର ସଂକ୍ରାନ୍ତି ନୀତିରେ ବାଜିଲା ମୋହର; ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ରାତ୍ରୀ ୨ଟାରୁ ହେବ ଦ୍ଵାରଫିଟା

Madhusudan Das Picture
Published On

ପୁରୀ: ଆସନ୍ତା ୧୬ତାରିଖରେ ପବିତ୍ର ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ନୀତି ଚାଲିବ। ଶୁକ୍ରବାର ଅନୁଷ୍ଠିତ ନୀତି ସବ୍‌ କମିଟି ଓ ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ ନୀତିକାନ୍ତି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇ ମୋହର ବାଜିଛି।

ଆହୁରି ପଢ଼ନ୍ତୁ:  ଆଜି ଅଶୋକାଷ୍ଟମୀ, ରଥଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥ

ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଧନୁ ସଂକ୍ରାନ୍ତି ଅର୍ଥାତ୍‌ ଡିସେମ୍ବର ୧୬ରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ୍‌ ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ପ୍ରତ୍ୟହ ରାତ୍ର ୨ଟାରେ ଦ୍ୱାର ଫିଟାଯିବ। ଭିତର ଶୋଧ ପରେ ରାତି ୩ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଭୋର୍‌ ସାଢ଼େ ୫ଟାରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ବଢ଼ିବ। ସାଢ଼େ ୬ରୁ ୮ଟା ସକାଳ ଧୂପ (କେବଳ କୋଠଭୋଗ), ସକାଳ ୭ଟା ୪୫ରୁ ସାଢ଼େ ୯ଟା ଭୋଗମଣ୍ଡପ, ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ମଧ୍ୟାହ୍ନଧୂପ (କେବଳ କୋଠଭୋଗ) ବାହାରିବ। ୧୧ଟା ୧୫ରୁ ଅପରାହ୍‌ଣ ସାଢ଼େ ୧ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ କରାଯିବ। ଏହିପରି ରାତି ୧୧ଟାରେ ରାତ୍ର ପହୁଡ଼ ନୀତି କରାଯିବା ଲାଗି ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ପହିଲି ଭୋଗ ବ୍ୟତୀତ ଜାନୁୟାରୀ ୧୩ ତାରିଖ ଦେବାଭିଷେକ ପୂର୍ଣ୍ଣିମା ନୀତିକାନ୍ତି ବିଷୟରେ ଆଲୋଚନା ହୋଇ ଅନୁମୋଦନ ଲାଭ କରିଛି। ଏହି ଦିନ ଠାକୁରଙ୍କର ସୁନାବେଶ ଅନୁଷ୍ଠିତ ହେବ। ତେଣୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଭକ୍ତଙ୍କ ଦର୍ଶନ ଯେପରି ଭଲ ଭାବେ ହେବ, ସେନେଇ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ଏତଦ୍‌ବ୍ୟତୀତ ବୈଠକରେ ଜାନୁୟାରୀ ୧୪ତାରିଖ ମକର ସଂକ୍ରାନ୍ତି ନୀତିକୁ ମଧ୍ୟ ଅନୁମୋଦନ କରାଯାଇଛି। ନୂଆବର୍ଷ ଅର୍ଥାତ୍‌ ଜାନୁଆରୀ ୧ତାରିଖରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବ। ତେଣୁ ନୀତିକାନ୍ତି ଏବଂ ଦର୍ଶନକୁ ଶୃଙ୍ଖଳିତ କରିବା ଲାଗି ଏହାର ପୂର୍ବଦିନ ଅର୍ଥାତ୍‌ ଡିସେମ୍ବର ୩୧ ରାତ୍ର ୧୧ଟା ସୁଦ୍ଧା ରାତି ପହୁଡ଼ କରାଯିବ। ସେବାୟତମାନେ ମଧ୍ୟ ସହଯୋଗ କରିବେ। ଖୁବ୍‌ଶୀଘ୍ର ଦ୍ୱାରଫିଟି ଠାକୁରଙ୍କ ନୀତିକାନ୍ତି ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତିଶା ନିଯୋଗ କର୍ମକର୍ତ୍ତା ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

13 Dec 2025 By Madhusudan Das

ମହାପ୍ରଭୁଙ୍କ ପହିଲି ଭୋଗ, ମକର ସଂକ୍ରାନ୍ତି ନୀତିରେ ବାଜିଲା ମୋହର; ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ରାତ୍ରୀ ୨ଟାରୁ ହେବ ଦ୍ଵାରଫିଟା

ପୁରୀ: ଆସନ୍ତା ୧୬ତାରିଖରେ ପବିତ୍ର ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ନୀତି ଚାଲିବ। ଶୁକ୍ରବାର ଅନୁଷ୍ଠିତ ନୀତି ସବ୍‌ କମିଟି ଓ ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ ନୀତିକାନ୍ତି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇ ମୋହର ବାଜିଛି।

ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଧନୁ ସଂକ୍ରାନ୍ତି ଅର୍ଥାତ୍‌ ଡିସେମ୍ବର ୧୬ରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ୍‌ ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ପ୍ରତ୍ୟହ ରାତ୍ର ୨ଟାରେ ଦ୍ୱାର ଫିଟାଯିବ। ଭିତର ଶୋଧ ପରେ ରାତି ୩ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଭୋର୍‌ ସାଢ଼େ ୫ଟାରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ବଢ଼ିବ। ସାଢ଼େ ୬ରୁ ୮ଟା ସକାଳ ଧୂପ (କେବଳ କୋଠଭୋଗ), ସକାଳ ୭ଟା ୪୫ରୁ ସାଢ଼େ ୯ଟା ଭୋଗମଣ୍ଡପ, ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ମଧ୍ୟାହ୍ନଧୂପ (କେବଳ କୋଠଭୋଗ) ବାହାରିବ। ୧୧ଟା ୧୫ରୁ ଅପରାହ୍‌ଣ ସାଢ଼େ ୧ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ କରାଯିବ। ଏହିପରି ରାତି ୧୧ଟାରେ ରାତ୍ର ପହୁଡ଼ ନୀତି କରାଯିବା ଲାଗି ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ପହିଲି ଭୋଗ ବ୍ୟତୀତ ଜାନୁୟାରୀ ୧୩ ତାରିଖ ଦେବାଭିଷେକ ପୂର୍ଣ୍ଣିମା ନୀତିକାନ୍ତି ବିଷୟରେ ଆଲୋଚନା ହୋଇ ଅନୁମୋଦନ ଲାଭ କରିଛି। ଏହି ଦିନ ଠାକୁରଙ୍କର ସୁନାବେଶ ଅନୁଷ୍ଠିତ ହେବ। ତେଣୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଭକ୍ତଙ୍କ ଦର୍ଶନ ଯେପରି ଭଲ ଭାବେ ହେବ, ସେନେଇ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ଏତଦ୍‌ବ୍ୟତୀତ ବୈଠକରେ ଜାନୁୟାରୀ ୧୪ତାରିଖ ମକର ସଂକ୍ରାନ୍ତି ନୀତିକୁ ମଧ୍ୟ ଅନୁମୋଦନ କରାଯାଇଛି। ନୂଆବର୍ଷ ଅର୍ଥାତ୍‌ ଜାନୁଆରୀ ୧ତାରିଖରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବ। ତେଣୁ ନୀତିକାନ୍ତି ଏବଂ ଦର୍ଶନକୁ ଶୃଙ୍ଖଳିତ କରିବା ଲାଗି ଏହାର ପୂର୍ବଦିନ ଅର୍ଥାତ୍‌ ଡିସେମ୍ବର ୩୧ ରାତ୍ର ୧୧ଟା ସୁଦ୍ଧା ରାତି ପହୁଡ଼ କରାଯିବ। ସେବାୟତମାନେ ମଧ୍ୟ ସହଯୋଗ କରିବେ। ଖୁବ୍‌ଶୀଘ୍ର ଦ୍ୱାରଫିଟି ଠାକୁରଙ୍କ ନୀତିକାନ୍ତି ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତିଶା ନିଯୋଗ କର୍ମକର୍ତ୍ତା ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର