ମନୋରଞ୍ଜନ
ଓଡ଼ିଶା
କନଷ୍ଟେବଳ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟା ମାମଲା: ଝାରପଡ଼ା ଜେଲରେ ଦୀପକ ରାଉତକୁ ଝାଳବୁହା ଜେରା

ଭୁବନେଶ୍ୱର: କନଷ୍ଟେବଳ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ମର୍ଡର କେସ । ଝାରପଡା ଜେଲରେ ମୃତ ଅପର୍ଣ୍ଣାଙ୍କ ସ୍ୱାମୀ ଦୀପକ ରାଉତଙ୍କୁ ପଚରାଉଚରା । ଝାରପଡା ଜେଲରେ ପଚରାଉଚରା କଲା ଖୁଣ୍ଟୁଣୀ ପୋଲିସ । ଆଜି ସକାଳୁ ୩ ଘଣ୍ଟା ଧରି ଦୀପକଙ୍କୁ ଝାଳବୁହା ଜେରା କଲା ଖୁଣ୍ଟୁଣୀ ପୋଲିସ । ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ କାହିଁକି ଦେଇଥିଲା ଦୀପକ ସେନେଇ ଦୀପକକୁ ଝାଳବୁହା ଜେରା କରିଛି ପୋଲିସ । କୋର୍ଟଙ୍କ ନିର୍ଦ୍ଦେଶରେ ଝାରପଡା ଜେଲରେ ୩ଘଣ୍ଟା ଧରି ଦୀପକକୁ ପଚରାଉଚରା କରିଥିଲା ପୋଲିସ ।
ଜେରା ବେଳେ କିଛି ତଥ୍ୟ ଖୁଣ୍ଟୁଣି ପୋଲିସ ହାତରେ ଲାଗିଛି । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ଓ ଦୀପକଙ୍କ ଲଭ ରିଲେସନ ମଧ୍ୟରେ ପାଚେରୀ ତିଆରି କରିଥିଲେ ଧରମ ଭଉଣୀ । ସିପି ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କନଷ୍ଟେବଳ ବାରମ୍ବାର ନିଜକୁ ଦୀପକଙ୍କ ଧରମ ଭଉଣୀ କହିବା ସହ ଧମକାଉଥିଲେ । ଦୀପକଙ୍କ ଠାରୁ ଦୂରେଇ ଯିବାକୁ ପରୋକ୍ଷରେ କହୁଥିଲେ । ଏପରିକି ଅପର୍ଣ୍ଣା RI ଭାବେ ଚାକିରୀ କରିଥିବାରୁ ତାଙ୍କ ନାଁ ରେ ଏକ ଲୋନ କରି, ମାଛ ଚାଷ କରିଥିଲେ ଏହି ଧରମ ଭଉଣୀ ଜଣଙ୍କ । ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଏକ ଖୁଣ୍ଟୁଣି ଠାରେ ଏକ ଦୁର୍ଘଟଣାର ଖବର ପାଇଥିଲେ ଅପର୍ଣ୍ଣା ଙ୍କ ପରିବାର । କିନ୍ତୁ ଏହା ଦୁର୍ଘଟଣା ନୁହେଁ, ବରଂ ସୁପରିକଳ୍ପିତ ହତ୍ୟା ବୋଲି ପୂର୍ବରୁ ଖୁଣ୍ଟୁଣି ଥାନାରେ ଅଭିଯୋଗ ଆଣିଥିଲେ ଅପର୍ଣ୍ଣାଙ୍କ ଭଉଣୀ । ଯେଉଁ ଅଭିଯୋଗ କୁ ଆଧାର କରି ଜେଲ ଭିତରେ ଆଜି ସକାଳୁ ଜେରା ଚାଲିଥିବା ସୂଚନା ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ।