ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ

The Sakala Picture
Published On

ଭୁବନେଶ୍ବର : ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ବିଜୁ ମହିଳା ଜନତା ଦଳର ସଭାପତି ରହିସାରିଥିବା ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଉପରେ ପୁଣିଥରେ ନବୀନ ଆଶା ଓ ଭରସା କରି ସଭାନେତ୍ରୀ ଦାୟିତ୍ବ ଦେଇଛନ୍ତି। ସେହିପରି ବିଜୁ ମହିଳା ଜନତା ଦଳରେ ୩ […]

ଭୁବନେଶ୍ବର : ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ବିଜୁ ମହିଳା ଜନତା ଦଳର ସଭାପତି ରହିସାରିଥିବା ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଉପରେ ପୁଣିଥରେ ନବୀନ ଆଶା ଓ ଭରସା କରି ସଭାନେତ୍ରୀ ଦାୟିତ୍ବ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ: ୬ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ସେମିଳିଗୁଡ଼ା ସବୁଠୁ ଥଣ୍ଡା

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ : ୧୬ରେ ବାତ୍ୟା ରୂପ, ଦକ୍ଷିଣ ଓଡ଼ିଶା ସହିତ ବୁଡେ଼ଇବ ଉପକୂଳ

ସେହିପରି ବିଜୁ ମହିଳା ଜନତା ଦଳରେ ୩ ବରିଷ୍ଠ ସାଧାରଣ ସଂପାଦିକା ଓ ୧୨ ସାଧାରଣ ସଂପାଦିକା ମଧ୍ୟ ନିଯୁକ୍ତି କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେଡି ନେତ୍ରୀ ରାଜଶ୍ରୀ ମଲ୍ଲିକ,ଲେଖାଶ୍ରୀ ସାମନ୍ତସିଂହାର ଓ ସୁମିତ୍ରା ଜେନା ବରିଷ୍ଠ ସାଧାରଣ ସଂପାଦିକା ଭାବେ ନିଯୁକ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ୫ ଦିନ ପରେ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର: ଗଳାକାଟି ହତ୍ୟା କରିଥିବା ସନ୍ଦେହ

ଏଥି ସହିତ ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା ସିଂ ବରିହା,ଶ୍ରର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର,ଲୋପାମୁଦ୍ରା ବକ୍ସିପାତ୍ର,ମୀନତି ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ,ଦୀପାଳି ଦାସ, ରଂଜିତା ସାହୁ ଓ ଗୀତାଞ୍ଜଳି ବସ୍ତିଆ ସାଧାରଣ ସଂପାଦିକା ଭାବେ ନିଯୁକ୍ତ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର