୩୦ ବର୍ଷ ପରେ ଓଡ଼ିଶା ଛାଡ଼ିବେ ସାରଦା ବାଈ, ପାକିସ୍ତାନ ଗ୍ରହଣ କରିବ କି ନାହିଁ ଦ୍ବନ୍ଦ୍ବରେ…
ଓଡ଼ିଶାରେ ପ୍ରାୟ ୩୦ ବର୍ଷ କାଟିଥିବା ୫୫ ବର୍ଷୀୟା ସାରଦା ବାଈଙ୍କୁ ଭାରତ ଛାଡିବାକୁ ସରକାରୀ ନିର୍ଦ୍ଦେଶ ମିଳିଛି। ସାରଦା ୧୯୭୦ରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ଜନ୍ମ ହୋଇଥିଲେ। ପାକିସ୍ତାନୀ ପାସପୋର୍ଟରେ ସେ ଭାରତ ଆସିବା ସହ ଏଠାରେ ଜଣେ ଭାରତୀୟଙ୍କୁ ବିବାହ କରିବା ପରେ ଓଡ଼ିଶାରେ ୩୦ ବର୍ଷ ଧରି ରହିଆସୁଛନ୍ତି। ସେ ଭାରତରେ ରହିବା ପରେ ବହୁବାର ଭାରତ ନାଗରିକତା ପାଇଁ ଆବେଦନ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ନାଗରିକତ୍ବ ମିଳି ନାହିଁ। […]
ଓଡ଼ିଶାରେ ପ୍ରାୟ ୩୦ ବର୍ଷ କାଟିଥିବା ୫୫ ବର୍ଷୀୟା ସାରଦା ବାଈଙ୍କୁ ଭାରତ ଛାଡିବାକୁ ସରକାରୀ ନିର୍ଦ୍ଦେଶ ମିଳିଛି। ସାରଦା ୧୯୭୦ରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ଜନ୍ମ ହୋଇଥିଲେ। ପାକିସ୍ତାନୀ ପାସପୋର୍ଟରେ ସେ ଭାରତ ଆସିବା ସହ ଏଠାରେ ଜଣେ ଭାରତୀୟଙ୍କୁ ବିବାହ କରିବା ପରେ ଓଡ଼ିଶାରେ ୩୦ ବର୍ଷ ଧରି ରହିଆସୁଛନ୍ତି। ସେ ଭାରତରେ ରହିବା ପରେ ବହୁବାର ଭାରତ ନାଗରିକତା ପାଇଁ ଆବେଦନ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ନାଗରିକତ୍ବ ମିଳି ନାହିଁ। ତାଙ୍କୁ ଭାରତ ଛାଡି ପାକିସ୍ତାନ ଯିବାକୁ କୁହାଯାଇଛି। ହେଲେ ସେ ୩୦ ବର୍ଷ ଭାରତରେ ବିତାଇଥିବାରୁ ପାକିସ୍ତାନ ମଧ୍ୟ ତାଙ୍କୁ ଗ୍ରହଣ କରିବ ନାହିଁ। ଏହାଛଡ଼ା ଏବେ ପାକିସ୍ତାନରେ ମଧ୍ୟ ତାଙ୍କର ଆଉ କେହି ନାହାନ୍ତି। ଏଭଳି ସ୍ଥିତିରେ ସାରଦାଙ୍କ ଭବିଷ୍ୟତ କ’ଣ ହେବ ତାହା ପ୍ରଶ୍ନ ସୃଷ୍ଟି କରିଛି। ସାରଦା କେବଳ ଏକ ଉଦାହରଣ। ସାଂପ୍ରତିକ ସ୍ଥିତିରେ ସାରଦାଙ୍କ ଭଳି ଅନେକ ଉଦାହରଣ ରହିଛନ୍ତି।






